Pratidin TV

Odisha's Digital News Platform

ନବରାତ୍ରୀରେ ଆଣନ୍ତୁ ଏହି ସବୁ ଜିନିଷ .. ଘରକୁ ଆସିବ ସୁଖ ଶାନ୍ତି ଓ ସମୃଦ୍ଧି..

1 min read

ପାଖେଇ ଆସୁଛି ଦୁର୍ଗା ପୂଜା । ମାତ୍ର ଆଉ କେଇଟା ଦିନ ପରେ ଜମିବ ଦୁର୍ଗା ପୂଜା । ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକାରର ତୋରଣରେ ସୋଭା ପାଇବେ ମାଆ ଦୁର୍ଗା । ଏଥର ଅକ୍ଟୋବର ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଶାରଦୀୟ ନବରାତ୍ରୀ ପର୍ବ । ୧୫ ତାରିଖରୁ ୨୪ ତାରିଖ ଯାଏଁ ଚାଲିବ ପର୍ବ । ଧରାପୃଷ୍ଠରେ ମାଆଙ୍କୁ ଦର୍ଶନ କରିବେ ଭକ୍ତ । ଆଉ ମାଆ ଦୁର୍ଗା ତାଙ୍କ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ଢାଳି ଦେଇଥାନ୍ତି ବୋଲି ବିଶ୍ୱାସ ରହିଛି । ତେବେ ଏପରି କିଛି ଜିନିଷ ଅଛି ଯାହା ନବରାତ୍ରୀ ସମୟରେ ଘରକୁ ଆଣିଲେ ଶୁଭ ହୋଇଥାଏ । ଆସନ୍ତୁ ଜାଣିବା…
ଜ୍ୟୋତିଷଙ୍କ କହିବାନୁଯାୟୀ, ନବରାତ୍ରୀ ସମୟରେ ଗୃହିଣୀମାନେ ନିଜ ପାଇଁ ଶଙ୍ଖା, ସିନ୍ଦୂର ଓ ସାଜସଜ୍ଜାର ଅନ୍ୟାନ୍ୟ ଉପକରଣ ଘରକୁ ଆଣି ପିନ୍ଧିବାକୁ ଶୁଭ ମନାଯାଏ । ଏହି ସମୟରେ ପୁରୁଷମାନେ ସେମାନଙ୍କ ପତ୍ନୀଙ୍କୁ ନୂଆ ବସ୍ତ୍ର ଓ ଅଳଙ୍କାର କିଣି ଦେବା ଶୁଭ ହୋଇଥାଏ ।
ଏହି ସମୟରେ ଘରକୁ ମୟୂର ପୁଚ୍ଛ ଆଣିବା ଶୁଭ ହୋଇଥାଏ ବୋଲି ବିଶ୍ୱାସ ରହିଛି । କୁହାଯାଏ ଘରକୁ ମୟୂର ପଙ୍ଖ ଆଣିଲେ ମାଆ ଦୁର୍ଗାଙ୍କ ସହ ପ୍ରଭୁ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ଭକ୍ତଙ୍କ ଉପରେ ରହିଥାଏ ବୋଲି ବିଶ୍ୱାସ ରହିଛି ।
ଏହି ସମୟରେ ଘରକୁ ପଦ୍ମଫୁଲ ବା ପଦ୍ମଫୁଲ ଫଟୋ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ । ପଦ୍ମ ଫୁଲ ମାଆ ଦୁର୍ଗାଙ୍କ ବେଶ୍ ପ୍ରିୟ ହୋଇଥିବାରୁ ଘରକୁ ପଦ୍ମ ଫୁଲ ଆଣି ମାଆଙ୍କୁ ପୂଜା କଲେ ଘରକୁ ସୁଖ ଶାନ୍ତି ଆସିଥାଏ ବୋଲି କୁହାଯାଇଥାଏ । ତେବେ କେହି କେହି ଏହି ସମୟରେ ଘରକୁ ସୁନା କିମ୍ବା ରୂପା ମୁଦ୍ରା ବି ଘରକୁ ଆଣିଥାନ୍ତି । କାରଣ ନବରାତ୍ରୀ ସମୟରେ ଘରକୁ ସୁନା ରୂପା ଆଣିଲେ ଘର ପାଇଁ ଶୁଭ ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *