Pratidin TV

Odisha's Digital News Platform

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ଆଜି ଠାରୁ ସାକ୍ଷ ଗ୍ରହଣ…

1 min read

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟା ମାମଲାରେ ଆଜି ଠାରୁ ଆରମ୍ଭ ହୋଇଛି ସାକ୍ଷ ଗ୍ରହଣ ପ୍ରକ୍ରିୟା । ଝାରସୁଗୁଡା ଏଡିଜେ ଜୋର୍ଟରେ ଆଜି ୨ ଜଣଙ୍କର ସାକ୍ଷ ଗ୍ରହଣ କରାଯାଇଛି । ନବଦାସଙ୍କର ବଡ ଭାଇ ରାଜ କିଶୋର ଦାସ ଏବଂ ଅନ୍ୟ ଜଣଙ୍କର ସାକ୍ଷୀ ମାନ୍ୟବର କୋର୍ଟ ଗ୍ରହଣ କରିଛି । ଏହାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ଭର ୩ ତାରିଖରେ ରହିଛି । ସେପଟେ ହତ୍ୟା କାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋପାଳ ଦାସ ବର୍ତ୍ତମାନ ଚୈାଦ୍ୱାର ଜେଲରେ ରହିଥିବା ବେଳେ ଜେଲରୁ ଭିସି ମାଧ୍ୟମରେ ଯୋଗ ଦେଇଛନ୍ତି । ତେବେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ନବଦାସଙ୍କର ମୃତ୍ୟୁର କାରଣ ଅନୁସନ୍ଧାନର ପ୍ରତ୍ୟକ୍ଷ ଦର୍ଶୀଭାବରେ ଆଜି ପ୍ରଥମ ପର୍ଯ୍ୟାୟରେ ସାକ୍ଷ ଗ୍ରହଣ କରାଯାଇଥିଲା ବୋଲି ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *