Pratidin TV

Odisha's Digital News Platform

ଓଡ଼ିଆ ଭାଷାରେ ଶପଥ ନେଲେ ନିରଞ୍ଜନ ବିଶି: ଦେଖନ୍ତୁ ଶପଥପାଠ ସମୟର ଭିଡିଓ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ଭାବରେ ଶପଥ ଗ୍ରହଣ କରିବା ସମୟରେ ନିଜର ମାତୃଭାଷା ଓଡ଼ିଆରେ ଶପଥପାଠ ଗ୍ରହଣ କରିଛନ୍ତି । ରାଜ୍ୟସଭା ଚେୟାରମ୍ୟାନ୍ ଏମ୍ ଭେଙ୍କିୟା ନାଇଡୁ ବିଶିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ରାଜ୍ୟସଭା ଚାମ୍ବରରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ । ରାଜ୍ୟସଭା ଉପନିର୍ବାଚନରେ ନିର୍ବାଚିତ ହୋଇଥିଲେ ନିରଞ୍ଜନ ।

ସୂଚନାନୁଯାୟୀ, ବିଜେଡି ପ୍ରାର୍ଥୀ ନିରଞ୍ଜନ ବିଶି ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲି ହୋଇଥିବା ରାଜ୍ୟସଭା ଆସନର ଉପନିର୍ବାଚନରେ ଏକମାତ୍ର ପ୍ରାର୍ଥୀ ଭାବେ ନିରଞ୍ଜନ ନାମାଙ୍କନପତ୍ର ଦାଖଲ କରିଥିଲେ।

ବଲାଙ୍ଗିରର ଏହି ଆଦିବାସୀ ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଭିଙ୍କୁ ଚକିତ କରିଥିଲେ। ନିରଞ୍ଜନଙ୍କ ପୂର୍ବରୁ ବିଜେଡି ନେତା ମାନସ ରଞ୍ଜନ ମଙ୍ଗରାଜ, ସୁଲତା ଦେଓ ଏବଂ ସସ୍ମିତ ପାତ୍ର ନିଦ୍ୱର୍ନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇସାରିଛନ୍ତି ।

Leave a Reply

Your email address will not be published. Required fields are marked *