Pratidin TV

Odisha's Digital News Platform

ବେଲପତ୍ର ଛଡା ମହାଦେବଙ୍କୁ ଚଢାଯାଏ ଶମି ପତ୍ର, ଜାଣନ୍ତୁ ଏହାର କାରଣ..

1 min read

ଦେବ ଦେବ ମହାଦେବ ହେଉଛନ୍ତି ଭଗବାନ ଶିବ । ସେ ଯେତିକି ରାଗି ସେତିକି ଭଦ୍ର ଏବଂ ଦୟାଳୁ ଅଟନ୍ତି । କିନ୍ତୁ ମହାଦେବଙ୍କୁ ଖୁସି କରିବା ଅତ୍ୟନ୍ତ କଷ୍ଟକର ହୋଇଥାଏ । କାରଣ ସେ ଅତି ସହଜରେ ଦେଖା ଦିଅନ୍ତି ନାହିଁ । ତାଙ୍କ ଆର୍ଶୀବାଦ ପ୍ରାପ୍ତ କରିବା ପାଇଁ ଭକ୍ତଙ୍କୁ ଅନେକ କସରତ କରିବାକୁ ପଡେ । ହିନ୍ଦୁ ଧର୍ମରେ ଶିବଲିଙ୍ଗକୁ ପୂଜା କରିବା ପଛରେ ବିଶେଷ ମହତ୍ତ୍ୱ ରହିଛି । ଯେକୌଣସି ପତ୍ର କିମ୍ବା ଫୁଲ ôଫଳରେ ସନ୍ତୁଷ୍ଟ ହୁଅନ୍ତିନି ଭୋଳା ବାବା । ତାଭ୍‌କୁ ସନ୍ତୁଷ୍ଟ କରିବା ପାଇଁ ରହିଛି କିଛି ନିଦ୍ଦିଷ୍ଟ ଜିନିଷ । ଯାହାକୁ ପାଇଲେ ସେ ଭକ୍ତଙ୍କୁ ଉପରେ ପ୍ରସନ୍ନ ହୁଅନ୍ତି ଆଉ ଭଲ ବର ପ୍ରଦାନ କରନ୍ତି । ତେବେ ତାଙ୍କୁ ପୂଜିବା ପାଇଁ କଣ ସବୁ ଜିନିଷ ଆବଶ୍ୟକ ହୁଏ ଆସନ୍ତୁ ଜାଣିବା । ମହାଦେବଙ୍କୁ କଞ୍ଚା କ୍ଷୀର , କଳସରେ ସ୍ୱଚ୍ଛ ଜଳ, ବେଲପତ୍ର, ଦୁଦୁରାଫୁଲ ଏବଂ ଶାମି ପତ୍ର ଇତ୍ୟାଦଅର୍ପଣ କରାଯାଏ ।ମାନ୍ୟତା ଅଛି ଏସବୁ ଜିନିଷ ଶିବଙ୍କ ପୂଜାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ବେଲପତ୍ର ଶିବଙ୍କ ପ୍ରିୟ ପତ୍ର ଥିବା ବେଳେ ଶମି ପତ୍ର ମଧ୍ୟ ବାବାଙ୍କୁ ଅର୍ପଣ କରାଯାଏ । ତେବେ କଣ ଏହି ଶମି ପତ୍ର । ଏବଂ ଏହାକୁ କାହିଁକି ଶିବଲିଙ୍ଗର ମୁଣ୍ଡରେ ଦିଆଯାଏ । ତେବେ ଆଜି ଆମେ ଆପଣଙ୍କୁ ଏହି ଶମି ପତ୍ର ସମ୍ପର୍କରେ କହିବୁ ଯାହାକୁ ଶିବଙ୍କ ପାଖରେ ଅର୍ପଣ କରାଯାଏ ।

କୁହାଯାଏ ଯେ ଶିବଲିଙ୍ଗ ଉପରେ ରୀତିନୀତି ଅନୁଯାୟୀ ଶମି ପତ୍ର ଅର୍ପଣ କଲେ ଭଗବାନ ଶୀଘ୍ର ସନ୍ତୁଷ୍ଟ ହୁଅନ୍ତି ଏବଂ ଭକ୍ତମାନଙ୍କ ଉପରେ ଆଶୀର୍ବାଦ ପ୍ରଦାନ କରନ୍ତି । କିନ୍ତୁ ଏଥିପାଇଁ ଶମି ପତ୍ର ପ୍ରଦାନ କରିବାର ନିୟମ ଜାଣିବା ଜରୁରୀ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ଭାବେ ଏବଂ କେଉଁ ସମୟରେ ଶିବଲିଙ୍ଗ ଉପରେ ଶମି ପତ୍ର ପ୍ରଦାନ କରିବେ । ବଢିଭୋରରୁ ଉଠି ଏବଂ ଗାଧୋଇବା ପରେ ସର୍ବପ୍ରଥମେ ଶିବ ମନ୍ଦିରକୁ ଯାଆନ୍ତୁ ଏବଂ ଉତ୍ତର କିମ୍ବା ପୂର୍ବ ଦିଗକୁ ଯାଇ ଶିବଲିଙ୍ଗ ନିକଟରେ ବସନ୍ତୁ । ଏହା ପରେ ଶିବଙ୍କ ମନ୍ତ୍ର ଜପ କରି ଲିଙ୍ଗରେ ଜଳ ଢାଳନ୍ତୁ । ତାପରେ ଭଗବାନ ଶିବଙ୍କର ପ୍ରିୟ ଦୁଦୁରା, ଅପରାଜିତା ଫୁଲ,ବେଲପତ୍ର ଏବଂ ଶମି ପତ୍ର ଅର୍ପଣ କରନ୍ତୁ । ଏହି ପୂଜା ସମୟରେ ଦଳା ପୋଷାକ ପିନ୍ଧିବା ଜରୁରୀ । ପୂଜା ପାଇଁ ସର୍ବଦା କେବଳ ତାଜା ପତ୍ର ବ୍ୟବହାର କରନ୍ତୁ ।

Advertisement

ପୁରାଣ ଅନୁଯାୟୀ ଭଗବାନ ଶିବଙ୍କ ପୂଜାରେ ଶାମି ପତ୍ରକୁ ଅନ୍ତର୍ଭୁକ୍ତ କଲେ ପ୍ରଭୁ ଶୀଘ୍ର ପ୍ରସନ୍ନ ହୁଅନ୍ତି । ଭକ୍ତମାନଙ୍କର ସମସ୍ତ ଆକାଂକ୍ଷା ପୂରଣ କରନ୍ତି । କୁହାଯାଏ ଯେ ଶିବଲିଙ୍ଗ ଉପରେ ଶାମି ପତ୍ର ଅର୍ପଣ କରି ସମସ୍ତ ଇଚ୍ଛା ପୂରଣ ହୁଏ । ଏହାର ଗୁଣ ଯୋଗୁଁ, ଜୀବନରେ ଚାଲିଥିବା ସମସ୍ୟାଗୁଡ଼ିକ କମିଯାଏ ଏବଂ କାର୍ଯ୍ୟ ଏବଂ ବ୍ୟବସାୟରେ ମଧ୍ୟ ଲାଭ ହୋଇଥାଏ । ସୋମବାର ଦିନ ଯଦି ଭଗବାନ ଶିବଙ୍କୁ ପୂର୍ଣ୍ଣ ଭକ୍ତି ସହିତ ପୂଜା କରାଯାଏ, ତେବେ ଭଗବାନ ଶିବ ସର୍ବଦା ଆପଣଙ୍କ ଉପରେ ଖୁସି ହୁଅନ୍ତି ଏବଂ ଆପଣଙ୍କ ଜୀବନ ସର୍ବଦା ଖୁସି ର୍‌ିବା ସହ ଆପଣଙ୍କ ସବୁ କଷ୍ଟକୁ ଦୁର କରିଦେଇଥାନ୍ତି ।

Leave a Reply

Your email address will not be published. Required fields are marked *