Pratidin TV

Odisha's Digital News Platform

୰ବିଶ୍ୱନାଥ ପଣ୍ଡିତଙ୍କୁ ଚିରଦିନମନେ ରଖିବା ପାଇଁ ବାଦାମବାଡିରେ ନିର୍ମାଣ ହେବ ଲାଇବ୍ରେରୀ

1 min read

କଟକ : ବଦଳୁଛି କଟକର ରୂପରେଖ । ନେତାଜୀ ବସ ଷ୍ଟାଣ୍ଡ ପରେ ଏବେ ଲାଇବ୍ରେରୀ ର ପାଳି । କଟକ, ପୁରୀ-ଅନୁଗୁଳ ବସଷ୍ଟାଣ୍ଡ ବାଦାମବାଡ଼ିରେ ହେବ ଅତ୍ୟାଧୁନିକ ଲାଇବ୍ରେରୀ ଓ ରିଡିଂ ହଲ୍ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜବାଦୀ ନେତା ସ୍ୱର୍ଗତ ବିଶ୍ୱନାଥ ପଣ୍ଡିତଙ୍କ ସ୍ମୃତିରେ ନିର୍ମାଣ ହେବ ଏହି ଲାଇବ୍ରେରୀ । ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଏଠାରେ ନିଜକୁ ପ୍ରସ୍ତୁତ କରିପାରିବେ ଛାତ୍ରଛାତ୍ରୀ ।ପିଲାଙ୍କପ୍ଧଙ୍ଖ ପଢାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଛନ୍ତି । ଏଥିପାଇଁ ୩୦ କୋଟି ୫୮ ଲକ୍ଷ ୩୧ ହଜାର ଶହେ ଟଙ୍କା ଖର୍ଚ୍ଚ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସୂଚନାମୁତାବକ, ସ୍ୱର୍ଗତ ପଣ୍ଡିତ କଟକ ଡଗରପଡାଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବା ବେଳେ ସମାଜବାଦୀ ଆନ୍ଦୋଳନରେ ଯୋଗ ଦେଇ ଦଳିତ, ଶ୍ରମିକ ଓ ମଜ୍‌ଦୁରଙ୍କ ସୁରକ୍ଷା ପାଇଁ ଜୀବନ ବ୍ୟାପୀ ସଂଗ୍ରାମ କରିଥିଲେ । ତାଙ୍କ ନାମରେ ଲାଇବ୍ରେରୀ ନିର୍ମାଣ କରିବା ତାଙ୍କୁ ଉପଯୁକ୍ତ ସମ୍ମାନ ଦେବା ସହ ସମାନ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *