Pratidin TV

Odisha's Digital News Platform

ନୋବେଲ ପୁରସ୍କାର ତାଲିକାରେ ସାମିଲ ହେଲେ କ୍ଲାଉଡିଆ, ଅର୍ଥନୀତି ବିଜ୍ଞାନପାଇଁ ମିଳିବ ଏହି ସମ୍ମାନ..

1 min read

ଆମେରିକାର କ୍ଲାଉଡିଆ ଗୋଲ୍ଡିନଙ୍କୁ ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ପାଇଛନ୍ତି । ମହିଳାମାନଙ୍କ କାର୍ଯ୍ୟ ଏବଂ ବଜାରରେ ସେମାନଙ୍କର ଅବଦାନକୁ ଭଲ ଭାବରେ ଅନୁସନ୍ଧାନ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଶ୍ରମ ବଜାରରେ ଗୋଲ୍ଡିନ୍‌ଙ୍କ ଅନୁସନ୍ଧାନକୁ ନୋବେଲ କମିଟି ଅତ୍ୟନ୍ତ ଉଚ୍ଚକୋଟୀର ବୋଲି ପ୍ରଶଂସା କରିଛି । ତାଙ୍କର ଅନୁସନ୍ଧାନ ଶ୍ରମ ବଜାରରେ ମହିଳାଙ୍କ ପ୍ରତି ହେଉଥିବା ଭେଦଭାବ ଏବଂ ସେମାନଙ୍କର ରୋଜଗାର ବିଷୟରେ ସୂଚନା ଦେଇଛି । ଏନେଇ ରୟାଲ ସୁଇଡିସ ଏକାଡେମି ପକ୍ଷରୁ ଘୋଷଣା କରାଯାଇଛି । ଗତକିଛି ଦଶନ୍ଧି ଧରି ମହିଳାଙ୍କ ରୋଜଗାର ଏବଂ ଶ୍ରମ ବଜାରରେ ସେମାନଙ୍କ ଭାଗିଦାରୀ ନେଇ ବ୍ୟାପକ ବିବରଣୀ ଦେଇ ଆସିଛନ୍ତି କ୍ଲାଉଡିଆ । ମିଳିଥିବା ସୂଚନା ମୁତାବକ, କ୍ଲାଉଡିଆ ଗୋଲ୍ଡିନ ଏହି ପୁରସ୍କାର ଜିତିବାରେ ୩ୟ ମହିଳା ହୋଇ ପାରିଛନ୍ତି । ଏହା ପୁର୍ବରୁ ଘୋଷଣା ହୋଇଥିବା ୯୨ଜଣ ପୁରସ୍କାର ବିଜେତାଙ୍କ ଭିତ୍‌ରେ କେବଳ ୨ଜଣ ମହିଳା ରହିଥିଲେ । ଡିସେମ୍ବରରେ ଓସଲେ ଏବଂ ଷ୍ଟକହୋମରେ ଆୟୋଜିତ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ । ଏଥିରେ ବିଜେତାଙ୍କୁ ୧ ମିଲିୟନ ଡଲାର ଅର୍ଥ ରାଶି ପ୍ରଦାନ କରାଯାଏ ଏହା ଛଡା ୧୮ କ୍ୟାରେଟର ସ୍ୱର୍ଣ୍ଣପଦକ ଦିଆଯାଇଥାଏ ।

Advertisement

Leave a Reply

Your email address will not be published. Required fields are marked *