Pratidin TV

Odisha's Digital News Platform

ହକିରେ ଭାରତକୁ ସ୍ୱର୍ଣ୍ଣ ଉପହାର ଦେଲେ ଓଡିଆ ପୁଅ ଅମିତ ରୋହିଦାସ…

1 min read

ବିଦେଶ ମାଟିରେ ଚମକିଲେ ଆଉ ଏକ ଓଡିଆ ପୁଅ । ଜାଭେଲିନରେ ରୈାପ୍ୟ ପରେ ହକିର ପଡିଲା ପାଳି । ପୁରୀର କିଶୋର ଜେନାଙ୍କ ପରେ ସୁନ୍ଦରଗଡର ଅମିତ ମାରିଲେ ବାଜି । ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଉପହାର ଦେଲେ ଓଡିଆ ପୁଅ ଅମିତ ରୋହିଦାସ । ତାଙ୍କର ଗୋଟିଏ ଗୋଲରେ ଭାରତ ହେଲା ଚାମ୍ପିୟନ । ଏସୀୟ କ୍ରୀଡା ପୁରୁଷ ହକିରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଛି । ପ୍ରତିଦ୍ୱନ୍ଦୀ ଦଳ ଜାପାନକୁ ୫-୧ରେ ମାତଦେଇ ସ୍ୱର୍ଣ୍ଣ ପଦକ ହାତେଇଛି ଭାରତ । ତେବେ ଏସିଆନ୍ସ ଗେମ ହକି ଦଳରେ ଓଡିଶା ସୁନ୍ଦରଗଡ ମାଟିର ପୁଅ ଅମିତ ରୋହିଦାସଙ୍କର ସାମିଲ ହୋଇଥିଲେ । ଓଡିଆ ଖେଳାଳି ଅମିତ ରୋହିଦାସଙ୍କ ଉପରେ ଆଜି ସାରା ଓଡିଶାର ନଜର ରହିଥିଲା । ଆଜିକାର ଏହି ଖେଳରେ ଅମିତ ଭଲ ପ୍ରଦର୍ଶନ କରିବା ସହ ଏକ ଗୋଲେସ୍କାର ମଧ୍ୟ କରିଥିଲେ । ୨୦୧୮ ଚାମ୍ପିୟନସିପ ଜାପାନକୁ ମାତ ଦେଇ ସ୍ୱର୍ଣ୍ଣ ପଦକ ପାଇଁ ଡବଲ ଗୋଲ କରିଥିଲେ ହରମନପୀତ୍ ସିଂ ଏବଂ ଓଡିଆ ପୁଅ ଅମିତ ରୋହିଦାସ । ଏବଂ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଯାହା ଦେଶ ତଥା ରାଜ୍ୟ ପାଇଁ ଏକ ଗର୍ବର ବିଷୟ ପାଲଟିଛି । ପୁର୍ବରୁ୧୯୬୬,୧୯୯୮ ଏବଂ ୨୦୨୪ରେ ଇଞ୍ଚନ ଏସିଆଡରେ ଭାରତ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଏହାକୁ ମିସାଇ ଚତୁର୍ଥ ଥର ପାଇଁ ଏସୀୟ କ୍ରୀଡାରେ ଭାରତୀୟ ହକି ଟିମ ସ୍ୱର୍ଣ୍ଣ ପଦକ ଜିତିଛି ।

Advertisement

Leave a Reply

Your email address will not be published. Required fields are marked *