Pratidin TV

Odisha's Digital News Platform

ଅଷ୍ଟ୍ରେଲିଆ କାହିଁକି ପିନ୍ଧନ୍ତି ହଳଦିଆ ଜର୍ସି , କ’ଣ ରହିଛି ଏହା ପଛର କାରଣ ?

1 min read

ଭାରତରେ ଚାଲିଛି ବିଶ୍ୱକପ ମହାକୁମ୍ଭ । ତେବେ ଭାରତ ବିପକ୍ଷରେ ମ୍ୟାଚ ଖେଳି ଅଷ୍ଟ୍ରେଲିଆ ଆରମ୍ଭକରି ଦେଇଛି ତାର ଅଭିଯାନ । କିନ୍ତୁ ପ୍ରଥମ ମ୍ୟାଚରେ ସଫଳ ହୋଇ ପାରିଲାନି କଙ୍ଗାରୁ ଟିମ । ତେବେ ଆଜି ଆମେ ଆପଣଙ୍କୁ ଅଷେ୍‌୍ରଲିଆ ଟିମ ବିଷୟରୁ ନୁହେଁ ସେମାନେ ପିନ୍ଧୁଥିବା ଜର୍ସିି ବିଷୟରେ ଜଣାଇବୁ । ପୌଇଆକୁ ଓହ୍ଲାଉଥିବା ସମସ୍ତ କ୍ରିକେଟ ଖେଳାଳିଙ୍କୁ ତାଙ୍କ ଜର୍ସିିକୁ ଦେଖି କେଉଁ ଦେଶର ବୋଲି ସମସ୍ତେ ଅନୁମାନ କରି ଦେଇ ଥାନ୍ତି । ତେବେ ଆପଣମାନେ ଜାଣିଥିବେ କଙ୍ଗାରୁ ଟିମ ସର୍ବଦା ହଳଦିଆ ଜର୍ସିରେ ମୈଦାନକୁ ଓହ୍ଲାଇ ଥାଏ । ଆଉ ଏବେ ସବୁଜ ସହ ହଳଦିଆ ଜର୍ସି ପିନ୍ଧୁଥିବା ଆପଣମାନେ ଦେଖୁଥିବେ । ଆପଣ ଜାଣିଛନ୍ତି କି ଅଷ୍ଟ୍ରେଲିଆର ଏହି ରଙ୍ଗର ଜର୍ସି ପଛର କାରଣ କ’ଣ ? ଆଜି ଏହାର ପଛର ପୂରା କାହାଣୀ ଆମେ ଆପଣଙ୍କୁ ଜଣାଇବୁ ।

ହଳଦିଆ ରଙ୍ଗ ଅଷ୍ଟ୍ରେଲିଆର ଜାତୀୟ ଫୁଲ ସହ ଜଡିତ । ଅଷ୍ଟ୍ରେଲିଆର ଜାତୀୟ ଫୁଲ ହେଉଛି ’ଦି ଗୋଲ୍ଡେନ ୱାଟଲ୍‌’ । ଏହି ଫୁଲର ରଙ୍ଗ ହଳଦିଆ ଏବଂ ତା ପତ୍ରର ରଙ୍ଗ ସବୁଜ ଅଟେ ।ଏହି ଆଧାରରେ ଅଷ୍ଟ୍ରେଲିଆ ଦଳର ଜର୍ସି ହଳଦିଆ ଓ ସବୁଜ ରଙ୍ଗର ହୋଇଥାଏ ।କିନ୍ତୁ ୨୦୨୦ରେ ହୋଇଥିବା ଟି-୨୦ ସିରିଜ୍‌ରେ ଅଷ୍ଟ୍ରେଲିଆ ଦଳ ଭିନ୍ନ ରଙ୍ଗର ଜର୍ସି ପରିଧାନ କରିଥିଲା । ଏହି ସିରିଜ୍‌ରେ ଅଷ୍ଟ୍ରେଲିଆ ଯେଉଁ ଜର୍ସି ପିନ୍ଧିଥିଲା ସେହି ଜର୍ସି ୧୮୬୮ ମସିହାରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ପିନ୍ଧିଥିଲା । ୧୮୬୮ ମସିହାରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍ ପ୍ରଥମ ଥର ପାଇଁ ବିଦେଶ ଗସ୍ତ କରିଥିଲା । ତିନି ମାସ ସମୁଦ୍ର ଯାତ୍ରା କରି ଦଳ ଇଂଲଣ୍ଡରେ ପହଞ୍ଚିଥିଲା । ସେ ସମୟରେ ଆଣ୍ଟିଫିଆନ୍ କ୍ଲାର୍କ ଓ କୋର୍ଟନି ହେଗେନ୍ ଏହି ଜର୍ସିକୁ ଡିଜାଇନ୍ କରିଥିଲେ । ୧୫୨ ବର୍ଷ ପୂର୍ବର ନିଜ ଦଳକୁ ସମ୍ମାନ ଦେବା ପାଇଁ ଏହି ଜର୍ସି ପିନ୍ଧିଥିଲା ଅଷ୍ଟ୍ରେଲିଆ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହଳଦିଆ ଜର୍ସି ପିନ୍ଧି ଅଷ୍ଟ୍ରେଲିଆ ପଡିଆକୁ ଓହ୍ଲାଇଥାଏ । ପୂର୍ବରୁ ସମ୍ପୂର୍ଣ୍ଣ ହଳଦିଆ ପିନ୍ଧୁଥିବା ବେଳେ କିଛିବର୍ଷ ହେବ ଏଥିରେ ସବୁଜ ରଙ୍ଗ ମଧ୍ୟ ସାମିଲ କରାଯାଇଛି । ଜର୍ସିର ଡିଜାଇନ ବଦଳୁଥିବା ବେଳେ ରଙ୍ଗରେ କୌଣସି ପରିବର୍ତ୍ତନ ହେଇ ନାହିଁ ।

Advertisement

Leave a Reply

Your email address will not be published. Required fields are marked *