Pratidin TV

Odisha's Digital News Platform

(ଭିଡ଼ିଓ) ବିଶ୍ୱକପର ଫିବର, ହଳଦିଖଣ୍ଡରେ ତିଆରି କଲେ ୱାର୍ଲ୍ଡକପ ଟ୍ରଫି..

1 min read

ଖୋର୍ଦ୍ଧା : ଆରମ୍ଭ ହୋଇ ସାରିଛି କ୍ରିକେଟର ବିଶ୍ୱକପ ମହାକୁମ୍ଭ । ଆଉ ଚଳିତ ବର୍ଷ ଭାରତରେ ଆୟୋଜିତ ହୋଇଛି ବିଶ୍ୱକପ । ୪ବର୍ଷରେ ଥରେ ବିଶ୍ୱକପ ଖେଳାଯାଉଥିବା ବେଳେ ଚଳିତ ବର୍ଷ ଭାରତ ଏହାର ଦାୟିତ୍ୱ ନେଇଛି । ତେବେ ସମଭ୍ର ବିଶ୍ୱରେ ଏକ ବିଶ୍ୱକପର ଫିବର ଲାଗିଛି । ତେବେ ଏଥିରୁ କିଭଳି ବାଦ ପଡିଟିବ ଓଡିଶା । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅକ୍ଟୋବର ୫ରୁ ଉଦଘାଟନୀ ମ୍ୟାଚ ଆରମ୍ଭ ହୋଇସାରିଛି । ତେବେ ଏହି ଅବସରରେ ଓଡିଶାର ଜଣେ ଶିଳ୍ୱୀ ଏବେ ଏହି ବିଶ୍ୱକପକୁୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଆଜ୍ଞା ହଁ ଖୋର୍ଦ୍ଧା ଜିଲ୍ଲାର ଜଟଣୀ ଅଂଚଳର ଜଣେ ସୂକ୍ଷ୍ମ ଶିଳ୍ପି ଏକ କଳାକୃତିକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ତେବେ ଚଳିତ ବିଶ୍ୱକପ କ୍ରିିକେଟର ଟ୍ରଫିକୁ ନେଇ ସେ ଆଉ ଏକ ବିଶ୍ୱକପ ଟ୍ରଫି ପ୍ରସ୍ତୁତ କରିଛନ୍ତି । ତେବେ ଈଶ୍ୱର ୧ଇଞ୍ଚର କ୍ରିକେଟ ବିଶ୍ୱକପ ଟ୍ରଫି ପ୍ରସ୍ତୁତ କରିଛନ୍ତି । ସେ ପୁଣି ଏକ ହଳଦି ଖଣ୍ଡ ଉପରେ ଏଳଭି ତିଆରି କରିଛନ୍ତି । ଏହି କଳାକୃତି କରିବା ପାଇଁ ଈଶ୍ୱରଙ୍କୁ ୨ଦିନ ସମୟ ଲାଗିଥିଲା । ଏହି ଟ୍ରଫି ମାଧ୍ୟମରେ ସମସ୍ତ ଦଳଙ୍କୁ ସେ ଭାରତକୁ ସ୍ୱାଗତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *