Pratidin TV

Odisha's Digital News Platform

ଦିଲ୍ଲୀରୁ କ୍ରିପ୍ଟୋକରେନ୍ସି ଚୋରି ହୋଇ ହାମାସକୁ ପଠାଯାଇଥିଲା କି ? ଦିଲ୍ଲୀ ପୋଲିସ କଲା ଖୁଲାସା..

1 min read

ଆତଙ୍କବାଦୀଙ୍କ ନିକଟରେ ପହଞ୍ଚୁଥିଲା କି କ୍ରିପ୍ଟୋକରେନ୍ସି । ଏନେଇ ଦିଲ୍ଲୀ ପୋଲିସ କଲା ଖୁଲାସା । ହମାସ ସହିତ ଚାଲିଥିବା ଯୁଦ୍ଧ ମଧ୍ୟରେ ଇସ୍ରାଏଲ ଅଧିକାରୀଙ୍କ ଦ୍ୱାରା ପ୍ରକାଶିତ ହେବା ପରେ ଏହି ପ୍ରଶ୍ନ ଉଠିଛି । ଇସ୍ରାଏଲର ଅଧିକାରୀମାନେ ଦାବି କରିଛନ୍ତି ଯେ ପାଲେଷ୍ଟାଇନର ଆତଙ୍କବାଦୀ ସଙ୍ଗଠନ ହମାସ କ୍ରିପ୍ଟୋକରେନ୍ସି ମାଧ୍ୟମରେ ଟଙ୍କା ଉଠାଉଛନ୍ତି । ଗତ ୨୦୨୧ରେ ଏକ କ୍ରିପ୍ଟୋକରେନ୍ସି ତଦନ୍ତ କରିବା ସମୟରେ ଏହି ତଥ୍ୟ ଏବେ ସାମ୍ନାକୁ ଆସିଛି । ପଶ୍ଚିମ ଦିଲ୍ଲୀର ଜଣେ ବ୍ୟବସାୟୀ ଗତ ୨୦୨୧ରେ ୪ କୋଟିର କ୍ରିପ୍ଟୋକରେନ ହରେଇ ଥିଲେ । ଏନେଇ ସେ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଆଣ୍ଟ ଟେରର୍ ୟୁନିଟ ତଦନ୍ତ ଆରମ୍ଭ କରିବା ପରେ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ଜଣା ପଡ଼ିଛି । ଏହା ସହ କେତେକ ସନ୍ଦିଗ୍ଧ ଆଇଡି ମଧ୍ୟ ଜବତ କରିଛି ପୋଲିସ । ଉକ୍ତ ଆଇଡିରୁ କ୍ରିପ୍ଟୋକରେନ୍ସି ଗୁଡ଼ିକ ହମାସ ଆତଙ୍କବାଦୀଙ୍କ ନିକଟକୁ ଯାଇଥାଇପାରେ ବୋଲି ସନ୍ଦେହ କରୁଛି ଦିଲ୍ଲୀ ପୋଲିସ ।

ସନ୍ଦିଗ୍ଧ ଆଇଡି ଗୁଡ଼ିକ ପାଲେଷ୍ଟାଇନର ଆତଙ୍କୀ ଗୋଷ୍ଠୀ ଅଲ୍ କାସମ୍ ଦ୍ୱାରା ପରିଚାଳିତ ହେଉଥିଲା । ଏଣୁ ଇସ୍ରାଏଲର ନ୍ୟାସନାଲ ବ୍ୟୁରୋ ଉକ୍ତ ଆଇଡି ଗୁଡ଼ିକୁ ବନ୍ଦ କରି ଦେଇଥିବା ଜଣାପଡ଼ିଛି । ତେବେ କରେନ୍ସି ଗୁଡ଼ିକୁ ହମାସ ଜୁଆ ଖେଳରେ ଲଗାଉଥିଲା ବୋଲି ଜଣା ପଡ଼ିଛି । ୪ କୋଟି ଟଙ୍କାର ବିଟ କଏନରୁ ପାଖାପାଖି ୨.୯୫ କୋଟି ଅହମ୍ମଦ ମଜରୁକ୍ ନାମକ ଜଣେ ଇଜିପ୍ଟୀୟଙ୍କ ପାଖକୁ ଏବଂ ୯ ଲକ୍ଷ ଟଙ୍କା ଅହମ୍ମଦ ସାଫୀଙ୍କ ନିକଟକୁ ପଠା ଯାଇଛି ବୋଲି ପୋଲିସ ସୂଚନା ଦେଇଛି । ଇସ୍ରାଏଲ୍ ଓ ହମାସ୍ ମଧ୍ୟରେ ଘମାଗୋଟ ଯୁଦ୍ଧ ଚାଲିଥିବା ବେଳେ ଏହି ଖବର ଏବେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *