Pratidin TV

Odisha's Digital News Platform

ଭାରତ -ପାକିସ୍ତାନ ମ୍ୟାଚରେ ଭିଲେନ ସାଜିବ ବର୍ଷା, ଜାଣନ୍ତୁ କାହିଁକି?

1 min read

ଅକ୍ଟୋବର ୧୪କୁ ଚାହିଁ ବସିଛି ଭାରତ ସହ ପୁରା ପାକିସ୍ତାନ । ଦୀର୍ଘ ୪ବର୍ଷର ଅପେକ୍ଷାର କାଲି ହେବ ଅନ୍ତ । ଏଥିସହ ୭ ବର୍ଷ ପରେ ଭାରତ ମାଟିରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ଦିନିକିଆ ବିଶ୍ୱକପ ୨୦୨୩ର ୧୨ତମ ମୁକାବିଲା ଅହମ୍ମଦାବାଦ ର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯିବ । ଏଥିପାଇଁ ପାକିସ୍ତାନ ଟିମ ଅହମ୍ମଦାବାଦରେ ପହଞ୍ଚି ନିଜର ଅଭ୍ୟାସ ଆରମ୍ଭ କରି ସାରିଛି । ଭାରତ ଏବଂ ପାକିସ୍ତାନ ଭିତରେ ହେବାକୁ ଥିବା ମହାମୁକାବିଲା ଦେଖିବାକୁ ଫ୍ୟାନ୍ସ ଚାତକ ଭଳି ଚାହିଁ ବସିଛନ୍ତି । ହେଲେ ପ୍ରଶଂସକମାନଙ୍କ ମଜାରେ ଲାଗିଯାଇପାରେ ବ୍ରେକ । କାରଣ ଭାରତ -ପାକିସ୍ତାନ ବିଶ୍ୱକପରେ ଯେତେବେଳେ ସାମ୍ନାସାମ୍ନି ହେବେ ସେତେବେଳେ ବର୍ଷା ମ୍ୟାଚରେ ବାଧକ ସାଜି ପାରେ । ଭାରତ ପାକିସ୍ତାନ ମଧ୍ୟରେ ଅକ୍ଟୋବର ୧୪ରେ ହେବାକୁ ଥିବା ବହୁପ୍ରତିକ୍ଷିତ ମୁକାବିଲା ମ୍ୟାଚରେ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।

ତେବେ ଅନ୍ୟପଟେ ୧୫ ଅକ୍ଟୋବରରୁ ଆରମ୍ଭ ହେବାକୁ ଯାଉଛି ନବରାତ୍ରୀ । ଅକ୍ଟୋବର ୧୪ ଏବଂ ୧୫ ଏହି ୨ଦିନ ଗୁଜୁରାଟରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି । ଅହମ୍ମଦବାଦ ପାଣିପାଗ ବିଭାଗକେନ୍ଦ୍ରର ନିର୍ଦ୍ଦେଶକ ମରୋରମା ମୋହଂତି କହିଛନ୍ତି ଯେ ଗୁଜୁରାଟରେ ଆଗାମୀ ୫ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବାକୁ ଥିବା ବେଳେ ଅହମ୍ମଦାବାଦରେ ୨ଦିନ ହାଲୁକା ବର୍ଷାର ସମ୍ଭାବନା ରହିଛି । ଯାହାଫଳରେ ଅହମ୍ମଦାବାଦରେ ଆକାଶ ମେଘାଚ୍ଛନ୍ନ ରହିବ । ଆଉ ଯଦି ଖେଳ ସମୟରେ ବର୍ଷା ହେବ ତେବେ ଉଭୟ ଟିମର ଫ୍ୟାନ୍ସଙ୍କମନ ଭାଙ୍ଗିଯିବ । ଏହି ଜବରଦସ୍ତ ମ୍ୟାଚ ଦେଖିବାକୁ ଅହମ୍ମଦାବାଦରେ ପହଞ୍ଚି ଗଲେଣି ଫ୍ୟାନ୍ସ । ହୋଟେଲ ଠାରୁ ଆରମ୍ଭକରି ସବୁଠି ଜମିଗଲାଣି ଭିଡ ।

Advertisement

Leave a Reply

Your email address will not be published. Required fields are marked *