ସେବି ନିକଟରେ ଡିଆର୍ଏଚ୍ପି ଦାଖଲ କଲା ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍
1 min readଭୁବନେଶ୍ୱର: ପ୍ରମୁଖ ପବନ ଶକ୍ତି ପରିଚାଳନା ଓ ରକ୍ଷଣାବେକ୍ଷଣ ସେବା ପ୍ରଦାନକାରୀ ସଂସ୍ଥା ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ଲିମିଟେଡ୍ ପକ୍ଷରୁ ଜୁନ୍ ୧୭ରେ ସେବି ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସ୍ପେକ୍ଟସ୍ (ଡିଆର୍ଏଚ୍ପି) ଦାଖଲ କରାଯାଇଛି । ଇନିସିଆଲ୍ ପବ୍ଲିକ୍ ଅଫର୍ (ଆଇପିଓ) ଜରିଆରେ କଂପାନି ୭୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ସେଥିରୁ ନୂଆ ସେୟାର୍ ଜାରି କରି ୩୭୦ କୋଟି ଟଙ୍କା ଓ ଅଫର୍ ଫର୍ ସେଲ୍ ଜରିଆରେ ଆଉ ୩୭୦ କୋଟି ଟଙ୍କା ସଂଗ୍ରହ କରାଯିବ । ଏଥିରୁ ମିଳିବାକୁ ଥିବା ପାଣ୍ଠିକୁ କଂପାନି ତାହାର କେତେକ ଋଣକୁ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ପରିଶୋଧ କରିବା ଲାଗି ଓ ବଳକା ରାଶିକୁ ସାଧାରଣ କର୍ପୋରେଟ୍ କାର୍ଯ୍ୟରେ ବ୍ୟବହାର କରାଯିବ ।
ଆଇନକ୍ସ ଗ୍ରିନ୍ ଏନର୍ଜି ସର୍ଭିସେସ୍ ହେଉଛି ଆଇନକ୍ସ ୱିଣ୍ଡ୍ ଲିମିଟେଡ୍ର ଏକ ସହଯୋଗୀ ସଂସ୍ଥା ଯାହା ବମ୍ବେ ଷ୍ଟକ୍ ଏକ୍ସଚେଂଜ୍ ଓ ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଂଜ୍ରେ ତାଲିକାଭୁକ୍ତ ହୋଇଛି ।
ଶକ୍ତି କ୍ଷେତ୍ରର ଓଆଣ୍ଡ୍ଏମ୍ ଶିଳ୍ପରେ କଂପାନିର ଦୀର୍ଘ ୯ ବର୍ଷର ଅଭିଜ୍ଞତା ରହିଛି । କଂପାନି ଆଠଟି ପବନ ଶକ୍ତି ସମୃଦ୍ଧ ରାଜ୍ୟରେ ୨୭୫୦ ମେଗାୱାଟ୍ ପ୍ରକଳ୍ପକୁ ଓଆଣ୍ଡ୍ଏମ୍ ସୁବିଧା ପ୍ରଦାନ କରୁଛି । ଏହି ପ୍ରକଳ୍ପଗୁଡ଼ିକର ଜୀବନ କାଳ ୨୦ ବର୍ଷରୁ ଅଧିକ ରହିଛି । ମୋଟ ୨୭୫୦ ମେଗାୱାଟ୍ ମଧ୍ୟୁ କଂପାନି ୧୯୨୨ ମେଗାୱାଟ୍ ଲାଗି ବ୍ୟାପକ ଓଆଣ୍ଡ୍ଏମ୍ ସେବା ଚୁକ୍ତି ହାସଲ କରିଥିବା ବେଳେ ୮୨୮ ମେଗାୱାଟ୍ ପ୍ରକଳ୍ପ ପାଇଁ ସାଧାରଣ ଭିତିଭୂମି ଓଆଣ୍ଡ୍ଏମ୍ ଚୁକ୍ତି ହାସଲ କରିଛି । କଂପାନି ସ୍ୱାଧୀନ ଶକ୍ତି ଉତ୍ପାଦନକାରୀ, ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ପୋରେଟ୍ ସଂସ୍ଥାଗୁଡ଼ିକୁ ଓଆଣ୍ଡ୍ଏମ୍ ସୁବିଧା ପ୍ରଦାନ କରୁଛି ।
୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା କଂପାନିର ଓଆଣ୍ଡ୍ଏମ୍ ପୋର୍ଟଫୋଲିଓରେ ସାମିଲ ରହିଛି ହାରାହାରି ୨୭୫୦ ମେଗାୱାଟ୍ର ପବନ ଶକ୍ତି ଓ ୧୩୭୫ ମେଗାୱାଟ୍ର ଡବ୍ଲୁଟିଜି । ଗୁଜରାଟର ମହିଦାଦ୍,ରୋଜ୍ମାଳ, ସାଡଲା, ଶବରକୁଣ୍ଡଲା ଓ ଦୟାପାର୍ ୧୧୭୮ ମେଗାୱାଟ୍, ମଧ୍ୟପ୍ରଦେଶର କୁକ୍ରୁ, ନିପାନିୟା, ଜାଓରା ଓ ଲାହୋରିରେ ୬୩୨ ମେଗାୱାଟ୍ ରାଜସ୍ଥାନର ଡାଙ୍ଗରିରେ ୫୬୦ ମେଗାୱାଟ୍ ଏବଂ ମହାରାଷ୍ଟ୍ରର ଭାସପେଟ୍, ଭେଣ୍ଡେୱାଡେ ଓ ସାଉଥ୍ ବୁଧ୍ରେ ୧୯୬ ମେଗାୱାଟ୍ର ପ୍ରକଳ୍ପ ରହିଛି ।