Pratidin TV

Odisha's Digital News Platform

Happy Birth Day Big B ; ଆଜି ୮୧ବର୍ଷରେ ପାଦ ଥାପିଲେ ଅମିତାଭ ବଚ୍ଚନ …

ମୁମ୍ବାଇ ; ଆଜି ୮୧ ବର୍ଷରେ ପାଦ ଥାପିଲେ ବର୍ଷିଆନ୍ କଳାକାର ବିଗ୍ ବି । ବଲିଉଡରେ ଅନେକ ନୂଆ ନୂଆ କଳାକାରଙ୍କ ଏଣ୍ଟ୍ରି ହୋଇଛି । କିନ୍ତୁ ଆଜି ବି ଲୋକଙ୍କ ମନରେ ବିଗ୍ ବି ସ୍ଥାନ ସ୍ୱତନ୍ତ୍ର ହୋଇ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ୫୪ବର୍ଷର ଲମ୍ବା ଯାତ୍ରାରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅନେକ ସୁପରହିଟ୍ ଫିଲ୍ମ ।

ଆକ୍ସନ୍, ଡ୍ରାମା, ଇମୋସନ୍, ଟ୍ରାଜେଡି ଓ ମୋଟିଭେସନ୍ ଭଳି ଅନେକ ପ୍ରକାରର କ୍ୟାରେକ୍ଟରରେ ରୋଲ୍ କରିଛନ୍ତି । ବିନା ବିନା ଗଡ଼ ଫାଦର ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ହେଉ କିମ୍ବା ଦେବାଳିଆ ହେବା ପରେ ପୁଣି ଥରେ ନିଜକୁ ଛିଡା କରିବା କଥା । ଅମିତାଭଙ୍କ କାହାଣୀ ବେଶ୍ ରୋମାଞ୍ଚକ ରହିଛି । ସେଥିପାଇଁ ତ ୭୫ରୁ ଅଧିକ ଫ୍ଲପ୍ ଫିଲ୍ମ ଦେବା ପରେ ବି ଦର୍ଶକଙ୍କ ମନରୁ ତାଙ୍କ ଛବି କେବେ ବି ମଳିନ ପଡିନି । କାଲାପଥରର ବିଜୟ ହେଉ ଅବା ଶୋଲେର ଜୟ , ନଟୱର୍ ଲାଲ୍ ହେଉ ଅବା ସରକାର୍..ଆକ୍ସନ, କମେଡି, ଟ୍ରାଜେଡି, ଡ୍ୟାନ୍ସ ସିନେମାର ସବୁ ସେଡ୍, ସବୁ ଚରିତ୍ରରେ ସେ ପରଫେକ୍ଟ । ସେହିଭଳି ଅମିତାଭ୍ ପ୍ରଥମେ ‘ହିନ୍ଦୁସ୍ତାନୀ’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ । ଆଜିବି ତାଙ୍କ ଜୋସ୍, ଜଜୱା, ଜଲୱାକୁ ଦେଖିଲେ ଲାଗେ ବୟସ ଯେପରି ତାଙ୍କ ଆଗରେ ଏକ ସଂଖ୍ୟା ମାତ୍ର । ଆଉ ଆଜି ସେ ୮୧ବର୍ଷରେ ପାଦ ଥାପିଛନ୍ତି। ଭାରତୀୟ  ସିନେମାର ଏହି ମହାନାୟକ ୧୯୪୨ ମସିହା ଆଲ୍ଲାହାବାଦ୍‌ରେ ପ୍ରସିଦ୍ଧ ଲେଖକ ହରିବଂଶ ରାୟ ବଚ୍ଚନଙ୍କ ଘରେ ଜନ୍ମ ହୋଇଥିଲେ ଅମିତାଭ ।

ମଙ୍ଗଳବାର ବିଳମ୍ବିତ ରାତିରେ ବିଗ ବି ନିଜ ଫ୍ୟାନ୍ ଓ ପରିବାର ଲୋକଙ୍କ ସହ ଜନ୍ମଦିନ ସେଲିବ୍ରେସନ କରିଛନ୍ତି । ଜନ୍ମଦିନ ପାଳନ କରିବାକୁ ଅମିତାଭଙ୍କ ବାସଭବନ ଜଲସା ଆଗରେ ଅନେକ ଶୁଭେଛୁକ ଏକାଠି ହୋଇଥିଲେ । ଆଉ ବିଗ ବି ମଧ୍ୟ ଶୁଭେଚ୍ଛୁଙ୍କ ଅଭିଭାବଦନ ଗ୍ରହଣ କରିବାକୁ ଘରୁ ବାହାରି ଆସିଥିଲେ । ହାତ ହଲାଇ ପ୍ରଶଂସକଙ୍କ ଉତ୍ସାହ ବଢାଇଥିଲେ ଅମିତାଭ ବଚ୍ଚନ । ଏହାପରେ ବିଳମ୍ବିତ ରାତିରେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ‘ଆପଣମାନଙ୍କ ଆଶୀର୍ବାଦ ମୋର ସୌଭାଗ୍ୟ’ ।

Leave a Reply

Your email address will not be published. Required fields are marked *