Pratidin TV

Odisha's Digital News Platform

ବଦଳିଲା ନିର୍ବାଚନ ତାରିଖ, ୨୩ ପରିବର୍ତ୍ତେ ୨୫ରେ ହେବ ରାଜସ୍ଥନ ଭୋଟ…

1 min read

ବିବାହ ପାଇଁ ପରିବର୍ତ୍ତନ ହେଲା ବିଧାନ ସଭା ନିର୍ବାଚନର ତାରିଖ । ରାଜସ୍ଥାନ ବିଧାନସଭା ନିର୍ବାଚନର ତାରିଖ ୨୩ ନଭେମ୍ବର ପରିବର୍ତ୍ତେ ୨୫ ହୋଇଛି । ତାରିଖ ବଦଳାଇବା ପାଇଁ ଅନେକ ରାଜନୈତିକ ଦଳ ପକ୍ଷରୁ ଦାବି ରହିଥିଲା । ପୂର୍ବରୁ ୨୩ ନଭେମ୍ବରରେ ଭୋଟିଂ ଅନୁଷ୍ଠିତ ହେବାକୁ ଥିବା ବେଳେ ତାରିଖରେ ପରିବର୍ତ୍ତନ ହୋଇ ୨୫ ନଭେମ୍ବର କରାଯାଇଛି । ରାଜନୈତିକ ଦଳ ଏବଂ ସାମାଜିକ ସଂଗଠନ ମତଦାନ ତାରିଖ ଦିନ ବିବାହ ତାରିଖ କୁ ନେଇ ନିର୍ବାଚନ ଆୟୋଗଙ୍କ ସହ ଅନେକ ପ୍ରସଙ୍ଗ ଉଠାଇଥିଲେ । ପରେ ନିର୍ବାଚନ ଆୟୋଗ ଦ୍ୱାରା ଜାରି ଏକ ବିବୃତ୍ତିରେ ଭୋଟ୍ ତାଲିକାରେ ପରିବର୍ତ୍ତନ ଘୋଷଣା କରାଯାଇଛି । ତେବେ ୨୩ ନଭେମ୍ବରରେ ଏକାଧିକ ବିବାହ କାର୍ଯ୍ୟ ଓ ସାମାଜିକ କାର୍ଯ୍ୟ ରହିଛି । ଯାହା ଭୋଟ ସମୟରେ ଭୋଟରଙ୍କ ଅଂଶଗ୍ରହଣକୁ ହ୍ରାସ କରିପାରେ । ଏହାକୁ ଦୃଷ୍ଟିରେ ନିର୍ବାଚନ ଆୟୋଗ ଏହିସବୁ କାରଣ ଉପରେ ବିଚାର କରିଛନ୍ତି । ଫଳରେ ୨୩ ତାରିଖରୁ ଭୋଟ୍ ତାରିଖ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ବୋଲି ଏକ ପ୍ରେସମିଟରେ ସୂଚନା ପ୍ରକାଶିତ ହୋଇଛି । ତେବେ ଆସନ୍ତା ନଭେମ୍ବର ୨୩ ଗୁରୁବାର ପରିବର୍ତ୍ତେ ନଭେମ୍ବର ୨୫ ଶନିବାର ରେ ଭୋଟ୍ ଅନୁଷ୍ଠିତ ହେବ ।ଅନ୍ୟ ରାଜ୍ୟ ଗୁଡିକରେ ନିର୍ଦ୍ଧରିତ ହୋଇଥିବା ତାରିଖରେ ଭୋଟିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

Advertisement

Leave a Reply

Your email address will not be published. Required fields are marked *