Pratidin TV

Odisha's Digital News Platform

ଯବାନ ପୁଅର ଶେଷ ଦର୍ଶନ ପାଇଁ ଚାହିଁ ବସିଛନ୍ତି ପରିବାର…

1 min read

ଢେଙ୍କାନାଳ: କାନ୍ଦ ବୋବାଳିରେ ଫାଟି ପଡୁଛି ଘର । ଘର ବାରଣ୍ଡାରେ ବସି ଯବାନ ପୁଅକୁ ଅପେକ୍ଷା କରଛନ୍ତି ବୁଢାବାପା । ଘରକୁ ଆସିଲେ ତାକୁ ଟିକେ ଆଖି ପୁରାଇ ଦେଖିନେବ ବୁଢା ବାପା । ସେହିପରି ମା’ବି ଘରର ଏରୁଣ୍ଡି ବନ୍ଧ ପାଖରେ ବସି ପୁଅର ଆସିବା ବାଟକୁ ଚାହିଁ ବସିଛନ୍ତି । ଆଉ ପରିବାରର ସମସ୍ତେ ଫୁଅ ଫେରିଲା ବାଟକୁ ହିଁ ଅପେକ୍ଷା କରିଛନ୍ତି । ହଁ ଆଜ୍ଞା ସିକିମରେ ପ୍ରଳୟଙ୍କାରୀ ବନ୍ୟାରେ ଭାସି ଯାଇଛନ୍ତି ଓଡିଆ ଯବାନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଓଡିଆ ଯବାନ ସରୋଜ ଦାସ ସହିଦ ହୋଇଯିବା ଘଟଣା ଏବେ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି । ବର୍ତ୍ତମାନ ଯବାନ ପୁଅର ମର ଶରୀରକୁ ଶେଷ ଦର୍ଶନ ପାଇଁ ଅପେକ୍ଷା କରି ବସିଛନ୍ତି ସମସ୍ତେ ।

Advertisement

Leave a Reply

Your email address will not be published. Required fields are marked *