Pratidin TV

Odisha's Digital News Platform

ସିକିମ ତିସ୍ତାନଦୀ ବନ୍ୟାର ସୁଅରେ ଗୋଳାବାରୁଦ ବିସ୍ଫୋରଣ…

1 min read

ମାତ୍ରାଧିକ ବର୍ଷା ଫଳରେ ସିକ୍କିମ ରାଜ୍ୟରେ ପ୍ରଳୟଙ୍କାରୀ ବନ୍ୟା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ବନ୍ୟାରେ ଅନେକ ଲୋକ ପ୍ରାଣ ହରାଇଥିବା ବେଳେ ସହସ୍ର ଲୋକ ବାସହରା ହୋଇଯାଇଛନ୍ତି । ଏଥିସହିତ ୩ ହଜାର ପର୍ଯ୍ୟଟକ ମଧ୍ୟ ବନ୍ୟା ଘେରରେ ଅଛନ୍ତି । ଖାଲି ସେତିକି ନୁୁହେଁ ଏହି ବିନାଶକାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ୫୬ କୁ ବୃଦ୍ଧି ପାଇଛି । ସେଥିରେ ୧୧ ଜଣ ଯବାନ ମଧ୍ୟ ରହିଛନ୍ତି । ତେବେ ତିସ୍ତା ନଦୀରେ ବନ୍ୟା ଯୋଗୁଁ ସ୍ଥାନୀୟ ଲୋକଙ୍କ ସହ ସେନା କ୍ୟାମ୍ପ ଭାସିଯାଇଥିଲା । ଯେଉଁଥିରେ ଗୋଳାବାରୁଦ, ଅସ୍ତ୍ର ସହ ୨୨ଜଣ ଯବାନ ଭାସିଯାଇଥିଲେ । ହେଲେ ଶୁକ୍ରବାର ନଦୀରେ ବନ୍ୟାର ସୁଅ ଚାଲୁଥିବା ବେଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୫ ଜଣଙ୍କର ଜୀବନ ଚାଲିଥିବା ଜଣାପଡିଛି । ଯାହାକୁ ନେଇ ଲୋକମାନେ ମଧ୍ୟ ଆତଙ୍କିତ ହୋଇପଡିଛନ୍ତି । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ନଦୀରେ ବିସ୍ଫୋରଣ ନେଇ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ଅବଗତ କରାଯାଇଛି । କୌଣସି ଠାରୁ ଗୋଳାବାରୁଦର ସନ୍ଧାନ ମିଳିଲେ ତୁରନ୍ତ କାର୍ଯ୍ୟାଳୟରେ କିମ୍ବା ସେନାଧିକାରୀଙ୍କୁ ଜଣାଇବାକୁ ସ୍ଥାନୀୟ ଲୋକଙ୍କୁ ଅପିଲ କରାଯାଇଛି । ଏଥିିସହିତ କୈାଣସି ପ୍ରକାର ଅଜଣା ବସ୍ତୁକୁ ନଛୁଇଁବା ପାଇଁ ମଧ୍ୟ ସେନାପକ୍ଷରୁ ସ୍ଥାନୀୟ ଲୋକଙ୍କୁ ବାରଣ କରାଯାଇଛି ।

Advertisement

Leave a Reply

Your email address will not be published. Required fields are marked *