Pratidin TV

Odisha's Digital News Platform

କଳାକାରଙ୍କୁ ମହଙ୍ଗା ପଡିଲା ପ୍ରଚାର କରିବା, ଇଡି ବଲିଉଡରେ ଖେଳାଇଲା ଆତଙ୍କ

1 min read

ମୁମ୍ବାଇ: ବଲିଉଡରେ ଆତଙ୍କ ଖେଳାଇଛି ଇଡି । ଧୀରେ ଧୀରେ କରି ଇଡି ସମସ୍ତଙ୍କୁ ଏବେ ସମନ ପଠାଉଛି । ମହାଦେବ ବେଟିଂ ଆପ ମାମଲାରେ ସାମିଲ ଥିବା କଳାକାର ତାଲିକା ଏବେ ଧୀରେ ଧୀରେ ପ୍ରକାଶ ପାଇବାରେ ଲାଗିଛି । ପୂର୍ବରୁ କିଛି ବଲିଉଡ ଅଭିନେତା ଅଭିନେତ୍ରୀଙ୍କନାମ ଆସିଥିବା ବେଳେ ଟେଲିଭିଜନ ଜଗତର କିଛି ଚିହ୍ନା ମୁହଁ ଙ୍କ ନାମ ଏଥିରେ ସାମିଲ ହୋଇଛି । ତେବେ ଏହି ବେଟିଂ ଆପଣରେ ଇଡି ରାଡରେ ଆସିଛନ୍ତି କମେଡି କିଙ୍ଗ କପିଲ ଶର୍ମା ଏବଂ ଟେଲିଭିଜନ ଜଗତର କୁଇନ ହିନା ଖାନ । ଠକ ସଂସ୍ଥାର ପ୍ରଚାର ପ୍ରସାର କରିବା ଏବେ କଳାକାରଙ୍କୁ ପଡିଛି ମହଙ୍ଗା ।

ଟାଇଗର ଶ୍ରଫଙ୍କ ଠାରୁ ଆରମ୍ଭ କରି ରଣବୀର କପୁର , ନେହା କକ୍କର , ଭାରତୀ ସିଂ ରହିଥିବା ବେଳେ କାଲି ଶ୍ରଦ୍ଧା କପୁର , ପରେ କପିଲ ଶର୍ମା ଏବଂ ହିନା ଖାନଙ୍କୁଙ୍କୁ ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ ଜାରି କରିଛି । ତେବେ ଏମାନଙ୍କର ଏହି ଆପରେ କଣ ଭୁମିକା ରହିଛି ଏବଂ କିଭଳି ଏହି ଠକାମୀ ସହ ସେମାନେ ସମ୍ପୃକ୍ତ ହେଲେ ସେ ନେଇ ପଚରାଉଚୁରା କରିବ ଇଡି ।

Advertisement

ସୌରଭ ଚନ୍ଦ୍ରାକର ନାମକ ଛତିଶଗଡର ଜଣେ ୨୮ ବର୍ଷିୟ ଯୁବକଙ୍କ ବିବାହ ଉତ୍ସବରେ ଦୁବାଇରେ କରାଯାଇଥିଲା । ସୌରଭ ତାର ସହଯୋଗୀ ରବି ଉପ୍ପଲ ସହ ମିଶି ଏହି ମହାଦେବ ବେଟିଂ ଆପ ଖୋଲିଥିଲେ । ଅନଲାଇନରେ କ୍ରିକେଟ, ଫୁଟବଲ, ଟେନିସ୍‌, ବ୍ୟାଡମିଂଟନ, କାର୍ଡ ଗେମ୍ସ ଆଦି ଖେଳ ଖେଳି ରୋଜଗାର କରିବାକୁ ଏହି ୱେବସାଇଟ ମାଧ୍ୟମରେ ପ୍ରଲୋଭିତ କରାଯାଇଥିଲା । ଅନଲାଇନ ବେଟିଂରେ ସଂସ୍ଥା ଦିନକୁ ୨୦୦ କୋଟରୁ ଅଧିକ ଆୟ କରୁଥିଲା ।

ଅନଲାଇନ୍ ବେଟିଂର ଶିକାର ଶତାଧିକ ଲୋକ ଅଭିଯୋଗ କରିବା ପରେ ଇଡି ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି । ଇଡି ଏହି ମାମଲାରେ କୋଲକାତା ଓ ମୁମ୍ବାଇ ସମେତ ୩୯ଟି ସ୍ଥାନରେ ଚଢ଼ଉ କରି ୪୧୭ କୋଟି ଟଙ୍କାର ସଂପତି ଜବତ କରିଛି । ତେବେ ଏହି ବିବାହ ଉତ୍ସବରେ ଅନେକ ଫିଲ୍ମ ଷ୍ଟାରମାନଙ୍କୁ ନାଚଗୀତ ପାଇଁ ନିମନ୍ତ୍ରଣ କରାଯାଇଥିଲା । ଏଥିପାଇଁ ସେମାନଙ୍କୁ ବିପୁଳ ପରିମାଣର ଅର୍ଥ ପ୍ରଦାନ କରାଯାଇଥିଲା । ଏହି ବିବାହ ଉତ୍ସବରେ ୨୫୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାକୁ ନେଇ ଇଡି ଖୋଳତାଡ କରିବା ପରେ ଠକେଇ ସମ୍ପର୍କରେ ସୁରାକ ପାଇଥିଲା । ଆଉ ଧୀରେ ଧୀରେ କରି ଯେଉଁ ସବୁ କଳାକାର ଏଥିରେ ଯୋଗ ଦେଇଥିଲେ ତାଙ୍କୁ ନୋଟିସ ପଠାଉଛି ।

Leave a Reply

Your email address will not be published. Required fields are marked *