ଇତିହାସର ଅଜଣା ରହସ୍ୟ ; ଭାରତର ଏହି ଗାଁକୁ ଗର୍ଭବତୀ ହେବାକୁ ଆସନ୍ତି ବିଦେଶୀ ମହିଳା …
1 min readନୂଆଦିଲ୍ଲୀ ; ଭାରତ ସହ ଜଡିତ ଏମିତି ଅନେକ ରହସ୍ୟ ରହିଛି ଯାହାକୁ ଆମେ କେବେ ଜାଣିନଥିବା କି ଶୁଣିନଥିବା । ଆଜିବି ଭାରତର ଗୃଢ ରହସ୍ୟକୁ ଖୋଜିବା ଅସମ୍ଭବ । ଏତେ ବଡ ଦେଶରେ କୋଣ ଅନୁକୋଣରେ ଏଭଳି ଅଦ୍ଭୁତ ଘଟଣା ବ। ଲୋକ ବସବାସ କରନ୍ତି ଯାହାଙ୍କ ବିଷୟରେ ଜାଣିଲେ ଆପଣମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଯେପରି ଗୁଜୁରାଟର ଏକ ଗ୍ରାମରେ ଭଗବାନଙ୍କ ବଦଳରେ ବୁଲେଟ୍କୁ ପୂଜା କରାଯାଏ । ଠିକ୍ ସେହିଭଳି ଏମିତି କିଛି ସ୍ଥାନ ଆଜିବି ଭାରତରେ ଅଛି ଯେଉଁଠି ଆଜିବି ଲୋକମାନେ ଅତ୍ୟାଧୁନିକ ଜିନିଷଠୁ ଅନେକ ଦୂରରେ । ବା ବିଜ୍ଞାନଠୁ ଅନେକ ଦୂରରେ ରହି ଜୀଭନ କାଟୁଛନ୍ତି । ଆଜିବି କିଛି ଜନଜାତି ଅଛନ୍ତି ଯେଉଁମାନେ କ୍ୟାମେରା ଠାରୁ ଦୂରରେ ରହି ଆଧିବାସୀ ଜୀବନ ବିତାଉଛନ୍ତି। ଏହିପରି ଗୋଟିଏ ଗାଁ ‘ଲଦାଖ’ରେ ଅଛି। ଏହି ଗାଁ ବିଷୟରେ ବହୁତ କମ୍ ଲୋକ ଜାଣନ୍ତି। କାରଣ ଏହି ଗାଁର ପୁରୁଷ ମାନଙ୍କ ସହ ଜଡିତ ରହିଛି କିଛି ବିଶେଷ ଇତିହାସ ଯାହ ଆଜିବି ସେହି ଗ୍ରାମରେ ଏକ ପ୍ରଥା ପରମ୍ପରା ଭାବେ ଚାଲିଆସୁଛି । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁକୁ ବିଦେଶୀ ମହିଳାମାନେ ଗର୍ଭବତୀ ହେବାକୁ ଆସନ୍ତି । ଲଦାଖ ଏହାର ସୌନ୍ଦର୍ଯ୍ୟପାଇଁ ବେଶ୍ ଜଣାଶୁଣା। କିନ୍ତୁ କାର୍ଗିଲଠାରୁ ୭୦ କିଲୋମିଟର ଦୂରରେ ଅବସ୍ଥିତ ଆର୍ଯ୍ୟ ଭ୍ୟାଲି (Aryan Valley) ଏଠାରେ ଥିବା ପୁରୁଷମାନଙ୍କ ପାଇଁ ପ୍ରସିଦ୍ଧ। ୟୁରୋପର ଝିଅ ଏବଂ ମହିଳାମାନେ ମା’ ହେବାକୁ ଇଚ୍ଛା କରି ଏହି ଗାଁକୁ ଆସନ୍ତି।
ଗର୍ଭବତୀ ହେବା ପରେ ସେମାନେ ନିଜ ଦେଶକୁ ଫେରିଯାଆନ୍ତି। ବିଦେଶୀ ଝିଅମାନଙ୍କର ଏହି ଇଚ୍ଛା ପଛରେ କାରଣ ଅତ୍ୟନ୍ତ ଚକିତଭରା। ଏହି ଅଞ୍ଚଳର ପୁରୁଷମାନଙ୍କ ସହ ସର୍ମ୍ପକ ରଖିô ସେମାନେ ଗର୍ଭବତୀ ହେବାକୁ ଆସନ୍ତି । ଆଉ ଗର୍ଭବତୀ ହେବା ପରେ ସେହି ପୁରୁଷ ମାନଙ୍କୁ ଟଙ୍କା ଦେଇ ନିଜ ଦେଶକୁ ଫେରିଯାଆନ୍ତି ।
ଆଲେକ୍ସଜାଣ୍ଡାରଙ୍କ ସହ ଜଡିତ ଏହି ଚକିତ କଲା ଭଳି ଇତିହାସ –
ଇଉରୋପର ମହିଳାମାନେ ବିଶ୍ୱାସ କରନ୍ତି ଯେ ଯଦି ଏହି ଅଞ୍ଚଳର ପୁରୁଷମାନଙ୍କ ସହ ମ୍ପର୍କ ସ୍ଥାପନ କରି ଯଦି ସେ ଗର୍ଭବତୀ ହୁଅନ୍ତି, ତେବେ ସେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ପରି ଏକ ସନ୍ତାନ ଜନ୍ମ କରିବେ। ଯଦି ଆମେ ଇତିହାସର ପୃଷ୍ଠାଗୁଡ଼ିକ ଦେଖିବାକୁ ହେବ, ତେବେ ଆମେ ଜାଣିବା ଯେ ଯେତେବେଳେ ଭାରତରେ ପରାଜୟ ପରେ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ଫେରୁଥିଲେ, ସେତେବେଳେ ତାଙ୍କ ସୈନ୍ୟବାହିନୀର କିଛି ଲୋକ ଏହି ଗାଁରେ ରହିଥିଲେ।
ସେମାନେ ରହୁଥିବା ଗାଁର ନାମ ‘ଆର୍ଯ୍ୟ ଉପତ୍ୟକା’ ଥିଲା। ସେ ବ୍ରୋକୋପା ଜନଜାତିର ସଦସ୍ୟ ଭାବରେ ପରିଗଣିତ ହୋଇଥିଲେ ଏବଂ ଆଲେକ୍ସଜାଣ୍ଡାର୍ ଦି ଗ୍ରେଟ୍ ସେନାର ବଂଶଧର ବୋଲି କୁହାଯାଏ। ବର୍ତ୍ତମାନ ଆର୍ଯ୍ୟ ଭ୍ୟାଲି ଗାଁ ଏହି ଜନଜାତି ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ।