ଆତ୍ମା ଦେଖିବାକୁ ପାଗଳ ହେଇଗଲା ପୁଅ, ଗୋଟେ ଗୋଟେ କରି ବାପାମାଆ ଭଉଣୀଙ୍କୁ ଭୁସିଲା ଛୁରୀ..
ବର୍ତ୍ତମାନ ଦେଶ ରେ ଅନେକ ସମୟରେ ବିଭିନ୍ନ ପ୍ରକାର ଘଟଣା ଘଟୁଛି ।ଯାହା ଅନେକ ସମୟରେ ଲୋକଙ୍କ ଆଶ୍ଚର୍ଯ୍ୟ କରି ଦେଉଛି ତ କେତେବେଳେ ଲୋକଙ୍କ ଭିତରେ ଆତଙ୍କ ଖେଳାଇ ଦେଉଛି । ପୁଣି ସାମ୍ନାକୁ ଆସିଲା ଆଉ ଏକ ଛାତି ଥରା ଘଟଣା ଯାହାକୁ ଶୁଣିଲେ ହୁଏତ ଆପଣ ଭାବିବେ ଦୁନିଆରେ ଏଭଳି ଲୋକ ସତେରେ ଅଛନ୍ତି । ସେ ପୁଣି ଉଚ୍ଚଶିକ୍ଷିତ ହୋଇ କେବେ ବି ଏଭଳି କାଣ୍ଡ କାମ କରିପାରିବେ । ଆଜ୍ଞା ହଁ ଆଜି ଆମେ ଆପଣଙ୍କ ଯେଉଁ ଘଟଣା ବିଷୟରେ କହିବୁ ତାହାକୁ ଶୁଣିଲେ ଆପଣଙ୍କର ମୁଣ୍ଡି ଘୂରେଇ ଯିବ । ତେବେ ସେଦିନ ତାରିଖ ଥିଲା ୯ ଏପ୍ରିଲ ଆଉ ମସିହା ଥିଲା ୨୦୧୭ , ସ୍ଥାନ କେରଳର ତିରୁବନନ୍ତପୁରମ ନନ୍ଥନକୋଡ ଅଞ୍ଚଳ । ଏଠାରେ ବସବାସ କରୁଥିଲେ ରିଟାୟର୍ଡ ପ୍ରଫେସର ଏ ରାଜା ଥଙ୍କମ ଏବଂ ତାଙ୍କ ପରିବାର । ପତ୍ନୀ ଚୀନ୍ ପଦ୍ମା ମଧ୍ୟ ଜଣେ ଡାକ୍ତର, ପୁଅ କେଡଲ ଜିନସନ୍ ରାଜା ଓ ଝିଅ କୋରୋଲିନ୍ ଦୁହେଁ ଡାକ୍ତରୀ ପାଠ ପଢୁଥିଲେ । ଏହି ୪ଜଣଙ୍କବ୍ୟତୀତ ସେମାନଙ୍କ ସହ ରହୁଥିଲେ ଜଣେ ସମ୍ପର୍କୀୟା । ପ୍ରଥମେ ଝିଅ ଓ ତା ପରେ ପୁଅକୁ ଡାକ୍ତରୀ ପଢିବାକୁ ବିଦେଶକୁ ଚାଲି ଯାଇଥିଲେ । ଅଷ୍ଟ୍ରେଲିଆରେ ଡାକ୍ତରୀ ପାଠ ପଢୁଥିବା ବେଳେ ସେଠାରେ ଝିଅର ପଢା ଶେଷ ପରେ ପୁଅ କେଡଲ୍ ଡାକ୍ତରୀ ପଢିବାକୁ ଗଲା । ସେଠାରେ କିଛି ଦିନ ରହିବା ପରେ ସ୍କ୍ରିଜୋଫେନିଆ ମାନସିକ ରୋଗରେ ଆକ୍ରାନ୍ତ ହେଲା ।
ଡାକ୍ତରୀ ପଢା ଭିତରେ ତା ମନକୁ ଏକ ଅଜବ କଥା ଆସିଥିଲା । ସେ ଜାଣିବାକୁ ଚାହିଁଲା ଆତ୍ମା କିଭଳି ଦେଖା ଯାଆନ୍ତି । ଏହି ଇଚ୍ଛା ତାକୁ ପାଗଳ କରିଦେଇଥିଲା । ବିଦେଶରେ ଡାକ୍ତରୀ ପଢା ସାରି କେରଳ ଫେରିଆସିଲା । କିନ୍ତୁ ତାଙ୍କର ବ୍ୟବହାର ସମସ୍ତଙ୍କ ବ୍ୟଥିତ କରିଥିଲା । ବିଭିନ୍ନ ମନୋବିଜ୍ଞାନୀଙ୍କୁ ଦେଖାଇଥିଲେ ବି କିଡଲର କିଛି ବି ପରିବର୍ତ୍ତନ ହୋଇନଥିଲା । ସବୁବେଳେ ସେ ଆତ୍ମା କିଭଳି ଦେଖିବାକୁ ବିଚଳିତ ହୋଇପଡୁଥିଲା । ନିଜର ଏହି ଇଚ୍ଛାକୁ ପୂରଣ କରିବାକୁ ପୁଅ ଖେଳିଲା ରକ୍ତର ହୋଲି । ଘରେ ମା’ ନିଜ ରୁମରେ ବିଶ୍ରାମ ନେଉଥିବାବେଳେ ତାଙ୍କ ରୁମକୁ ଯାଇ କିଡଲ ତାଙ୍କୁ ଧାରୁଆ ଛୁରିରେ ବାରମ୍ବାର ଆକ୍ରମଣ କରିଥିଲା ଏହି ସମୟରେ ମା ପଦ୍ମାଙ୍କ ଚିକ୍ରାର ଶୁଣି ସମ୍ପର୍କୀୟା ମହିଳା ସେଠାକୁ ଦୌଡି ଆସିଥିଲେ । ଏହି ସମୟରେ କାଳେ ମା’ଙ୍କ ଆତ୍ମା ଚାଲିଯାଇଥିବ ଭାବି ସମ୍ପର୍କୀୟାଙ୍କୁ ବି ଆକ୍ରମଣ କରିଥିଲା । ଦୁହିଁଙ୍କ ମୃତ୍ୟୁ ହୋଇଥିଲେ ବି ଆତ୍ମାକୁ ଦେଖିପାରିନଥିଲା କେଡଲ । ଦୁଇ ଶବ ପାଖରେ ସେମିତି ବସିଥାଏ । କିଛି ଘଣ୍ଟା ପରେ ଘରକୁ ବାପା ଓ ଭଉଣୀ ଆସିଲେ । ଏତିକିରେ ଥମି ନଥିଲା ଆତଙ୍କ । ପୁ
ଣି ଥରେ ତା’ ମୁଣ୍ଡରେ ଆତ୍ମା ଦେଖିବାର ପାଗଳାମି ଚଢିବାରୁ ପ୍ରଥମେ ବାପା, ଓ ପରେ ଭଉଣୀକୁ ବି ହତ୍ୟା କରିଥିଲା । ତଥାପି ତା’ ଇଚ୍ଛା ପୂରଣ ହୋଇନଥିଲା । ତେଣୁ ଲଗାତାର ୩ ଦିନ ଆତ୍ମାକୁ ଦେଖିବା ଜିଦରେ ୪ ଟି ଶବ ପାଖରେ ବସି ରହିଥିଲା କେଡଲ । କିନ୍ତୁ ୪ ଦିନରେ ମୃତଦେହ ଗୁଡିକରୁ ଦୁର୍ଗନ୍ଧ ବାହାରିବାରୁ ବିଚଳିତ ହୋଇପଡିଥିଲା । ଏବଂ ମୃତଦେହଗୁଡିକୁ ଧାରୁଆ ଅସ୍ତ୍ରରେ ଖଣ୍ଡ ଖଣ୍ଡ କରିଥିଲା । ଏହାପରେ ଘରେ ନିଆଁ ଲଗାଇ ଫେରାର ହୋଇଯାଇଥିଲା ।ନିଆଁ ଲାଗିବା ଦେଖି ପୋଡିଶି ଘର ଲୋକେ ପୋଲିସକୁ ଖବର ଦେଇଥିଲେ ।
ପୁଲିସ ଆସି ଦେଖିବା ବେଳକୁ ଘରେ ପଡିଥିଲା ମାଂସ ଟୁକୁଡା । ଯାହାକୁ ଦେଖି ଆଖାପାଖ ଲୋକେ ଭୟଭୀତ ହୋଇ ପଡିଥିଲେ । ମାଂସ ଟୁକୁଡର ପରୀକ୍ଷା କଲା ପରେ ଜଣା ପଡିଥିଲା ଯେ ପୋଡିଯାଇ ମୃତ୍ୟୁ ଘଟଣା ନୁହେଁ ବରଂ ପ୍ରଥମେ ହତ୍ୟା କରାଯାଇ ପରେ ପୋଡାଯାଇଛି । ପଚରାଉଚୁରା ପରେ ପଡୋଶୀଙ୍କଠାରୁ ପୁଅର ବ୍ୟବହାର କଥା ଶୁଣିବା ପରେ ତାକୁ ଧରିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲା ପୁଲିସ । ଶେଷରେ ପୋଲିସ ହାତରେ ଧରାପହଇଲା ନୃଶଂସ କେଡଲ । ଏହାପରେ ସବୁ ସତ କଥା ମାନିଯାଇଥିଲା କେଡଲ । ନିଜ ପରିବାରର ସମସ୍ତଙ୍କୁ ହତ୍ୟା କରିବାରେ ତା’ର ମନରେ ଟିକେ ମାତ୍ର ଦୁଃଖନଥିଲା । ଓଲଟା ହସିହସି ସେମାନଙ୍କ ଆତ୍ମାକୁ ଦେଖିବାକୁ ସେଭଳି କାଣ୍ଡ ଘଟାଇଥିବା କହିଥିଲା ।