Pratidin TV

Odisha's Digital News Platform

ରାଜ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସ ; ଭାରସାମ୍ୟ ହରାଇ ଗଛରେ ପିଟିହେଲା ……

1 min read

କଟକ ; ବିଳମ୍ବିତ ରାତିରେ କଟକ ବାଙ୍କୀ ମୁଖ୍ୟ ରାସ୍ତାରେ ଉପର ପାଥପୁର ଗ୍ରାମ ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇଛି ୧୦୮ ଆମ୍ବୁଲାନ୍ସ । ସୂଚନା ଅନୁଯାୟୀ ଗତକାଲି ରାତିରେ ଆମ୍ବୁଲାନ୍ସ ଟି କଟକ scb ରେ ରୋଗୀ ଙ୍କୁ ଛାଡି ଆସୁଥିବା ସମୟରେ, ରାସ୍ତା କଡ଼ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା । ଏବଂ ଏଥିରେ ଡ୍ରାଇଭର ଜଣଙ୍କ ଗୁରୁତର ହୋଇଥିବା ବେଳେ ଗାଡ଼ିରେ ଥିବା ଆଟେଣ୍ଡାଣ୍ଟ ମଧ୍ୟ ଗୁରୁତର ଆହତ ହୋଇଥିବା ଜଣା ପଡିଛି । ସେମାନଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ AIIMS ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ତେବେ ଡ୍ରାଇଭର ଜଣଙ୍କ ହେଉଛନ୍ତି ବାଙ୍କୀ କଳାପଥର ଅଂଚଳ ର ପ୍ରଦ୍ୟୁମ୍ନ ସ୍ୱାଇଁ ।

ଅପରପଟେ ଏ ଘଟଣାଟି ଡ୍ରାଇଭର ଗାଡି ଚଳାଉଥିବା ସମୟ ରେ ଆଖି ଲାଗିଯାଇଥିବା ଯୋଗୁଁ ଏବଂ ଏହା ଡ୍ରାଇବର ମାନଙ୍କ ର ୨୪ ଘଣ୍ଟିଆ ଡିଉଟି ପାଇଁ ହେଇଛି ଓ ଯଦି ୧୦୮ ଆମ୍ବୁଲାନ୍ସ ସେବା କୁ ପରିଚାଳିତ କରୁଥିବା ଘରୋଇ କମ୍ପାନୀ ଏ ଡ୍ରାଇବର ମାନଙ୍କୁ ବିନା ବିଶ୍ରାମ ରେ ଏଭଳି ୨୪ ଘଣ୍ଟିଆ ଡ୍ୟୁଟିରେ ନିୟୋଜିତ କରେ ତେବେ ଆଗାମୀ ଦିନରେ ଏଭଳି ଘଟଣା ମାନ ପୁଣି ଘଟିବାର ଆଶଙ୍କା କୁ ଏଡାଇ ଦିଆଯାଇନପାରେ ବୋଲି କହିଛନ୍ତି ୧୦୮ ଆମ୍ବୁଲାନ୍ସ ର ଅନ୍ୟ କର୍ମଚାରୀ ମାନେ ।

Advertisement

Leave a Reply

Your email address will not be published. Required fields are marked *