Pratidin TV

Odisha's Digital News Platform

ଆଜବେଷ୍ଟ ଟେକି ଦୋକାନ ଭିତରେ କଳାକନା ବୁଲାଇଲା ଚୋରୀ, ଲୁଟି ନେଲା ଦାମୀ ଫୋନ୍‌..

1 min read

କେନ୍ଦ୍ରାପଡ଼ା: ମୋବାଇଲ ଦୋକାନରେ ବୁଲିଲା କଳାକନା । କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ନିକଟ ଆଳିବଜାର ରୁ ଗତକାଲି ବିଳମ୍ବିତ ରାତି ମୋବାଇଲ ଦୋକାନ ର ଆଜେବେଷ୍ଟ ତାଢ଼ି ଦୃବୁର୍ତ୍ତ ମାନେ ଲୁଟିନେଲେ ଲକ୍ଷାଧିକ ଟଙ୍କାର ନାମିଦାମୀ କମ୍ପାନୀ ର ମୋବାଇଲ । ଏହି ଚୋରି ହୋଇଥିବା ନେଇ ଜଣାପଡିବା ପରେ ଆଳି ଥାନା ରେ ଅଭିଯୋଗ କରିଛନ୍ତି ରମେଶ ଚନ୍ଦ୍ର ବେହେରା । ଚୋର ଦୋକାନୀରୁ ଚୋରୀ କରୁଥିବା ର ଦୃଶ୍ୟ ସିସି ଟିଭି ଫୁଟେଜ ରେ କଏଦ ହୋଇଯାଇଛି । ଥାନା ପାଖରୁ ମାତ୍ର ୫୦ମିଟର ଦୂରରେ ରହିଛି ଏହି ମୋବାଇଲ ଦୋକାନ ତଥାପି କିପରି ଚୋର ଚୋରି କରିବାକୁ ସାହାସ କଳା ତାହାକୁ ନେଇ ଏବେ ବୁଦ୍ଧିଜୀବୀ ମହଲ ରେ ପ୍ରଶ୍ନ ଉଠିଛି । ସାଧାରଣ ଜନତା କୁ ସୁରକ୍ଷା ଦେବାକୁ ପୋଲିସ କେତେ ସକ୍ଷମ ତାହା ଏଥିରୁ ଜଳ ଜଳ ଦେଖା ଯାଉଛି ବୋଲି ଲୋକେ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଦୋକାନୀ ଥାନା ରେ ଅଭିଯୋଗ କରିଥିଲେ ମଧ୍ୟ ଘଟଣା ସ୍ଥଳୀ ରେ ପୋଲିସ ଏ ଯାଏ ପହଁଚି ପାରିନି । ଚୋର କୁ ଯଥା ଶୀଘ୍ର ଧରିବାକୁ ସାଧାରଣ ରେ ଦାବି ହେଉଛି ।

Advertisement

Leave a Reply

Your email address will not be published. Required fields are marked *