Pratidin TV

Odisha's Digital News Platform

ଏହି ୫ଟି ଗଛକୁ ନିଜ ଘରେ ଲଗାନ୍ତୁ , ସର୍ବଦା ଭରି ରହିବ ସୁଖ ସମୃଦ୍ଧି ସହ ଅର୍ଥ..

1 min read

ସମସ୍ତେ ନିଜ ଜୀବନରେ ଖୁସିରେ ରହିବାକୁ ଚାହାନ୍ତି । ଏତିପାଇଁ ଅନେକ ପୂଜା ପାଠ ବାସ୍ତୁ ଦୋଷ ମଧ୍ୟ ପଚାରି ବୁଝିଥାନ୍ତି । ତେବେ ଏସବୁ କୁ ମାନିବା ଦୂରା ଅନେକ ଭଲ ଫଳ ବି ମିଳିଥାଏ । ତେବେ ଆପଣ ନିଜ ଘରେ ସର୍ବଦା ଶାନ୍ତି ହସଖୁସି ଚାହୁଁଛନ୍ତି କି । ତେବେ ଆପଣାନ୍ତୁ ଏଭଳି ପନ୍ଥା । ଘରକୁ କେବେ ବି ଆସିବନି ଦୁଃଖ । ବାସ୍ତୁ ଶାସ୍ତ୍ରୀ ଅନୁଯାୟୀ ଘରେ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଅଟେ । ଯଦିଓ ଅନେକ ଥର ଲୋକମାନେ ସଚେତନ ନୁହଁନ୍ତି ଯେ ଘରେ କେଉଁ ଗଛ ଲଗାଇଲେ ସୁଖ ଓ ସମୃଦ୍ଧତା ଆଣିଥାଏ । କିନ୍ତୁ ଆପଣ ଜାଣନ୍ତି କି ବାସ୍ତୁ ଶାସ୍ତ୍ରରେ ଏପରି କିଛି ଗଛ ବିଷୟରେ କୁହାଯାଇଛି ଯାହାକୁ ଘରେ ଲଗାଇବା ଦ୍ୱାରା ଅର୍ଥର କେବେ ବି ଅଭାବ ରହିବ ନାହିଁ । ଜାଣନ୍ତୁ ସେହି ଗଛ ଗୁଡିକ ବିଷୟରେ …
ତେବେ ପ୍ରଥମେ ହେଉଛି

ବାଉଁଶ ଗଛ:
ଘର ସାମ୍ନାରେ ଏକ ବାଉଁଶ ଗଛ ରହିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଯଦି ବାଉଁଶ ଗଛକୁ ଉତ୍ତର-ପୂର୍ବ କିମ୍ବା ଉତ୍ତର ଦିଗରେ ଲଗାଯାଏ, ତେବେ ଘରେ ଟଙ୍କାର ଅଭାବ କେବେ ରହିବ ନାହିଁ । ଘର ସାମ୍ନାରେ ବାଉଁଶ ଗଛ ଲଗାଇଲେ କେବେ ବି ଟଙ୍କା ଅଭାବ ଦେଖା ଦିଏ ନାହିଁ ।

Advertisement

ବେଲ ଗଛ :
ବାସ୍ତୁ ଶାସ୍ତ୍ରରେ ବେଲ ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଧାର୍ମିକ ବିଶ୍ୱାସ ଅନୁଯାୟୀ, ଭଗବାନ ଶିବ ବେଲ ଗଛରେ ରୁହନ୍ତି । ଆଉ ଯେଉଁ ଘରେ ମହାଦେବଙ୍କ ବେଲ ଗଛ ରୁହେ ସେହି ଘରେ କେବେବି ଅର୍ଥର ଅଭାବ ହେବ ନାହିଁ । ବେଲ ଗଛ ଲଗାଇବା ଦ୍ୱାରା ଅର୍ଥ ପ୍ରତିବନ୍ଧକ ମଧ୍ୟ ଦୂର ହେବ ବୋଲି ବିଶ୍ୱାସ କରାଯାଏ ।
ଦୁବ ଗଛ :
ଘର ସାମ୍ନାରେ କିମ୍ବା ବଗିଚାରେ ଯଦି ଦୁବ ଗଛ ଅଛି, ତେବେ ଆପଣଙ୍କ ଜୀବନରେ ଅର୍ଥର ଅଭାବର ସାମ୍ନା କରିବାକୁ ପଡିବ ନାହିଁ । ଘର ସାମ୍ନାରେ ଦୁବ ଗଛ ଥିଲେ ଅନେକ ଲାଭ ଅଛି । ଯେଉଁମାନେ ସନ୍ତାନ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି ସେମାନଙ୍କ ପାଇଁ ଘର ଆଗରେ ଏହି ଗଛ ଲଗାଇବା ଲାଭଦାୟକ ଅଟେ ।

ଡାଳିମ୍ବ ଗଛ :
ଡାଳିମ୍ବ ଫଳ ଉଭୟ ସ୍ୱାସ୍ଥ୍ୟ ଓ ସ୍ୱାଦ ଦୃଷ୍ଟିରୁ ଭଲ । ଫଳ ବ୍ୟତୀତ ଏହାର ଗଛ ବି ବ୍ୟକ୍ତିକୁ ସୁଖ ଓ ସମୃଦ୍ଧତା ପ୍ରଦାନ କରେ । ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘର ଆଗରେ ଡାଳିମ୍ବ ଲଗାଇଲେ ଋଣରୁ ମୁକ୍ତି ମିଳିଥାଏ ।

ମନି ପ୍ଲାଣ୍ଟ :
ସୁଖ ଓ ସମୃଦ୍ଧିର ପ୍ରତୀକ ହେଉଛି ମନି ପ୍ଲାଣ୍ଟ । ଏହି ଗଛ ଯେତେ ଶୀଘ୍ର ବଢେ, ସେତେ ଶୀଘ୍ର ଟଙ୍କା ବଢିଥାଏ ବୋଲି କୁହାଯାଏ । ମନି ପ୍ଲାଣ୍ଟକୁ ସର୍ବଦା ଦକ୍ଷିଣ-ପୂର୍ବ ଦିଗରେ ରଖିବା ଉଚିତ୍ ।

Leave a Reply

Your email address will not be published. Required fields are marked *