Pratidin TV

Odisha's Digital News Platform

ଅହମ୍ମଦାବାଦ ହେବ ଭାରତ-ପାକିସ୍ତାନ ମ୍ୟାଚ, ଏଥିପାଇଁ ସୁସ୍ଥ ହୋଇ ପହଞ୍ଚିଲେଣି ଗିଲ୍ ,ଖେଳିବେ କି ମ୍ୟାଚ!

1 min read

ଡେଙ୍ଗୁରୁ ସୁସ୍ଥ ହେଲେଣି ଭାରତୀୟ ଓପନର ଶୁବମନ ଗିଲ୍ । ତେବେ ସେ ଚେନ୍ନାଇ ଛାଡି ଅହମ୍ମଦାବାଦରେ ଆସି ପହଞ୍ଚିଛନ୍ତି । ଶନିବାର ବିଶ୍ୱକପରେ ପାକିସ୍ତାନ ସହ ଲଢିବ ଟିମ ଇଣ୍ଡିଆ ତା ପୂର୍ବରୁ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି ଗିଲ । କିନ୍ତୁ ସେ ପାକିସ୍ତାନ ବିପକ୍ଷରେ ଖେଳିବେ କି ନାହିଁ ତାହା ବର୍ତ୍ତମାନ ସୁଧା ସ୍ପଷ୍ଟ ହୋଇ ନାହିଁ । ନ୍ନୋଇରେ ପ୍ରଥମ ବିଶ୍ୱକପ ମ୍ୟାଚ ଖେଳାଇବାକୁ ଯାଇଥିବା ବେଳେ ଡେଙ୍ଗୁରେ ପୀଡିତ ହୋଇଥିଲେ ଶୁବମନ ଯାହାଫଳରେ ସେ ମ୍ୟାଚରୁ ବାଦ ପଡିଥିଲେ । ତେବେ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ୨ୟ ମ୍ୟାଚ ବି ସେ ଖେଳି ନାହାନ୍ତି । ଚେନ୍ନାଇରେ ଚିକିତ୍ସା ସାରି ସେ ଆଜି ଅହମ୍ମଦାବାଦ ଆସିଛନ୍ତି । ବର୍ତ୍ତମାନ ସେ ସୁସ୍ଥ ହୋଇଥିବାର ଖବର ଆସିଥିବା ବେଳେ ଫ୍ୟାନ୍ସ ତାଙ୍କୁ ମୈଦାନରେ ଦେଖିବାକୁ ଚାହିଁ ବସିଛନ୍ତି । ବିସିସିଆଇର ଜଣେ ଅଧିକାରୀ ବୁଧୁବାର କହିଥିଲେ ଯେ ଗିଲ ବର୍ତ୍ତମାନ ସୁସ୍ଥ ଅଛନ୍ତି ଏବଂ ଦଳ ସହ ଅହମ୍ମଦାବାଦ ଯାତ୍ରା କରିବେ । ତାଛଡା ପାକିସ୍ତାନ ମ୍ୟାଚରେ ସେ ଦଳ ସହ ଉପସ୍ଥିତ ରହିବେ କିନ୍ତୁ ମ୍ୟା ଖେଳିବେ କି ନାହିଁ ସେ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

Advertisement

Leave a Reply

Your email address will not be published. Required fields are marked *