Pratidin TV

Odisha's Digital News Platform

ଆଖି ବୁଜିଲେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର

1 min read

ଭୁବନେଶ୍ୱର ; ପରଲୋକରେ ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ର । ଖବର ଅନୁଯାୟୀ ଗତ କିଛିଦିନ ହେବ ସେ ଡେଙ୍ଗୁରେ ଆକ୍ରାନ୍ତ ଥିଲେ । ଡେଙ୍ଗୁ ଚିହ୍ନଟ ହେବା ପରେ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ହେଲେ ଆଜି ତାଙ୍କର ପରଲୋକ ହୋଇଛି । ୮୮ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଏନେଇ ତାଙ୍କ ଭାଇ ବିପିନ ବିହାରି ମିଶ୍ର ସୂଚନା ଦେଇଛନ୍ତି ।

ଆଜି ସକାଳ ୭ଟା ୨୨ ସମୟରେ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ୧୯୫୯ ବ୍ୟାଚର ଅବସରପ୍ରାପ୍ତ IPS ଅଫିସର ଥିଲେ ଶରତ ମିଶ୍ର । ଦୀର୍ଘଦିନ ଧରି ସେ ଜଇଡ ପାଇଁ କାମ କରିଥିଲେ । ଅବସର ପରେ ସେ ସାହିତ୍ୟ ଓ ଲେଖାଲେଖିରେ ଅଧିକାଂଶ ସମୟ ବିତାଉଥିଲେ । ତେବେ ତାଙ୍କୁ ଲେଖାଲେଖି ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *