Pratidin TV

Odisha's Digital News Platform

ବାଣ ଉପରେ ଚଢିଗଲା ଡାକ୍ତରଙ୍କ କାର୍ ; ଭୟଙ୍କର ବିସ୍ପୋରଣ ଘଟି ଛିନଛତର ଗାଡିର ପାର୍ଟ ,ଗୁରୁତର ଡାକ୍ତର ….

1 min read

କେନ୍ଦ୍ରାପଡା ; ରାସ୍ତାରେ ଶୁଖୁଥିଲା ବାଣ , ଚଢିଗଲା ଡାକ୍ତରଙ୍କ କାର୍ ଆଉ ଛିନଛତର ହୋଇଗଲା ଗାଡିର ପାର୍ଟ । ଏକ ଅଘଟଣ ଆଜି କେନ୍ଦ୍ରାପଡା ଜିଲ୍ଲାରୁ ସାମ୍ନାକୁ ଆସିଛି । ଖବର ଅନୁଯାୟୀ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଖଣ୍ଡିଆ ବନ୍ଧ ଗାଁ ରେ ରାସ୍ତା ରେ ଘଟିଯାଇଛି ଏହି ଛାତିଥରା ଦୁର୍ଘଟଣା । ରାସ୍ତା ଉପରେ ବାଣ ଶୁଖୁ ଥିବା ବେଳେ ଏକ କାର୍ ଚଢି ଯିବା ଯୋଗୁ ବିସ୍ପୋରଣ ଘଟିଛି । ଏଥିରେ କାର୍ ଟି ଭାଙ୍ଗିରୁଜି ଯାଇଥିବା ବେଳେ କାର୍ ଚାଳକ (ଡାକ୍ତର୍ ସୁଜିତ୍ ସାମଲ, ୨୮ )ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ କଟକ ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି । ତେବେ ଡାକ୍ତର ସୁଜିତଙ୍କ ମୁଣ୍ଡ, ହାତ, ଛାତିରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ତୁରନ୍ତ ତାଙ୍କୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ସେଠାରୁ ତାଙ୍କୁ କଟକ ରେଫର କରି ଦିଆଯାଇଥିଲା।

ବିସ୍ପୋରଣ ରେ ନିକଟରେ ଥିବା ଏକ କୋଠା ଘର ର ଛାତ ମଧ୍ୟ ଫାଟି ଯାଇଥିବା ଦେଖିବାକୁ ମିଳିଛି । ଘଟଣା ଘଟିବା ପରେ ବାଣ ଶୁଖାଇଥିବା ବ୍ୟକ୍ତି (ରମାକାନ୍ତ ମଳିକ) ଫେରାର୍ ହୋଇଯାଇଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି କିଛି ଜୀବନ୍ତ ବାଣ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Advertisement

ମିଳିଥିବା ଖବର ଅନୁ୍‌ଯାୟୀ ସୁଜିତ ସାମଲ କିଛି ବର୍ଷ ହେବ କେନ୍ଦ୍ରାପଡ଼ା ମେଡିକାଲରେ କାର୍ଯ୍ୟରତ ଅଛନ୍ତି। ଗତ କିଛି ଦିନ ହେବ କଟକରେ ଟ୍ରେନିଂ ପଡ଼ିଥିବାରୁ ସେ ନିଜ କାରର୍ରେ ଯିବା ଆସିବା କରୁଥିଲେ। ଆଜି ପୂର୍ବାହ୍ନ ୧୦ଟାରେ ଡାକ୍ତର ସାମଲ ନିଜ କାର୍ରେ କଟକ ଅଭିମୁଖେ ଯାଉଥିବା ସମୟରେ ଏପରି ଅଘଟଣ ଘଟିଯାଇଛି ।

Leave a Reply

Your email address will not be published. Required fields are marked *