Pratidin TV

Odisha's Digital News Platform

ବିଦ୍ୟାଳୟରେ ଶିକ୍ଷକ ଆବଶ୍ୟକ ଦାବିରେ ପ୍ରଶାସନକୁ ଅଭିନବ ଉପାୟରେ ଗୁହାରୀ କଲେ ସଭାପତି…

1 min read


ବୈାଦ୍ଧ: ବିଦ୍ୟାଳୟରେ ଶିକ୍ଷକ ଆବଶ୍ୟକ ଦାବୀରେ ପ୍ରଶାସନ ଆଗରେ ଅଧିଆ ପଡିଲେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି । ବୌଦ୍ଧ ଜିଲ୍ଲା କଂଟାମାଳରେ ଆଜି ଦେଖିବାକୁ ମିଳିଛି ଏଭଳି ଏକ ଘଟଣା । ବ୍ଲକର ଗୁଡଭେଲିପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବାବେଳେ ଅଛନ୍ତି ୧୩୩ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ଏହି ଛାତ୍ର ଛାତ୍ରୀ ମାନଙ୍କୁ ପଢାଉଛନ୍ତି ମାତ୍ର ୬ ଜଣ ଶିକ୍ଷକ । ସେମାନଙ୍କ ମଧ୍ୟରୁ ୨ ଜଣ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ହୋଇସାରିଥିବା ବେଳେ ଅନ୍ୟଜଣେ ଶିକ୍ଷୟତ୍ରୀ ଏବେ ଛୁଟିରେ ଅଛନ୍ତି । ଯାହାଫଳରେ ଶିକ୍ଷକ ଅଭାବରୁ ଏବେ ପିଲଙ୍କ ପାଠପଢା ବାଧାପ୍ରାପ୍ତ ହେଉଛି । ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଯୋଗାଇଦେବା ଦାବୀ ନେଇ ପରିଚାଳନା କିମଟି ପକ୍ଷରୁ ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ମଧ୍ୟ ଫଳ କିଛି ସୁଫଳ ମିଳିନଥିଲା । ଶେଷରେ ବାଧ୍ୟହୋଇ ଅଭିନଭ ଭାବରେ ଗୁହାରୀ କରିଛନ୍ତି ପରିଚାଳନା କମିଟିର ସଭାପତି । ଆଜି କଂଟାମାଳ ବ୍ଲକ ସମ୍ମିଳନୀ କକ୍ଷରେ ଆଜି ମିଳିତ ଜନ ଶୁଣାଣୀ ଶିବିର ଚାଲିଥିବାବେଳେ ପରିଚାଳନା କମିଟୀର ସଭାପତି ସୁଶିଳ କୁମାର ମିଶ୍ର ଜିଲ୍ଲାପାଳଙ୍କ ଆଗରେ ଅଧିଆ ପଡିବା ସହ ବିଦ୍ୟଳୟକୁ ଆବଶ୍ୟକ ଶିକ୍ଷକ ଯୋଗାଇ ଦେବାକୁ ଦାବୀ କରିଥିବା ଦେଖିବାକୁ ମିଳିଥିଲା । ସେପଟେ ପରିଚାଳନା କମିଟିର ଦାବି ପରେ ତରୁନ୍ତ ବିଦ୍ୟାଳୟକୁ ଆବଶ୍ୟକ ଶିକ୍ଷକ ଯୋଗାଇଦେବାକୁ ଜିଲ୍ଲାପାଳ ପ୍ରତିଶୃତି ଦେଇଥିବା ଜଣାପଡିଛି ।

Advertisement

Leave a Reply

Your email address will not be published. Required fields are marked *