ରୋଗିଣା ପୁଅକୁ ଘରୁ ତଡିଦେଲେ ନିଷ୍ଠୁର ବାପା-ମା ….
1 min readସମ୍ବଲପୁର ; ସମ୍ବଲପୁର ଭୀମସାରର ୱାର୍ଡରୁ ୱାର୍ଡକୁ ବୁଲୁ ଥିବା ଜଣେ ଯୁବକଙ୍କ ଉପରେ ଆମ ରିପୋର୍ଟରଙ୍କ ନଜର ପଡିଥିଲା । ଯୁବକ ଜଣଙ୍କ ଗାମୁଛା ଓ ଟିସାର୍ଟ ପିନ୍ଧିଥିଲେ ,ହାତରେ କେତେଖଣ୍ଡ କାଗଜ ଧରି ଏ ୱାର୍ଡରୁ ସେ ୱାର୍ଡ ବୁଲି ବୁଲି ଡାକ୍ତରଙ୍କୁ ନେହୁରା ହେଉଥିଲେ ଆଉ ଡାକ୍ତର ଯେତେ ବୁଝାଉଥିଲେ ମଧ୍ୟ ସେ କାନ୍ଦି ପକାଉଥିଲେ । କିନ୍ତୁ ସେ କହିଁକି ଏମିତି ଦୟନୀୟ ଅବସ୍ଥାରେ ସେଠାରେ ଥିଲେ ତାହା ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ମିଳିଥିବା ସୂଚନା ଅନୁଯାୟୀ ଯୁବକ ଜଣଙ୍କ ହେଉଛନ୍ତି ସମ୍ବଲପୁର ଜିଲ୍ଲାର ତ୍ରୀଲୋଚନ ମାଝି (୧୮) । ଭୀମସାରର ୱାର୍ଡ ରୁ ୱାର୍ଡ କୁ ଏକୁଟିଆ ବୁଲୁଛନ୍ତି ତ୍ରୀଲୋଚନ । ସାଙ୍ଗରେ ନାହାନ୍ତି ପରିବାର କି ବନ୍ଧୁଜନ । ଏହାର କାରଣ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ । ତେବେ ଏହି ୧୮ ବର୍ଷର ଯୁବକ ନିଜ ଛାତିରେ ଅନେକ ଦୁଃଖ କଷ୍ଟକୁ ଚାପି ଧରି ନିଜ ବଞ୍ଚିବା ପାଇଁ ଅପ୍ରାଣ ଲଢେଇ ଚଳାଇଛନ୍ତି ।ତ୍ରୀଲୋଚନଙ୍କ କହିବା ଅନୁସାରେ ପାଞ୍ଚ ବର୍ଷ ଆଗରୁ ତାଙ୍କୁ ଫାଇଲେରିଆ ହୋଇଥିଲା ଚିକିତ୍ସା ଅଭାବରୁ ଧୀରେ ଧିରେ ତାଙ୍କ ଅବସ୍ଥା ଶୋଚନୀୟ ହେବାକୁ ଲାଗିଲା । ରୋଗ କାରଣରୁ ତାଙ୍କର ଗୁପ୍ତାଙ୍ଗ ଏମିତି ଅବସ୍ଥା ହୋଇଗଲା ଯେ ନିଜ ବାପା ମା ଘୃଣା କରି ତ୍ରିଲୋଚନକୁ ଘରୁ ତଡି ଦେଇଛନ୍ତି । ତେବେ ପ୍ରାଥମିକ ପଯ୍ୟାୟରେ ବୁର୍ଲା ଭିମସାରରେ ନିଜେ ଆସି ତ୍ରିଲୋଚନ ଭର୍ତ୍ତି ହୋଇଛନ୍ତି । କିନ୍ତୁ ପାଖରେ ତାଙ୍କୁ ସେବା କରିବା ପାଇଁ କେହି ନାହାନ୍ତି । ଭଗବାନଙ୍କୁ ଭରଷାକରି ଏକୁଟିଆ ଜୀବନ ସଂଗ୍ରାମରେ ଲଢେଇ କରୁଛନ୍ତି ତ୍ରିଲୋଚନ । ଡାକ୍ତରଙ୍କ କହିବା ଅନୁସାରେ ପ୍ଲାଷ୍ଟିକ ସର୍ଜରୀ କରାଯାଇ ଏହା ଠିକ କରା ଯାଇପାରିବ କିନ୍ତୁ ସମୟ ଓ ଧଯ୍ୟ ଆବଶ୍ୟକତା ରହିଛି ।
ଏତେବଡ ଦୁନିଆରେ ବାପା ମା ଥାଇ ମଧ୍ୟ ଅନାଥ ତ୍ରୀଲୋଚନ । ରୋଗ ପାଇଁ ପୁଅକୁ ଘରୁ କାଢିଦେଲେ ଜନ୍ମକଲା ବାପା ମା । ଏକଥା ଯିଏ ଶୁଣିବ ତାକୁ ବିଶ୍ୱାସ ହେବ ନାହିଁ । କିନ୍ତୁ ତ୍ରୀଲୋଚନଙ୍କ ସେଇ ନୀରିହ ମୁହଁ ବଖାଣୁଛି ତାର ହୃଦୟର ବେଦନା । ଯେଉଁଠି ତା ବାପା ମା ତା ରୋଗକୁ ଘୃଣା କରି ଘରୁ ତଡିଦେଲେ ସେଭଳି ସ୍ଥିତିରେ ନିଜେ ବଞ୍ଚିବାକୁ ଆଉ ଶ୍ରୀଘ୍ର ଭଲହୋଇ ପୁଣି ଘରକୁ ଫେରିବାକୁ ଦୃଢ ମନବଳ ଗୋଟାଇଛନ୍ତି ତ୍ରୀଲୋଚନ । ରୋଗ ପାଇଁ ସିନା ବାପା ମା ଘୃଣା କରି ଘରୁ ବିଦାକରିଦେଲେ କିନ୍ତୁ ତ୍ରୀଲୋଚନ କେମିତି ବଞ୍ଚିବେ ପ୍ରତି ମୁହୁର୍ତ୍ତରେ ଘରକୁ ଝୁରୁଛନ୍ତି ହେଲେ ଭାଗ୍ୟ ଆଉ ସତକୁ ଗ୍ରହଣ କରି ଭୀମସାର ହସ୍ପିଟାଲରେ ଦିନ କାଟୁଛନ୍ତି ସୁନାପୁଅ ତ୍ରୀଲୋଚନ ।
ପୁଅଟିଏ ପାଇବା ପାଇଁ ଆଉ ତା ହାତରୁ ଶେଷ ସମୟରେ ମୁଖାଗ୍ନି ନେବା ପାଇଁ ବାପା ମା କାହିଁ କେତେ ପୂଜା କାହିଁ କେଉଁ ଦିଅ ଦେବତାଙ୍କୁ ପୂଜା କରୁଛନ୍ତି । କିନ୍ତୁ ଏଠି କାହାଣୀ ସମ୍ପୂର୍ଣ୍ଣ ଅଲଗା । ଯାହା ବର୍ତ୍ତମାନ ପୁରା ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି ।