Pratidin TV

Odisha's Digital News Platform

ଆଉ ଉଠିବନି ବିକ୍ରମ ଓ ପ୍ରଜ୍ଞାନ, କାହିଁକି ଏଭଳି କହିଲେ ଇସ୍ରୋର ପୂର୍ବତନ ମୁଖ୍ୟ..

1 min read

ହାଇଦ୍ରାବାଦ: ଇସ୍ରୋର ଆଶା ଏବେ ମଉଳିବାରେ ଲାଗିଛି । ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରି ଇତିହାସ ସୃଷ୍ଟି କରିଥିଲା ଭାରତ । ଚନ୍ଦ୍ରଦିବସ ସରିବାକୁ ବସିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ନିଦରୁ ଉଠି ନାହାନ୍ତି ବିକ୍ରମ ଏବଂ ପ୍ରଜ୍ଞାନ । ଏନେଇ ଇସ୍ରୋର ପୂର୍ବତନ ମୁଖ୍ୟ ଏସ କିରଣ କୁମାର ଲ୍ୟାଣ୍ଡର ବିକ୍ରମ ଏବଂ ରୋଭରକୁ ନେଇ ବଡ ଦାବି କରିଛନ୍ତି । ସେ କହିଛନ୍ତି ବିକ୍ରମ ଏବଂ ପ୍ରଜ୍ଞାନ ପୁନଃ ସକ୍ରିୟ ହେବା ନେଇ କୌଣସି ଆଶା ନାହିଁ । ପୂର୍ବରୁ ଇସ୍ରୋ ସମ୍ପର୍କ ସ୍ଥାପନ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ସଫଳତା ମିଳି ନଥିଲା । ସେପ୍ଟେମ୍ବର ୨୨ରେ ଚନ୍ଦ୍ରରେ ସଫଳ ଅବତରଣ କରିବାରେ ଏକ ମାସ ପରେ ,ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ଏବଂ ରୋଭର ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲା । କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କ ପାଖରୁ କୌଣସି ସିଗନାଲ ଆସିନାହିଁ । ଚନ୍ଦ୍ରର ଦକ୍ଷିଣ ମେରୁରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ଆମେ ଯେଉଁ ସଫଳତା ପାଇଛୁ, ତାହା ଅନ୍ୟ କୌଣସି ଦେଶ ପକ୍ଷେ ସମ୍ଭବ ହୋଇ ନାହିଁ । ଚନ୍ଦ୍ରଯାନର ସଫଳତା ପରେ ଭବିଷ୍ୟତରେ ଇସ୍ରୋର ପରବର୍ତ୍ତୀ ମିଶନ ପାଇଁ ଏହା ଅତ୍ୟନ୍ତ ସହାୟକ ହେବ ।

Advertisement

Leave a Reply

Your email address will not be published. Required fields are marked *