Pratidin TV

Odisha's Digital News Platform

ରାସ୍ତା ପାଲଟିଛି ମରଣଯନ୍ତା, ଫାଇଲ ଭିତରେ ଚାପି ହୋଇଯାଉଛି ଘଟଣା…

1 min read

ପାରାଦୀପ: ବନ୍ଦରନଗରୀ ପାରାଦୀପ, ଭାରତବର୍ଷର ପୂର୍ବ ଭାରତର ବିକାଶର ଦ୍ୱାରଦେଶ ପାଲଟିଛି । ପାରାଦୀପ ବନ୍ଦର କୁ ନେଇ ଗଢି ଉଠିଛି ଅନେକ ଜାତୀୟ ଅନ୍ତର୍ଜାତୀୟ ଶିଳ୍ପସଂସ୍ଥା । ଏହା ସହିତ ବୃଦ୍ଧି ପାଉଛି ଗାଡି ମୋଟର ର ସଂଖ୍ୟା । ଦିନକୁ ହଜାର ହଜାର ଭାରୀଯାନ ଚଳାଚଳ କରୁଥିବା ପାରାଦୀପର ପ୍ରମୁଖ ରାଜରାସ୍ତା ଆଜି ପାଲଟିଛି ମରଣଜନ୍ତା । ରାସ୍ତା ମଝିରେ ସୃଷ୍ଟି ହୋଇଛି ବିରାଟ ଖାଲ ଖମା । ଏଥିସହ ବିପର୍ଯ୍ୟସ୍ତ ଟ୍ରାଫିକ ସମସ୍ୟାକୁ ନେଇ ବିଭିନ୍ନ ସମୟରେ ଘଟୁଛି ଦୁର୍ଘଟଣା । ଏହିଦୁର୍ଘଟଣାରେ କାହାର କେତେବେଳେ ମୃତ୍ୟୁ ଘଟୁଛି ତ ଆଉ କିଏ ଗୁରୁତର ଆହତ ହୋଇ ପରିବାରର ବୋଝ ପାଲଟୁଛି । ଯାହାର ଉଦାହରଣ ହେଉଛି ଗତ ୬ ଦିନରେ ୬ ଟି ଦୁର୍ଘଟଣା ଘଟି ୭ ଜଣ ଙ୍କ ମୃତ୍ୟୁ ଘଟିଛି । ଏବଂ ଏକାଧିକ ବ୍ୟକ୍ତି ଆହାତ ହୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ପଡିଛନ୍ତି । ତେବେ ପାରାଦୀପ ଅଠରବାଙ୍କୀ ଠାରୁ ଦୋଛକି ରାସ୍ତା ରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ନିଦ ଭାଙ୍ଗୁନାହିଁ । ଯାହାକୁ ନେଇ ପାରାଦୀପ ଅଞ୍ଚଳ ବାସିଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ମାସକୁ ଅତି କମରେ ୨୦ ଟି ରୁ ଉର୍ଦ୍ଧ ସଡ଼କ ଦୁର୍ଘଟଣା ଘଟୁଥିବା ବେଳେ ପୋଲିସ ପ୍ରଶାସନ କେବଳ କେଶ ରେଜିଷ୍ଟ୍ରି କରି ଗାଡି କୁ ଥାନାକୁ ଆଣିବା ସହିତ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ବିଶେଷ ମାନଙ୍କ ଶବ ବ୍ୟବଛେଦ କରୁଛି । ପରେ ଘଟଣା ଗୁଡିକ ଫାଇଲ ଭିତରେ ରହିଯାଉଛି ।

Advertisement

Leave a Reply

Your email address will not be published. Required fields are marked *