Pratidin TV

Odisha's Digital News Platform

୪୦ ବର୍ଷ ପୁରୁଣା ଜେଜେ ମା’ଙ୍କ ଦୋକାନ ଚଳାଉଛନ୍ତି ନାତି ଲକ୍ଷ୍ମୀଧର ,ଆଜିବି ୫୦ ପଇସାରେ ଦେଉଛନ୍ତି ପିଆଜି ….

1 min read

କଟକ ; ମହଙ୍ଗା ଯୁଗରେ ଗରାଖଙ୍କୁ ୫୦ ପଇସିଆ ପିଆଜି ଦେଇ ଖୁସି କରାଉଛନ୍ତି ଜଳିଖିଆ ଦୋକାନୀ ଲକ୍ଷ୍ମୀଧର। କଟକ-ପାରାଦ୍ୱୀପ ଫକିରପଡା ରୋଡ୍‌ରେ ଦୀର୍ଘ ୪୦ ବର୍ଷରୁ ଠିଆ ହୋଇଛି ସେଇ ପୁରୁଣା ଜଳଖିଆ ଦୋକାନ । ବାଟରେ ଗଲା ସମୟରେ ଆପେ ଆପେ ଗ୍ରାହକଙ୍କ ପାଦ ଆଟକିଯାଏ ସେଠାରେ ମିଳୁଥିବା ଫେମସ୍ ୫୦ ପଇସାର ପିଆଜି ପାଖରେ । ଖାଲି ପିଆଜି ନୁହଁ , ପିଆଜି ସାଙ୍ଗକୁ ପୁଦିନା ରସୁଣ ,କଞ୍ଚାଲଙ୍କା ଚଟଣି ଆଉ ଆଳୁକସା ମଧ୍ୟ ଦିଅନ୍ତି ।

ଆଜିର ମହଙ୍ଗା ଯୁଗରେ ଲାଭକୁ ଖାତିର ନକରି ଗ୍ରାହକଙ୍କୁ ଖୁସି କରାଇବା ପାଇଁ ୫୦ ପଇସାରେ ସେ ଆଗକୁମଧ୍ୟ ପିଆଜି ବିକିବେ ବୋଲି କହିଛନ୍ତି ଦୋକାନ ମାଲିକ ଲକ୍ଷ୍ମୀଧର ରାଉତ୍ (ଲିଟୁ) । ସେ କୁହନ୍ତି ଯେ ଏହି ଦୋକାନଟି ଦୀର୍ଘ ୪୦ ବର୍ଷ ପୁରୁଣା ତାଙ୍କ ଜେଜେ ମା ପ୍ରଥମେ ଏହି ଦୋକାନଟିକୁ ଆରମ୍ଭ କରିଥିଲେ ଆଉ ୨୫ ପଇସାରେ ସବୁ ଦେଉଥିଲେ ତାପରେ ବାପା ଏହି ଦୋକାନକୁ ଚଳାଇଲେ , ଏବେ ବାପାଙ୍କ ପରେ ମୁଁ ୫୦ ପଇସାରେ ପିଆଜି ଦେଉଛି ଆଉ ଆଗକୁ ମଧ୍ୟ ଦେବି ।

Advertisement

ମାତ୍ର ୧୦ ଟଙ୍କା ରେ ସନ୍ଧ୍ୟା ସମୟରେ ଏଠାରେ ଟିଫିନ ର ମଜା ନିଅନ୍ତି ଗ୍ରାହକ । ଆଉ ଏଇ ୫୦ ପଇସିକିଆ ପିଆଜି ଖାଇବା ପାଇଁ ଲାଗୁଛି ଲୋକଙ୍କ ଭିଡ଼ । କଟକ ଫକୀରପଡ଼ାରେ ରହିଛି ଲଷ୍ମୀଧର ରାଉତଙ୍କ ଛୋଟ ଜଳଖିଆ ଦୋକାନ ଟିଏ । ସେହି ଅଞ୍ଚଳରେ ଲଷ୍ମୀଧର ଙ୍କୁ ଶ୍ରଦ୍ଧା ରେ ସମସ୍ତେ ଲିଟୁ ବୋଲି ଡାକନ୍ତି । ସକାଳ ହେଉ ଅବା ସନ୍ଧ୍ୟା ସବୁ ସମୟ ରେ ଜଳଖିଆ ଖାଇବା ପାଇଁ ଲିଟୁଙ୍କ ଦୋକାନ ରେ ଲାଗେ ଭିଡ଼ । ଆଖପାଖ ଅଞ୍ଚଳରୁ ୫୦ ପଇସା ରେ ପିଆଜି ମିଳୁଥିବାରୁ ଲିଟୁ ଙ୍କ ଦୋକାନଙ୍କୁ ସମସ୍ତେ ଧାଇଁ ଆସିଥାନ୍ତି ପିଆଜି , ଚଟଣି , ଆଳୁକସା ଖାଇବା ପାଇଁ । ଲିଟୁଙ୍କର ଆଲୁକସା ଓ ବାଡ଼ିଆ ଡାଲମା ରେ ରହିଛି ଗୋଟେ ଭିନ୍ନ ସ୍ୱାଦ । ଦୀର୍ଘ ୫୦ ବର୍ଷ ତଳର ଏହି ଜଳଖିଆ ଦୋକାନ । ପ୍ରଥମେ ଲିଟୁଙ୍କ ଜେଜେ ମା ଏହି ଜଳଖିଆ ଦୋକାନ ଆରମ୍ଭ କରିଥିଲେ । ଜେଜେ ମା’ଙ୍କ ପରେ ଲିଟୁଙ୍କ ବାପା ଆଉ ଏବେ ଲିଟୁ ବାପା ଙ୍କ ଦେହାନ୍ତ ପରେ ଲିଟୁ ନିଜେ ଏହି ଜଳଖିଆ ଦୋକାନ କରି ନିଜ ପରିବାର ର ପେଟ ପୋଷୁଛନ୍ତି । ୫୦ ପଇସିକିଆ ପିଆଜି ସାଙ୍ଗକୁ ବରା , ଇଟିଲି , ପୁରି , ଆଳୁଚପ ମଧ୍ୟ ତିଆରି କରି ଲିଟୁ ବ୍ୟବସାୟ କରିଥାନ୍ତି । ୫୦ ପଇସିକିଆ ପିଆଜି ସାଙ୍ଗକୁ କେତେବେଳେ ଚଟଣି ଆଲୁକସା ତ ଆଉ କେତେବେଳେ ପିଆଜି, ପିଆଜ କଞ୍ଚାଲଙ୍କା ସନ୍ଧ୍ୟା ସମୟ ରେ ଖାଇବା ପାଇଁ ଲିଟୁ ଙ୍କ ପାଖରେ ଲାଗେ ଗହଳି ।

Leave a Reply

Your email address will not be published. Required fields are marked *