Pratidin TV

Odisha's Digital News Platform

୪ର୍ଥ ଥର ପାଇଁ ଆରବିଆଇ ଅପରିବର୍ତ୍ତିତ ରଖିଲା ରେପୋ ରେଟ୍‌

1 min read

ନୂଆଦିଲ୍ଲୀ : ଆଉ ବଢିଲାନି ସୁଧହାର । ପୂର୍ବଥର ଭଳି ଅପରିବର୍ତ୍ତି ରହିଲା ରେପୋ ରେଟ୍ । ଚତୁର୍ଥ ଥର ପାଇଁ ଆଇବିଆଇ ପକ୍ଷରୁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ୬ଦଶମିକ ୫୦ ପ୍ରତିଶତରେ ରହିଲା ସ୍ଥିର । ଏନେଇ ଘୋଷଣା କଲେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ସେ କହିଛନ୍ତି ଯେ, ଋଣ ଉପରେ ପଡୁଥିବା ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ । ବର୍ତ୍ତମାନ ମହଙ୍ଗା ହେବନି ଘର ଓ ଗାଡ଼ି ଋଣ ।ଗତ ୪ ତାରିଖରେ ଆଇବିଆଇ ଗଭର୍ଣ୍ଣରଙ୍କ ଅଧ୍ୟକ୍ଷତାରେ ମୁଦ୍ରାନୀତି କମିଟିର ୩ ଦିନିଆ ବୈଠକ ଚାଲିଥିଲା । ଆଜି ବୈଠକର ଶେଷ ଦିନରେ ସୁଧହାର ନେଇ ଘୋଷଣା କରାଯାଇଛି । ସାମଗ୍ରିକ ମୁଦ୍ରାସ୍ଫୀତି ଅନିଶ୍ଚିତତା ମଧ୍ୟରେ ଗତି କରୁଥିଲେ ବି ବ୍ୟାଙ୍କ୍ ବ୍ୟବସ୍ଥା ସୁଦୃଢ଼ ରହିଛି ।

ଡାଲି, ତୈଳବୀଜ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଦର ବୃଦ୍ଧି ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ମୁଦ୍ରସ୍ଫୀତିର କାରଣ ହେବାର ଆଶଙ୍କା ଥିବାରୁ ରିଜର୍ଭ ବ୍ୟାଙ୍କ୍ ମୁଦ୍ରସ୍ଫୀତିଜନିତ ଚାପ ନିୟନ୍ତ୍ରଣ କରିବାକୁ ଅର୍ଥ ଯୋଗାଣ ହ୍ରାସ ଉପରେ ଧ୍ୟାନ ଦେଇଛି ।ଶେଷଥର ପେବୁଆରୀରେ ସୁଧହାରରେ ୨୫ ବେସିସ ପଏଣ୍ଟ ବୃଦ୍ଧି ହୋଇଥିଲା । ଶକ୍ତିକାନ୍ତ ଦାସ ଆହୁରି କହିଥିଲେ ଯେ ଖାଦ୍ୟ ଓ ଇନ୍ଧନ ଦରକୁ ଛାଡ଼ି ବାକି କ୍ଷେତ୍ରରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣରେ ଥିଲା । କିନ୍ତୁ, ଖରିଫ ଫସଲ ଉତ୍ପାଦନ ହ୍ରାସ ପାଇବାରୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଛି । ଏହାଛଡ଼ା, ବିଶ୍ୱ ଅର୍ଥନୀତି ଏବେ ମଧ୍ୟ ମାନ୍ଦା ଅବସ୍ଥାରେ ରହିଛି । ସୂଚନାମୁତାବକ, ରେପୋ ରେଡ ହେଉଛି ଯେଉଁ ସୁଧହାରରେ ଆରବିଆଇ ବାଣିଜ୍ୟକ ବ୍ୟାଙ୍କଗୁଡିକକୁ ଋଣ ଦେିଥାଏ । ଏଥିରେ କୌଣସି ପରିବର୍ତ୍ତନ ହେଲେ ବ୍ୟାଙ୍କ ଲୋନ ଓ ଇଏମଆଇ ମହଙ୍ଗା ହୋଇଯାଏ । ଯାହା ସାଧାରଣ ଲୋକଙ୍କ ପକେଟ କୁ ପ୍ରଭାବିତ କରିଥାଏ ।

Advertisement

Leave a Reply

Your email address will not be published. Required fields are marked *