Pratidin TV

Odisha's Digital News Platform

ଗଙ୍ଗାସ୍ନାନ ହେଲା କାଳ, ଗାଧୋଇବା ବେଳେ ବୁଡିଗଲେ ୫ ନାବାଳକ…

1 min read

ଉତ୍ତରପ୍ରଦେଶ: ଗଙ୍ଗା ନଦୀରେ ଗାଧୋଇବା ହେଲା କାଳ । ପରସ୍ପର ସାଙ୍ଗ ହୋଇ ଗାଧୋଇ ଯାଇଥିଲେ । ଆଉ ସାଙ୍ଗ ହୋଇ ପ୍ରାଣ ହରାଇଲେ । ପୁଣି ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୫ଜଣ ନାବାଳକ ଗଭୀର ଜଳରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ହଁ ଆଜ୍ଞା ଏପରି ଦୁଖଃଦ ଖବର ଘଟିଯାଇଛି ଉତ୍ତରପ୍ରଦେଶରେ । ଶୁକ୍ରବାର ପ୍ରୟାଗରାଜ ସ୍ଥିତ ଗଙ୍ଗା ନଦୀରେ ଗାଧୋଇବା ହୋଇଛି କାଳ । ଟିକିଏ ଅସାବଧନତା ଯୋଗୁଁ ଗଭୀର ଜଳରେ ପାଞ୍ଚ ନିରୀହ ଜୀବନ ବଳି ପଡି ଯାଇଛି । ଗାଧୋଇବା ବେଳେ ପରସ୍ପରକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ୫ ନାବାଳକ । ଏସମ୍ପର୍କରେ ସୂଚନା ପାଇବା କ୍ଷଣି ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ । ଏବଂ ତୁରନ୍ତ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା । ହେଲେ ପାଞ୍ଚଜଣ ନାବାଳକଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ମୃତ ନାବାଳକ ପାଞ୍ଚଜଣ ହେଲେ ହିମାଂଶୁ (୧୬), ପ୍ରିୟଙ୍କା (୧୬), ଆକାଶ (୧୪), ଶନି (୧୭) ଏବଂ ମୁଲାୟମ (୧୭) । ନଦୀରେ ବୁଡି ଏକା ସଂଙ୍ଗେ ପାଞ୍ଚ ଜଣଙ୍କର ଜୀବନ ଚାଲିଥିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ସେପଟେ ଏପରି ଦୁଖଃଦ ଖବରକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥବାଳକମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇବା ସହ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।


ସୂଚନା ମୁତାବିକ ଶିବକୁଟି ଥାନା ଅଞ୍ଚଳର ମେହଦୈାରୀ ଗଙ୍ଗାକୂଳକୁ ଅପରାହ୍ନ ସମୟରେରେ ପାଞ୍ଚ ନାବାଳକ ଗାଧୋଇବା ପାଇଁ ଯାଇଥିଲେ । ଗାଧୋଇବା ସମୟରେ ପ୍ରଥମେ ଜଣେ ନାବାଳକ ବୁଡି ଯାଇଥିଲେ । ପରେ ତାକୁ ସାଥିୀ ମାନେ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ହେଲେ ସମସ୍ତେ ପରସ୍ପରକୁ ବଞ୍ଚାଇବାକୁ ଯାଇ ବୁଡିଯାଇଥିଲେ । ତେବେ ସେହି କୁଳରେ ଅନ୍ୟ ଲୋକମାନେ ସେମାନଙ୍କୁ ଉଦ୍ଧାରକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । ତେଣୁ ସେମାନେ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ପରେ ଘଟଣା ସ୍ଥଳରେ ପୋଲିସ ଓ ଉଦ୍ଧାର କାରୀ ଦଳ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଥିଲେ । ପ୍ରାୟ ଏକ ଘଣ୍ଟା ପରିଶ୍ରମ ପରେ ପାଞ୍ଚିଟିଯାକ ମୃତଦେହ ନଦୀରୁ ଉଦ୍ଧାର ହୋଇଥିଲା । ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କାରୀ ରଖିଛି ।

Advertisement

Leave a Reply

Your email address will not be published. Required fields are marked *