Pratidin TV

Odisha's Digital News Platform

ଅସହାୟଙ୍କ ମୁଣ୍ଡକୁ ଛାତ ଦେଉଛନ୍ତି ରାୟଗଡାର ହରିଶ୍ଚଚନ୍ଦ୍ର ରତ୍ନାଜିବାବୁ, ବୁଲି ବୁଲି ଲୋକଙ୍କୁ ବାଣ୍ଟୁଛନ୍ତି ପଟା..

1 min read

ରାୟଗଡା: ଅସହାୟ ବେସାହାର ଙ୍କ ସାହାରା ପାଲଟିଲେ ରତ୍ନାଜିବାବୁ । ମସିହାଁ ସାଜି ନିରୀହ ଗରିବ ଭୂମି ହୀନ ଅସାୟ ଙ୍କୁ ଜାଗା ଦାନ କଲେ ଦୟାଳୁ ରତ୍ନାଜି ବାବୁ । ଯେଉଁମାନଙ୍କ ଜାଗା ଖଣ୍ଡେ ନାହିଁ କି ଘର ନାହିଁ କିମ୍ବା ଅନାଥ ସେମାନଙ୍କୁ ଜାଗା ଦାନ କରି ଦେଲେ ସମାଜ କୁ ମାନବିକତା ର ପରିଚୟ । ଆଉ ସାଜିଗଲେ ଗରିବଙ୍କ ପାଇଁ ଦାନ ବିର ହରିଚନ୍ଦ୍ର ରାଜା । ଏହି ଭଳି ଏକ ଘଟଣା ଦେଖିବା କୁ ମିଳିଛି ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ସୁନାଖଣ୍ଡି ପଞ୍ଚାୟତ ଶିବ ମନ୍ଦିର ପାଖ ଗୌତମ ନଗରରେ ରହିଆସୁଥିବା କେ, ରତ୍ନାଜି ବାବୁ । ଯିଏ ବର୍ତ୍ତମାନ ଅଞ୍ଚଳରେ ଏବେ ଦାନ ବିର ହରିଚନ୍ଦ୍ର ପଲଟିଥିବା ଚର୍ଚ୍ଚା ହେଉଛି । ସବୁଠାରୁ ବଡ କଥା ହେଲା ଏହି କଳିଯୁଗରେ ଖଣ୍ଡେ ଜାଗା ପାଇଁ ଭାଇ,ଭାଇ କୁ ହତ୍ୟା କରୁଛି ତୋ କୋଉଟି ପୁଅ ବାପା କୁ ଆଉ କୋର୍ଟ କଚେରୀ ଥାନା ଦୌଡ଼ୁ ଥିବା ଆପଣ ମାନେ ପ୍ରାୟ ସବୁବେଳେ ଦେଖି ଥିବେ କିନ୍ତୁ ତାଙ୍କ ଭଳି ମଣିଷ ମିଳିବା କଷ୍ଟକର ବୋଲି ଲୋକ ମାନେ କଥା ହେଉଛନ୍ତି । ସେ ୨୦ଟି ଭୂମି ହୀନ ପରିବାର ଙ୍କୁ ଦୁଇ ସେଣ୍ଟ ଲେଖାଏଁ ଜାଗା ସହାୟତା କରିଥିବା ସହ ତହସିଲ ଅଫିସ ଯାଇ ଦୁଇ ଲକ୍ଷ ଟଙ୍କା ରେଜିଷ୍ଟ୍ରେସନ କରିବାପାଇଁ ଖର୍ଚ୍ଚ କରି ୨୦ପରିବାର ଙ୍କ ନାମରେ ପଟା କରି ଦାନ ଦେଇଥିବା ଜଣା ପଡ଼ିଛି । ତାହା ସହିତ ଡକ୍ଟର ବାବା ସାହେବ ଆମ୍ବେଦକର ଙ୍କ ପ୍ରତି ମୂର୍ତ୍ତି ସ୍ଥାପନ କରି ୫ ଡେସିମିଲି ଜାଗା ମଧ୍ୟ ଦାନ କରିଛନ୍ତି । ରତ୍ନାଜି ବାବୁ ଆଜିକୁ ୩୩ ବର୍ଷ ପୂର୍ବେ ଆନ୍ଧ୍ରପ୍ରଦେଶ ରୁ ଆସି ଏଠାରେ ଜାଗା ବାଡ଼ି କିଣି ଚାଷ କରି ବେଶ ଭଲ ରୋଜଗାର କରିବା ସହ ଲୋକଙ୍କୁ ସବୁ ବେଳେ ସାହାଯ୍ୟ କରି ପରିଚୟ ସୃଷ୍ଟି କରିଥିବା ବେଳେ ଆଜି ଭୂମି ହୀନ ଙ୍କୁ ଜାଗା ଦାନ କରି ଗରିବଙ୍କ ପାଇଁ ଦାନ ବିର ହରିଚନ୍ଦ୍ର ସାଜିଥିବା ଦେଖିବା କୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *