Pratidin TV

Odisha's Digital News Platform

ଏବେବି ଜେଲରେ କାଟୁଛନ୍ତି ବନ୍ଦୀ ଜୀବନ ,ହେଲେ ପାଇବେ ‘ନୋବେଲ ଶାନ୍ତି ପୁରସ୍କାର’

1 min read

ନୂଆଦିଲ୍ଲୀ ; ଆଜି ଘୋଷଣା ହେଲା ନୋବେଲ ଶାନ୍ତି ପୁରସ୍କାର । ନିଜର ଜୀବନ କାଳରେ ୩୧ ବର୍ଷ ସଜା କାଟିବା ସହ ଏବେବି ଜେଲରେ ବନ୍ଦି ଜୀବନ କାଟୁଥିବା ଇରାନର ନର୍ଗେସ ମହମ୍ମଦି ଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର । ଇରାନରେ ମହିଳାଙ୍କ ଅଧିକାର ପାଇଁ ଲଢ଼େଇ କରୁଥିବା ନର୍ଗେସ ଜେଲରେ ଥାଇ ନୋବେଲ ଶାନ୍ତି ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଏ ସମ୍ପର୍କରେ ପରମ୍ପରା ଅନୁସାରେ ନରୱେ ନୋବେଲ ପୁରସ୍କାର କମିଟି ପକ୍ଷରୁ ଘୋଷଣା କରାଯାଇଛି।

ନର୍ଗେସଙ୍କୁ ଜଣେ ସାହସୀ ମହିଳା ଭାବେ ଜଣାଶୁଣା ।ଏହା ସହ ସେ ଇରାନର ଜଣେ ଲୋକପ୍ରିୟ ତଥା ଚର୍ଚ୍ଚିତ ମାନବାଧିକାର କର୍ମୀ। ଇରାନରେ ମହିଳାଙ୍କୁ ସେମାନଙ୍କ ଅଧିକାର ମିଳେନାହିଁ। ଏହା ବିରୋଧରେ ହିଁ ନର୍ଗିସ ଲଢ଼େଇ କରନ୍ତି। ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରି ସେ ୩୧ ବର୍ଷ କାରାଦଣ୍ଡ ଭୋଗିଛନ୍ତି । ବିଭିନ୍ନ ସମୟରେ ନର୍ଗେସଙ୍କୁ ୧୩ଥର ଗିରଫ ହେବାକୁ ପଡ଼ିଛି । ୫ଥର ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏବଂ ସମୁଦାୟ ୩୧ ବର୍ଷ ଜେଲ ଦଣ୍ଡ ଭୋଗିଛନ୍ତି । ସେହିପରି ଇରାନର ନିୟମ ଅନୁସାରେ ତାଙ୍କୁ ୧୫୪ ଥର ବେତ୍ରାଘାତ ଦଣ୍ଡ ମଧ୍ୟ ମିଳିଛି।

Advertisement

ଇରାନରେ ମହିଳାଙ୍କ ଅଧିକାରକୁ ସରକାର ଚାପି ଦେଉଥିବା ସେ ଅଭିଯୋଗ କରିଆସୁଛନ୍ତି। ଏଥିପାଇଁ ତାଙ୍କୁ ସରକାର ଗିରଫ କରି ଜେଲ ପଠାଇ ଦେଇଛନ୍ତି। ସବୁବେଳେ ଅହିଂସା ଉପାୟରେ ମହିଳାଙ୍କ ଅଧିକାର ପାଇଁ ନର୍ଗିସ ଲଢ଼େଇ କରୁଥିବାରୁ ତାଙ୍କୁ ନୋବେଲ ପୁରସ୍କାର ମିଳିଛି।

Leave a Reply

Your email address will not be published. Required fields are marked *