Pratidin TV

Odisha's Digital News Platform

ଗୁଲୁପାପା କୁକୁର ନୁହେଁ ସେ ସନ୍ତାନ ପରି ଥିଲା…

1 min read

ଖୋର୍ଦ୍ଧା: କୁହାଯାଏ ଯେ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ହେଉଛି କୁକୁର । ମଣିଷ ସିନା ସ୍ୱର୍ଥପର ହୋଇପାରେ କିନ୍ତୁ କୁକୁର ନୁହେଁ । ଯଦି ସେ ମଣିଷ ଠାରୁ ଟିକେ ସ୍ନେହ ଆଦର ପାଏ ତେବେ ତାକୁ ମଲା ପର୍ଯ୍ୟନ୍ତ ଭୁଲିନଥାଏ । ସେମିତି ମଣିଷ ଓ କୁକୁରର ସମ୍ପର୍କକୁ ନେଇ ଦେଖିବାକୁ ମିଳିଛି ଏକ ଘଟଣା । କୁକୁରର ପାଳନ ହେଉଛି ସୁଦ୍ଧିକ୍ରିଆ । ହଁ ଆଜ୍ଞା ମଣିଷଙ୍କ ପରି କୁକୁର ବି ଶୁଦ୍ଧିକ୍ରିୟା କରିଛନ୍ତି ପରିବାର ଲୋକେ । କୁକୁର ନୁହେଁ ତ ସେ ଥିଲା ଘରର ସଦସ୍ୟ ପରି । ସ୍ନେହରେ ତାକୁ ସମସ୍ତେ ଡାକୁଥିଲେ ଗୁଲୁପାପା । ଗୁଲୁପାପାକୁ ନିଜର ସନ୍ତାନ ପରି ଲାଳନ ପାଳନ କରିଥିଲେ ଘରଲୋକେ । ଛୋଟଛୁଆ ପରି ଘର ଅଗଣାରେ ବୁଲୁଥିଲା । ଆଉ ସମସ୍ତଙ୍କ କୋଳରେ ପଶି ଗେଲ ହେଉଥିଲା । ଆଜି ତାର ମୃତ୍ୟୁ ହୋଇଗଲା ପରେ ତାକୁ କଣ ମନରୁ ପାଶୋରି ହବେ? ଗୁଲୁପାପାକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର । ତା ବିଷୟରେ କିଛି କହିଲା ବେଳେ ଆଖିରୁ ଝରିଆସୁଛି ଅଜସ୍ର ଲୁହ । ମୃତ୍ୟୁ ପରେ ତାର ଶୁଦ୍ଧିକ୍ରୟା କରାଯାଇଛି । ଏପରି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲାରେ । ଗତ ୫ତାରିଖ ଗୁରୁବାର ଦିନ ଗୁଲୁପାପାର ମୃତ୍ୟୁ ହୋଇଥିଲା । ଆଉ ଗତକାଲି ୧୨ ତାରିଖରେ ତାର ଶୁଦ୍ଧିକ୍ରୟା କରାଯାଇଛି । ଘରେ ଅନେକ ପଶୁଙ୍କୁ ଲାଳନ ପାଳନ କରାଯାଇଛି । ହେଲେ ସମସ୍ତଙ୍କ ଠାରୁ ବେଶି ପ୍ରିୟ ଥିଲା ଗୁଲୁପାପା ।

Advertisement

Leave a Reply

Your email address will not be published. Required fields are marked *