Pratidin TV

Odisha's Digital News Platform

ଧୋନୀ ଓ ପନ୍ତଙ୍କ ପାଇଁ ଶେଷ ହୋଇଗଲା ମୋ କ୍ୟାରିୟର୍‌: ପୂର୍ବତନ ଅଧିନାୟକଙ୍କ ବିସ୍ଫୋରକ ଖୁଲାସା

1 min read

ନୂଆଦିଲ୍ଲୀ: ଧୋନୀ ଓ ପନ୍ତଙ୍କ ପାଇଁ ଶେଷ ହୋଇଗଲା ମୋ କ୍ରିକେଟ୍ କ୍ୟାରିୟର୍ । ଏମିତି କିଛି କହିଛନ୍ତି ପୂର୍ବତନ ଉତ୍ତରପ୍ରଦେଶ ରଣଜୀ ଅଧିନାୟକ ଏଳଲବ୍ୟ ଦ୍ୱିବେଦୀ । ମାତ୍ର ୩୦ ବର୍ଷ ବୟସରେ କ୍ରିକେଟ ପଡିଆ ଛାଡି ଓଳିଲାତି ଆରମ୍ଭ କରିଥିଲେ । ୩ ବର୍ଷ ପରେ ନିଜ ଅବସର ନେଇ ମୁହଁ ଖୋଲିଛନ୍ତି ଦ୍ୱିବେଦୀ । ଏହା ସହିତ କେମିତି ପନ୍ତ ଏବଂ ଧୋନୀଙ୍କ ପାଇଁ ସେ ଅବସର ନେଲେ ତାହା ମଧ୍ୟ କହିଛନ୍ତି ।

ଜଣେ ଖେଳାଳି ହିସାବରେ ପଡିଆ ଛାଡିବା ଅତ୍ୟନ୍ତ କଷ୍ଟସାଧ୍ୟ । ବୟସ ବଢିବା ସହିତ ଖେଳାଳିଙ୍କୁ ନିଜ କ୍ୟାରିୟରରେ ପରଦା ଟାଣିବାକୁ ପଡିଥାଏ । ଏମିତି ଜଣେ ଖେଳାଳି ହେଉଛନ୍ତି ଏଳଲବ୍ୟ ଦ୍ୱିବେଦୀ । ବର୍ତ୍ତମାନ ଭାରତୀୟ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ସହିତ କାମ କରୁଥିବା ଦ୍ୱିବେଦୀ ଉତ୍ତର ପ୍ରଦେଶ ପାଇଁ ରଣଜୀ ଟ୍ରଫି ଖେଳିଛନ୍ତି । କେବଳ ଖେଳି ନାହାନ୍ତି ବରଂ କ୍ୟାପଟେନ୍ ମଧ୍ୟ ରହିଥିଲେ ।

ଦ୍ୱିବେଦୀ ୨୦୦୮ରେ ରାଜସ୍ଥାନ ବିପକ୍ଷରେ ବିଜୟ ହଜାରେ ଟ୍ରଫିରୁ ଉତ୍ତର ପ୍ରଦେଶ ପାଇଁ ଡେବ୍ୟୁ କରିଥିଲେ । ୨୦୧୦ରେ ଓଡ଼ିଶା ବିପକ୍ଷରେ କରିଥିଲେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ । ତେବେ ୨୦୧୬ ଥିଲା ଏଳଲବ୍ୟଙ୍କ କ୍ୟାରିୟର ଚେଞ୍ଜିଂ ମୋମେଣ୍ଟ । ୨୦୧୬ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ୟୁପିର କ୍ୟାପଟେନ୍ ୯ଟି ମ୍ୟାଚରୁ ସ୍କୋର କରିଥିଲେ ୨୫୮ ରନ୍ । ଏହା ସହିତ ହାତେଇଥିଲେ ପ୍ରଥମ ଆଇପିଏଲ୍ କଣ୍ଟ୍ରାକ୍ଟ । ସିଜିନରେ ମାତ୍ର ୪ଟି ମୁକାବିଲା ଖେଳିବାର ସୁଯୋଗ ପାଇଥିଲେ ହେଁ ବିଶେଷ କିଛି କମାଲ କରି ପାରିନଥିଲେ ।

୨୦୧୧-୧୩ ପୁଣେ ଆଇପିଏଲ୍ ଦଳ ସହିତ ରହିଥିବା ଦ୍ୱିବେଦୀ ୨୦୧୫ରେ ଚେନ୍ନାଇ ଏବଂ ୨୦୧୭-୧୮ରେ ହାଇଦ୍ରାବାଦ ଫ୍ରାଞ୍ଚାଇଜି ସହିତ କ୍ରିକେଟ୍ ଖେଳିଥିଲେ । ଫାଷ୍ଟ କ୍ଲାସ୍ ଏବଂ ଟି-୨୦କୁ ମିଶାଇ ୧୨୭ଟି ମୁକାବିଲା ଖେଳିଥିବା ବେଳେ ୩ ହଜାରରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି । ୩ଟି ଶତକ ହାସଲ କରିଥିବା ଦ୍ୱିବେଦୀ ଲିଷ୍ଟ ଏ ରେ ୭୦ ବଲରେ ଶତକ ଏବଂ ୨୧ ବଲରୁ ୫୦ ସ୍କୋର କରିବାର ରେକର୍ଡ ନିଜ ନାମରେ ରଖିଛନ୍ତି ।

ତେବେ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ କାରଣରୁ ଦୀନେଶ କାର୍ତ୍ତିକ ଓ ରିଦ୍ଧିମାନ ସାହାଙ୍କୁ ଟିମ୍ ଇଣ୍ଡିଆ ପର କରି ଦେଇଥିଲା । ଏପରିକି ଧୋନୀଙ୍କ କ୍ୟାରିୟରର ଶେଷ ଆଡକୁ ପନ୍ତଙ୍କୁ ବ୍ୟାକ୍ କରିଥିଲା ବିସିସିଆଇ । ଦେଶ ପାଇଁ ଖେଳିବାର ସମ୍ଭାବନା ଶେଷ ହେଉଥିବା ନଜର ଆସିବା ପରେ କ୍ରିକେଟ ଛାଡି ଆଇନର ପେଶା ଆପଣେଇ ନେଲି ବୋଲି କୁହନ୍ତି ଏକଲବ୍ୟ । ଓଳିଲ ଭାବେ କାମ କରୁଥିବା ଏଳଲବ୍ୟ ବର୍ତ୍ତମାନ ଋଷଭ ପନ୍ତଙ୍କ ଠକେଇ ମାମଲା ଲଢୁଛନ୍ତି ।

Leave a Reply

Your email address will not be published. Required fields are marked *