Pratidin TV

Odisha's Digital News Platform

ସଲମାନଙ୍କ ମିଷ୍ଟ୍ରିଗର୍ଲଙ୍କୁ ନେଇ ସବୁଠି ଚର୍ଚ୍ଚା ; ଜାଣନ୍ତୁ ପ୍ରକୃତ ସତ କଣ ?

ମୁମ୍ବାଇ ; ବଲିଉଡ୍‌ର ସିଙ୍ଗିଲ ମ୍ୟାନ ସଲମାନ ଖାନ୍ । ଏବେ ଭାଇଜାନଙ୍କ ଇଷ୍ଟା ପୋଷ୍ଟକୁ ନେଇ ଚାରିଆଡେ ଚର୍ଚ୍ଚା । କିଛି ଘଣ୍ଟା ପୂର୍ବରୁ ସଲମାନ କରିଥିବା ପୋଷ୍ଟକୁ ନେଇ ଦେଶରେ ହଇଚଇ ଖେଳିଯାଇଛି । ଖାସ୍ କରି ବର୍ତ୍ତମାନ ସଲମାନଙ୍କ ଫ୍ୟାନ୍ସଙ୍କୁ ଶକ୍ତ ଛଟ୍‌କା ଲାଗିଛି କହିଲେ କିଛି ଭୁଲ ହେବ ନାହିଁ । କାରଣ ନିଜ ଇଷ୍ଟାରେ କରିଥିବା ପୋଷ୍ଟରେ ତାଙ୍କ ସହ ଟ୍ୱିିନିଙ୍ଗ୍‌ରେ ଜଣେ ମିଷ୍ଟ୍ରି ଗର୍ଲ ନଜର ଆସିଛନ୍ତି । ସେଥିରେ ସଲମାନଙ୍ଗ ସହ ଥିବା ମିଷ୍ଟ୍ରିଗର୍ଲଙ୍କ ବ୍ୟାକ୍ ସାଇଟ୍ ଫଟୋ ରହିଛି । ସଲମାନ କ୍ୟାମେରା ଆଡକୁ ଚାହିଁ ପୋଜ୍ ଦେଉଥିବା ବେଳେ ଝିଅଟି କ୍ୟାମେରା ଆଡକୁ ପିଠି କରି ଠିଆ ହୋଇଛି। ଉଭୟଙ୍କ ମୁଣ୍ଡ ପରସ୍ପରରଙ୍କ ସହ ଲାଗି ରହିଛି। ଦୁହେଁ ହ୍ୱାଇଟ୍ ଡ୍ରେସ୍ ରେ ଟୁଇନିଙ୍ଗ୍ ମଧ୍ୟ କରିଛନ୍ତି । ତେବେ ଫଟୋ ଉପରେ ସଲମାନ ଲେଖିଛନ୍ତି ଯେ ‘ମୋ ପ୍ରେମର କିଛି ଅଂଶ କାଲି ସେୟାର ହେବ’ । ଯାହାକୁ ନେଇ ବର୍ତ୍ତମାନ ସଲମାନ ବର୍ତ୍ତମାନ ଆଲୋଚନାର ପାତ୍ର ପାଲଟିଛନ୍ତି । ଏହି ହି ପୋଷ୍ଟରେ ସଲମାନ ଦେଇଥିବା କ୍ୟାପସନ ମଧ୍ୟ ତାଙ୍କ ବିବାହ ବିଷୟରେ କଳ୍ପନା ଜଳ୍ପନାର କାରଣ ହୋଇଛି।

କିନ୍ତୁ ଆପଣମାନଙ୍କ ଜାଣିବା ନିମନ୍ତେ ଆମେ କହିରଖୁଛି ଯେ , ସଲମାନ ଆଗରୁ ଇଣ୍ଡଷ୍ଟ୍ରିକୁ ଅନେକ ଚେହେରା ଭେଟି ଦେଇଛନ୍ତି । କହିବାକୁ ଗଲେ ଅନେକ ହିରୋଇନଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଲମାନ ଚାନ୍ସ ଦେଇଛନ୍ତି ବା ତାଙ୍କ କ୍ୟାରିଅର ଗଢିଛନ୍ତି । ସେମାନଙ୍କ ଭିତରେ ଐଶର୍ଯ୍ୟ ରାୟ,କ୍ୟାଟ୍ରିିନା କ୍ୟଫ୍ ,ଜ୍ୟାକଲିନ ଏବଂ ଡେଜି ଶାହ ଭଳି ଚର୍ଚ୍ଚିତ ହିରୋଇନ ଅନ୍ତଭୁକ୍ତ । ତେବେ ପୁଣିଥରେ ଏକ ନୂଆ ଚେହେରାକୁ ବଲିଉଡ୍‌କୁ ଭେଟି ଦେଇଛନ୍ତି ସଲମାନ । ନଭେମ୍ବର ୨୪ ରେ ସଲମାନଙ୍କ ନିର୍ଦ୍ଦେଶିତ ଫ୍ୟାରି ନାମକ ଫିଲ୍ମ ଥିଏଟରରେ ମୁକ୍ତିଲାଭ କରିବାକୁ ଯାଉଛି । ଯାହାର ପ୍ରମୋସନ ପାଇଁ ସଲମାନ ଫିଲ୍ମରେ ଥିବା ଅଭିନେତ୍ରୀଙ୍କ ସହ ଏକ ପ୍ରମୋସନାଲ ଫଟୋସୁଟ୍ କରିଛନ୍ତି । କିନ୍ତୁ ସବୁଠୁ ବଡ ଝଟ୍‌କା ଆପଣଙ୍କୁ ସେତେବେଳେ ଲାଗିବ ଯେତେବେଳେ ଆପଣମାନେ ଜାଣିବେ ଫଟୋରେ ଥିବା ଝିଅ ପ୍ରକୃତରେ ସଲମାନଙ୍କ କଣ ହେବେ ?

ଖବର ଅନୁଯାୟୀ ସେ ସଲମାନଙ୍କ ଭାଣିଜୀ ଅଲିଜେହ ଅଗ୍ନିହୋତ୍ରୀ ବୋଲି ଜଣାପଡିଛି । ନିଜ ଫିଲ୍ମରେ ଭାଣିଜୀ ପ୍ରଥମ ଚାନ୍ସ ଦେଇଛନ୍ତି ସଲାମାନ । ଅତୁଲ ଅଗ୍ନିହୋତ୍ରୀ ଏବଂ ଅଲଭିରା ଖାନ ଅଗ୍ନିହିତ୍ରୀଙ୍କ ଝିଅ ଅଲିଜେହ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *