Pratidin TV

Odisha's Digital News Platform

ଔଷଧ ଫ୍ୟାକ୍ଟ୍ରିରେ ଲାଗିଲା ନିଆଁ , ମହିଳାଙ୍କ ସମେତ ଜଳିଗଲେ ୪ଜଣ

1 min read

ଅମୃତସର: ପଞ୍ଜାବର ଅମୃତସର ଠାରେ ଘଟିଛି ଭୀଷଣ ଅଗ୍ନିକାଣ୍ଡ । ଅମୃତସରରେ ଥିବା ଏକ ଫାର୍ମା କମ୍ପାନୀର ଫ୍ୟାକ୍ଟ୍ରିରେ ଗତକାଲି ଲାଗିଥିଲା ଭୟଙ୍କର ନିଆଁ । ଏଥିରେ ୪ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଥିବା ଜଣାଯାଇଛି ।ଫ୍ୟାକ୍ଟ୍ରିର ମାଲିକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହି ଅଗ୍ନିକାଣ୍ଡରେ ଜଣେ ନାବାଳକ, ଜଣେ ମହିଳାଙ୍କ ସମେତ ୪ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଫାର୍ମା କମ୍ପାନୀରେ ବିପୁଳ ପରିମାଣରେ କେମିକାଲ ଥିବା ବେଳେ ଗତକାଲି ରାତିରେ ହଠାତ୍ କୌଣସି କାରଣ ବଶଃତ ସେଥିରେ ନିଆଁ ସଂଯୋଗ ହୋଇ ଯାଇଥିଲା । ଫଳରେ ଉକ୍ତ ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା କର୍ମଚାରୀଙ୍କ ମଧ୍ୟରୁ ୪ ଜଣ ଜୀଅନ୍ତା ଜଳି ଯାଇଥିଲେ । ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ସ୍ପଷ୍ଟ ହୋଇ ପାରିନି । ଖବରପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହାପରେ ଫ୍ୟାକ୍ଟ୍ରିରେ ଫସି ରହିଥିବା ଅନ୍ୟ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା । ନିଆଁ ଲିଭିବା ପରେ ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି । ଫ୍ୟାକ୍ଟ୍ରିରେ ବିପୁଳ ପରିମାଣରେ କେମିକାଲ ମହଜୁଦ ଥିବା ବେଳେ ଅଗ୍ନି ନିରାପତ୍ତା ଗାଇଡଲାଇନ୍ ପାଳନ କରାଯାଇଥିଲା ନା ନାହିଁ ତାହାର ତଦନ୍ତ କରାଯାଉଛି ।
ସେପଟେ ଫ୍ୟାକ୍ଟ୍ରି ମାଲିକଙ୍କ ଅବହେଳା କାରଣରୁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଅଭିଯୋଗ କରି ମୃତକଙ୍କ ସମ୍ପର୍କୀୟମାନେ ଔଷଧ ଫ୍ୟାକ୍ଟ୍ରି ସମ୍ମୁଖରେ ଧାରଣା ଦେଇଛନ୍ତି । ଅଗ୍ନିକାଣ୍ଡର କାରଣ ସର୍ଟ ସର୍କିଟ ବୋଲି କୁହାଯାଉଛି । ଯେତେବେଳ ନିଆଁ ଲାଗିଥିଲା ଅନେକ କର୍ମଚାରୀ ଫ୍ୟାକ୍ଟ୍ରି ଭିତରେ ହିଁ କାମ କରୁଥିବା ସୂଚନା ମିଳିଛି । ନିଆଁ ଲାଗିବା ମାତ୍ରେ ସମସ୍ତେ ବାହାରକୁ ଦୌଡ଼ିବାକୁ ଲାଗିଥିଲେ । କିନ୍ତୁ ଜଣେ ମହିଳାଙ୍କ ସମେତ ୪ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *