Pratidin TV

Odisha's Digital News Platform

୫ ରାଜ୍ୟରେ ଘୋଷଣା ହେଲା ବିଧାନସଭା ନିର୍ବାଚନର ତାରିଖ…

1 min read

୫ ରାଜ୍ୟରେ ଘୋଷଣା ହେଲା ବିଧାନସଭା ନିର୍ବାଚନର ତାରିଖ । ମଧ୍ୟପ୍ରଦେଶ,ରାଜସ୍ଥନ, ଛତିଶଗଡ, ମିଜୋରାମ,ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିସନର । ଆଜି ଦିନ ୧୨ଟା ବେଳେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜୀବ କୁମାର । ପାଖାପାଖି ୬୭୯ଟି ଆସନରେ ପଡିବ ଭୋଟ । ସୂଚନା ମୁତାବକ କେବଳ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଅନ୍ୟ ଚାରିଟି ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ମୁଖ୍ୟ ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଚଳିତ ବର୍ଷ ୫ଟି ରାଜ୍ୟରେ ୧୬.୧୪ କୋଟି ଲୋକ ନିଜର ସରକାର ନିର୍ଦ୍ଧରଣ କରିବେ । ଏଥର ନିର୍ବାଚନରେ ୬୦. ୨ ଲକ୍ଷ ନୂଆ ଭୋଟର ସାମିଲ ହେବେ । ଆସନ୍ତୁ ଜାଣିବା ୫ରାଜ୍ୟରେ କେଉଁଦିନ ହେବ ମତଦାନ ପ୍ରକିୟା ।


ନଭେମ୍ବର ୭ ତାରିଖରେ ମିଜୋରାମରେ ହେବ ମତଦାନ ପ୍ରକ୍ରିୟା । ନଭେମ୍ବର ୧୭ରେ ମଧ୍ୟପ୍ରଦେଶରେ ହେବ ଭୋଟିଂ । ସେହିପରି ୨୩ ନଭେମ୍ବରରେ ରାଜସ୍ଥାନରେ ନିର୍ବାଚନ ହେବାକୁ ଥିବା ବେଳେ ୩୦ ନଭେମ୍ବରରେ ତେଲେଙ୍ଗାନାରେ ଭୋଟ ଗ୍ରହଣ କାର୍ଯ୍ୟକ୍ରମ ହେବ । କେବଳ ଛତିଶଗଡରେ ନଭେମ୍ବର ୭ ଏବଂ ୧୭ ତାରିଖରେ ଭୋଟଦାନ ପ୍ରକ୍ରିୟା କରାଯିବ । ପରେ ଡିସେମ୍ବର ୩ରେ ବିଧାନସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ନେଇ ସୂଚନା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *