Pratidin TV

Odisha's Digital News Platform

ଛାତ୍ରଙ୍କ ଉପରକୁ ମାଡିଗଲା ଭ୍ୟାନ, ଘଟଣାସ୍ଥଳରେ ଚାଲିଗଲା ଜୀବନ

1 min read

ବଲାଙ୍ଗିର: ପାଟଣାଗଡ଼ ମୁଖ୍ୟରାସ୍ତାରେ ଆଜି ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ମର୍ଣ୍ଣିଂ ୱାକ୍‌ରୁ ଫେରୁଥିବା ବେଳେ +୨ ପ୍ରଥମ ବର୍ଷ ଛାତ୍ର ଅଭି ଓରଫ୍ ପୁସ୍ତମ ଭୁଏଙ୍କୁ ଧକ୍କା ଦେଇଛି ଏକ ପିପଅପ ଭ୍ୟାନ । ତେବେ ଅଜଣା ଗାଡିଟି ପାଟଣାଗଡ଼ ପଟୁ ଆସୁଥିବା ବେଳେ ହର୍ଡାଟାଲ୍ ନିକଟରେ ଛାତ୍ରଙ୍କୁ ପଛପଟୁ ଧକ୍କା ଦେଇ ଫେରାର ହୋଇଯାଇଛି । ତେବେ ସେହି ଅଜଣା ଗାଡ଼ିଟି ଏକ ପିକ୍‌ଅପ୍ ଭେନ୍ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଦୁର୍ଘଟଣା ଯୋଗୁଁ ଘଟଣା ସ୍ଥଳରେ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ ଅଭି ଶିଆଲବାହାଲିରେ ମାମୁଁ ଘରେ ରହି ଅଭି ସାହାଜବାହାଲ କଲେଜରେ ପାଠ ପଢ଼ୁଥିଲେ । ଆଜି ଭୋରୁ ମର୍ଣ୍ଣିଂ ୱାକ୍‌ରେ ବାହାରିଥିବା ସମୟରେ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ଉତ୍ୟକ୍ତ ଲୋକେ କ୍ଷତିପୂରଣ ଦାବି କରି ଘଟଣା ସ୍ଥଳରେ ରାସ୍ତାରୋକ କରିଥିବା ବେଳେ ଆଦିବାସୀ ନେତା ସତ୍ୟନାରାୟଣ ଭୋଇ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ବଲାଙ୍ଗିର ଅତିରିକ୍ତ ଜିଲ୍ଲାପାଳଙ୍କ ସହ ସଦର ପାଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିଥିଲା । କ୍ଷତିପୂରଣ ଦିଆଯିବା ନେଇ ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

Advertisement

Leave a Reply

Your email address will not be published. Required fields are marked *