Pratidin TV

Odisha's Digital News Platform

ଆସୁଛି ୱାନ୍‌ପ୍ଲସର ଫୋଲଡିଂ ଫୋନ୍, ତା ଫିଚରସ୍ ଶୁଣି ଚିନ୍ତାରେ ପଡିଗଲେଣି ଅନ୍ୟ କମ୍ପାନୀ..

1 min read

ମୁମ୍ବାଇ : ନବରାତ୍ରୀ ଉପଲକ୍ଷେ ଗ୍ରାହକଙ୍କୁ ଭେଟିଦେବାକୁ ଯାଉଛି ୱାନପ୍ଲସ କମ୍ପାନୀ । ଖୁବ ଶୀଘ୍ର ବଜାରକୁ ଛାଡିବାକୁ ଯାଉଛି ୱାନପ୍ଲସର ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନ । ନୂଆ ସ୍ମାର୍ଟଫୋନ୍ ସମ୍ବନ୍ଧରେ ଏପର୍ଯ୍ୟନ୍ତ ଅନେକ ରିପୋର୍ଟ ବାହାରିଛି ଏବଂ କମ୍ପାନୀ ନୂଆ ୱାନପ୍ଲସ ଓପନ୍ ର ଶୁଭାରମ୍ଭ ତାରିଖ ଘୋଷଣା କରିଛି । ଏହି ୱାନପ୍ଲସ ମୋବାଇଲ ଆସନ୍ତା ସପ୍ତାହରେ ମୁମ୍ବାଇରେ ଲଞ୍ଚ ହେବ ।କମ୍ପାନୀ ମାଇକ୍ରୋ ବ୍ଲଗିଂଗ ପ୍ଲାଟଫର୍ମ ଅର୍ଥାତ ଟ୍ୱିଟରରେ ପୋଷ୍ଟ ସେୟାର କରି ନା କେବଳ ତାରିଖ ଘୋଷଣ କରିଛି ତା ସହ ନୂଆ ଫୋନର ଗୋଟେ ଝଲକ ମଧ୍ୟ ଦେଖାଇଛି । କମ୍ପାନୀ କହିଛି ଯେ ଆସନ୍ତା ସପ୍ତାହ ଅର୍ଥାତ ଅକ୍ଟୋବର ୧୯ ସନ୍ଧ୍ୟା ୭:୩୦ ରେ ମୁମ୍ବାଇରେ ଏହାକୁ ଲଞ୍ଚ କରାଯିବ । କମ୍ପାନୀର ଏହି ପ୍ରଥମ ଫୋଲଡେବଲ୍ ସ୍ମାର୍ଟଫୋନର ଏପର୍ଯ୍ୟନ୍ତ ପ୍ରକାଶିତ ସବିଶେଷ ତଥ୍ୟରୁ ଏହା ଜଣାପଡିଛି ଯେ ଫୋନର ଭିତର ପ୍ରଦର୍ଶନୀ ୭.୮୨ ଇଞ୍ଚଫୋଲଡ ସ୍କ୍ରିନ୍ ହେବ ଯାହା ୧୨୦ ହଟେଜ ରିଫ୍ରେସ ହାର ସହିତ ଆସିପାରିବ ।

ଲିକ୍ ହୋଇଥିବା ସ୍ପେସିଫିକେସନ୍ ଏହା ମଧ୍ୟ ସୂଚିତ କରାଯାଇଛି ଯେ ଫୋନର ବାହ୍ୟ ଅଂଶରେ ୬.୩୧ ଇଞ୍ଚ ଫୋଲ୍ଡ ସ୍କ୍ରିନ୍ ପ୍ରଦାନ କରାଯିବ । କ୍ୟାମେରା ବିଷୟରେ କହିବାକୁ ଗଲେ ଫୋନରେ ତିନୋଟି କ୍ୟାମେରା, ୪୮ ମେଗାପିକ୍ସେଲ ପ୍ରାଥମିକ ୱାଇଡ୍ ଆଙ୍ଗଲ୍ ଲେନ୍ସ ସହିତ ୪୮ ମେଗାପିକ୍ସେଲ ଅଲଟ୍ରା ୱାଇଡ୍ ଆଙ୍ଗଲ୍ ଲେନ୍ସ ଏବଂ ୬୪ ମେଗାପିକ୍ସେଲ ଟେଲିଫୋଟୋ କ୍ୟାମେରା ସେନସର ଯୋଗାଇ ଦିଆଯାଇପାରେ । ତେବେ ଏହି ଫୋନ ବଜାରକୁ ଆସିବା ନେଇ ଘୋଷଣା ହେବା ପରେ ସାମସଂଗ, ମୋଟରୋଲା ଏବଂ ଟେକ୍ନୌ ଭଳି କମ୍ପାନୀ ଚିନ୍ତାରେ ପଡି ଯାଇଛନ୍ତି । କାରଣ ଏହି ମଡେଲ ସିଧା ସିଧା ସେମାନଙ୍କୁ ଟକ୍କ୍‌ର ଦେବାକୁ ଯାଉଛି ।

Advertisement

Leave a Reply

Your email address will not be published. Required fields are marked *