ଅନ୍ତର୍ଜାତୀୟ ଯୋଗ ଦିବସ: ଚିଲିକାରେ ଅଦ୍ଭୂତପୂର୍ବ ଜଳଯୋଗ, ଦେଖନ୍ତୁ ଭିଡିଓ
1 min readଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ଯୋଗ କରାଯାଉଛି । ତେବେ ଏକ ଅନନ୍ୟ ଶୈଳୀରେ ଯୋଗ କରିଛନ୍ତି ପ୍ରତିଦିନ ଟିଭିର ସମ୍ପାଦକ ସୁଧୀର କୁମାର ପଣ୍ଡା । ଚିଲିକାର ଅକାତ ଜଳରାଶି ମଧ୍ୟରେ ଯୋଗ କରି ଏହାକୁ ଆହୁରି ଲୋକପ୍ରିୟ କରିବାର ଏକ ପ୍ରୟାସ କରିଛନ୍ତି ଶ୍ରୀ ପଣ୍ଡା । ସାମ୍ବାଦିକତା ସହିତ ଯୋଗ କରିବା ତାଙ୍କର ଏକ ଅଭ୍ୟାସ । ପୂର୍ବବର୍ଷ ବିନ୍ଦୁସାଗରରେ ଜଳ ଯୋଗ କରିଥିବା ବେଳେ ଚଳିତ ବର୍ଷ ଚିଲିକାକୁ ବାଛିଛନ୍ତି ଶ୍ରୀ ପଣ୍ଡା । ଚିଲିକାରେ ଅନେକ ଥର ଡଙ୍ଗାବୁଡି ହେଉଥିବା ବେଳେ ଏହା ଉପରେୂ ଲୋକଙ୍କୁ ସଚେତନ କରିବା ପାଇଁ ସେ ଏଭଳି ପଦକ୍ଷେପ ନେଇଛନ୍ତି ବୋଲି କହିଛନ୍ତି ଶ୍ରୀ ପଣ୍ଡା । ପହଁରା ଶିଖିବା ଦ୍ୱାରା ଲୋକ ନିଜେ ବଞ୍ଚି ପାରିବା ସହିତ ଅନ୍ୟ ମାନଙ୍କ ଜୀବନ ମଧ୍ୟ ବଞ୍ଚାଯାଇପାରିବ ।
ଏହା ସହିତ ପ୍ରତି ସ୍କୁଲରେ ସନ୍ତରଣ ଶିକ୍ଷା ପାଇଁ ସ୍ୱିମିଂ ପୁଲ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ବିଶ୍ୱରେ ଦୈନିକ ୫୦୦ ଲୋକ ଜଳ ଦୁର୍ଘଟଣାରୁ ପ୍ରାଣ ହରାଉଥିବା ବେଳେ ଏପରି ଶିକ୍ଷାଦାନରୁ ଏହି ଦୁର୍ଘଟଣାକୁ ପ୍ରତିହତ କରାଯାଇପାରିବ ବୋଲି ମତ ଦେଇଛନ୍ତି ସୁଧୀର କୁମାର ପଣ୍ଡା । ଏହି ଜଳଯୋଗ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଡୁମାଣି ଖବରର ସମ୍ପାଦକ ଅକ୍ଷୟ କୁମାର ପଟ୍ଟନାୟକ । ଆସନ୍ତା ବର୍ଷଠୁ ସେ ମଧ୍ୟ ସମାନ ଧରଣର ଯୋଗ କରିବାକୁ ପ୍ରୟାସ କରିବେ ବୋଲି କହିଛନ୍ତି ।