Pratidin TV

Odisha's Digital News Platform

ନିଶା ଛଡାଇବା ବଦଳରେ ଯୁବକଙ୍କୁ ପିଟିପିଟି ମାରିଦେଲେ ନିଶା ନିବାରଣ କେନ୍ଦ୍ର! ଥାନାର ଦ୍ୱାରସ୍ତ ହେଲେ ପରିବାର

1 min read

ଭୁବନେଶ୍ୱର : ପୁଣି ନିଶା ନିବାରଣ କେନ୍ଦ୍ର ନାଁରେ ଆସିଲା ଅଭିଯୋଗ । କେନ୍ଦ୍ରରେ ଥିବା ଜଣେ ଯୁବକଙ୍କୁ ପିଟିପିଟି କରାଯାଇଛି ହତ୍ୟା । ଭୁବନେଶ୍ୱର ଧଉଳି ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ର ନାଁ ରେ ମୃତକଙ୍କ ପରିବାର ଲୋକ ଆଣିଲେ ଏଭଳି ସାଙ୍ଘାତିକ ଅଭିଯୋଗ । ଝରଣା ସାହି ର କାଳୁ ନାୟକ ନାମକ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । “ସ୍ୱୀକାର” ନାମକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଛି ଏଭଳି ଅଭିଯୋଗ । ଖବର ପାଇ ଘଟଣାସ୍ଥଳରେ ଧଉଳି ଥାନା ପୋଲିସର ତନାଘନା ଆରମ୍ଭ କରିଛି । ପୋଲିସ ଆସି କେନ୍ଦ୍ରରେ ଲାଗିଥିବା ସିସିଟିଭିକୁ ଯାଂଚ କରିବା ପରେ ସିଜ କରିଛି । ଏଥିସହ ନିଶା ନିବାରଣ କେନ୍ଦ୍ରର ମାଲିକଙ୍କୁ ଅଟକ ରଖି ପଚରାଉଚରା କରୁଛି । ପୋଲିସ ଏକ ହତ୍ୟା ମାମଲା ରୁଜୁ କରିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ପହଞ୍ଚି ତନାଘନା ଚଳାଇଛି । ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଚେଦ ପାଇଁ ଡାକ୍ତରଖାନାକୁ ପଠା ଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସର ସୂଚନା ଦେଇଛି ।

ସୂଚନା ମୁତାବକ ପରିବାର ପକ୍ଷରୁ ଦୀର୍ଘ ୩ ମାସ ତଳେ କାଳୁଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡ଼ାଯାଇଥିଲା । ଅତ୍ୟଧିକ ନିଶା କରିବା ସହ ଗଣ୍ଡଗୋଳ କରୁଥିବାରୁ କାଳୁଙ୍କୁ ନିଶା ନିବାରଣ କେନ୍ଦ୍ରରେ ଛଡା ଯାଇଥିଲା । ହେଲେ ସେଠାରେ ତାଙ୍କୁ ଅତ୍ୟାଚାର କରାଯିବା ସହ ମାରୁଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏମିତିକି ପରିବାର ଲୋକଙ୍କ ସହ ଫୋନରେ ଯୋଗାଯୋଗ କରିବାକୁ ମଧ୍ୟ ଦିଆଯାଉ ନଥିଲା । ତେବେ ଗତ ରାତିରେ ୩ଟା ସମୟରେ କାଳୁଙ୍କ ସ୍ୱାସ୍ତ୍ୟବସ୍ଥା ଠିକ ନଥିବା ନେଇ ଘର ଲୋକଙ୍କୁ ଖବର ଦିଆଯାଇଥିଲ । ପରେ ମୃତ୍ୟୁ ହୋଇଥିବା ନେଇ ନିଶା ନିବାରଣ କେନ୍ଦ୍ର ପକ୍ଷରୁ ଜଣାଇ ଦିଆଯାଇଥିଲା । କାଳୁଙ୍କୁ ମୃତ୍ୟୁକୁ ହତ୍ୟା ବୋଲି ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ତାଙ୍କୁ କେନ୍ଦ୍ରରେ ପିଟି ପିଟି ମାରିଦେଇଛନ୍ତି ବୋଲି ଥାନାରେ ଅଭିଯୋଗ କଲେ ପରିବାର ।

Advertisement

Leave a Reply

Your email address will not be published. Required fields are marked *