Pratidin TV

Odisha's Digital News Platform

ଚାକିରୀର ପ୍ରତିଶୃତି ଦେଇ, ମାସେ ଦେହ ସୁଖ ନେଲେ କମ୍ପ୍ୟୁଟର ଅପରେଟର…

1 min read


ବିହାର: ଚାକିରୀ ଦେବା ନାଁରେ ଯୁବତୀଙ୍କୁ ଯୈାନ ନିର୍ଯ୍ୟାତନା । ୨୨ ବର୍ଷର ଯୁବତୀଙ୍କୁ ଚାକିରୀର ପ୍ରଲୋଭନ ଦେଖାଇ ଏକ ମାସ ଧରି ଶାରୀରିକ ସମ୍ପର୍କ ସ୍ଥାପନ କଲେ କମ୍ପ୍ୟୁଟର ଅପରେଟର । ଯାହାକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ମହିଳା ଜଣକ । ହେଲେ ଥାନାରେ ନ୍ୟାୟ ପାଇବାରୁ ବିଫଳ ହେବାପରେ ବର୍ତ୍ତମାନ କୋର୍ଟକୁ ନ୍ୟାୟ ଭିକ୍ଷା କରିଛନ୍ତି ମହିଲା ଜଣକ । ଏପରି ଏକ ଅଭାବଭନୀୟ ଘଟଣା ଦେଖରବାକୁ ମିଳିଛି ବିହାରର ମୁଜାଫରପୁରରେ ।


ସୂଚନା ମୁତାବିକ ଜଣେ ୨୨ ବର୍ଷୀୟ ଯୁବତୀ ଚାକରୀ ପାଇଁ କାଣ୍ଟି ସି ରାଜଶେଖର ନାମକ ଏକ ଯୁବକଙ୍କୁ କହିଥିଲେ । ପରେ ଯୁବକ ଜଣକ ତାଙ୍କୁ ଚାକରୀ ଦେବାର ମିଛ ପ୍ରତିଶୃତି ଦେଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ । ଖାଲି ସେତିକି ନୁହେଁ ତାଙ୍କର ଦୁଇ କର୍ମଚାରୀ ମମତାଜ ଏବଂ ଜିତେନ୍ଦ୍ର କୁମାର ମଧ୍ୟ ଯୁବତୀଙ୍କୁ ଦୁଷ୍କର୍ମ କରିଥିବା ନେଇ ପିଡିତା ଜଣକ ନିଜ ଅଭିଯୋଗରେ କହିଛନ୍ତି । ତେବେ ଯୁବତୀ ଜଣକ କହିଛନ୍ତି ଯେ ଯେତେବେଳେ ସେ କମ୍ୟୁଟର ଅପରେଟର ବିରୋଧରେ ଅଭିଯୋଗ ଆଣି ପୋଲିସ ଷ୍ଟେସନକୁ ଯାଇଥିଲେ ସେତେବେଳେ ତାଙ୍କୁ ସେଠାରୁ ଘଉଡାଇ ଦିଆଯାଇଥିଲା । ତା’ପରେ ସେ ନ୍ୟାୟ ପାଇଁ କୋର୍ଟରେ ପହଞ୍ଚିଛନ୍ତି । ମହିଳାଙ୍କ ଅଭିଯୋଗ ଅନୁସାରେ ଅଭିଯୁକ୍ତଙ୍କ ବିରୁଦ୍ଧରେ ଅତିରିକ୍ତ ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ପ୍ରଥମ ପଶ୍ଚିମ କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ ହୋଇଛି ।

Advertisement


ସେପଟେ ପିଡିତାଙ୍କ ଓକିଲ ମତରେ ଅଭିଯୁକ୍ତ ଜଣକ ପିଡିତାଙ୍କୁ ଗତ ଅଗଷ୍ଟ ୮ ତାରିଖରେ ଚାକରୀ ଦେବା ନାଁରେ ଅଫିସକୁ ଡାକିଥିଲେ । ପରେ ସେ ତାଙ୍କ ଘରକୁ ମଧ୍ୟ ଡାକିଥିଲେ । ଏହି ସମୟ ମଧ୍ୟରେ ସେ କ୍ରମାଗତ ଭାବରେ ତାଙ୍କୁ ଯୈାନ ଶୋଷଣ କରୁଥିଲେ । ପରେ ଅଗଷ୍ଟ ୧୧ ତାରିଖରେ ଅନ୍ୟ ଦୁଇ ଅଭିଯୁକ୍ତ ପିଡିତାଙ୍କୁ ଦୁଷ୍କର୍ମ କରିଥିଲେ । ଯେତେବେଳେ ପୀଡିତା କାନ୍ଦିବାକୁ ଲାଗିଲେ, ସେ କୈାଣସି ପ୍ରକାରେ ତାଙ୍କୁ ସାନ୍ତ୍ୱନା ଦେଇ ଘରକୁ ପଠାଇଲେ । ଏହା ପରେ ପୀଡିତା ଜଣକ ପୋଲିସ ଷ୍ଟେସନକୁ ଯାଇ କମ୍ପୁଟର ଅପରେଟରଙ୍କ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ । ଯେଉଁଠାରେ ତାଙ୍କ ଅଭିଯୋଗ ପଞ୍ଜୀକୃତ ହୋଇନଥିଲା । ସେଥିପାଇଁ ବାଧ୍ୟ ହୋଇ ସେ କୋର୍ଟରେ ପହଞ୍ଚିଛନ୍ତି ।

Leave a Reply

Your email address will not be published. Required fields are marked *