Pratidin TV

Odisha's Digital News Platform

ରାସ୍ତା କଡରେ ଓଲଟିଲା ଗୋରୁ ବୋଝେଇ ଟ୍ରଲର , ୪ ମାଫିଆଙ୍କ ସହ ୨୦ ରୁ ଉର୍ଦ୍ଧ ଗାଈ ମୃତ ….

ସମ୍ବଲପୁର ; ବୁର୍ଲା ଥାନା ଅନ୍ତର୍ଗତ ସମ୍ବଲପୁର ବରଗଡ ଜାତୀୟ ରାଜପଥ କଟାପାଲି ଠାରେ ଗୋରୁ ବୋଝେଇ ଟ୍ରେଲର ଦୁର୍ଘଟଣାଗ୍ରସ୍ତ । ଘଟଣା ସ୍ଥଳରେ ଟ୍ରଲରରେ ଥିବା ୪ ଜଣଙ୍କ ମୃତ୍ୟୁ ହୋଇଯାଇଛି । ଏହାସହ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଆହତଙ୍କୁ ବୁର୍ଲା ଭିମସାରକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି । ଏହି ଟ୍ରଲରଟି ବଲାଙ୍ଗୀର ଜିଲ୍ଲାରୁ ଆସୁଥିବା ବେଳେ ସେଥିରେ ଗାଇ ଭର୍ତ୍ତି ରହିଥିଲା ।

ତେବେ ଟ୍ରଲରଟି ଭାରସାମ୍ୟ ହରାଇ କଟାପାଲି ଛକ ନିକଟରେ ରାସ୍ତାରେ ଛିଡ଼ା ହୋଇଥିବା ଅନ୍ୟ ଏକ ଟ୍ରେଲର କୁ ପଛ ପଟରୁ ଧକ୍କା ଦେଇ ରାସ୍ତାରେ ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣା ରେ ଟ୍ରଲର ଭିତରେ ଭର୍ତ୍ତି ହୋଇକି ବହୁ ଗୋରୁ ଥିବା ବେଳେ ୨୦ ରୁ ଅଧିକ ଗୋରୁ ଙ୍କ ମୃତ୍ୟୁ ମଧ୍ୟ ହୋଇଥିବା ନେଇ ସୁଚନା ମିଳିଛି । ତେବେ ଗୋରୁ ବୋଝେଇ ଟ୍ରଲରରେ ଗୋରୁ ଚାଲାଣ ହେଉଥିବା ଜଣାପଡିବା ପରେ ଟ୍ରେଲର ଟି ଦୃତଗତିରେ ଯାଉଥିବାରୁ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଟ୍ରଲରଟି ପଶ୍ଚିମବଙ୍ଗ ରାଜ୍ୟକୁ ଯାଉଥିବା ବେଳେ ମୃତକ ମାନେ ମଧ୍ୟ ସବୁ ପଶ୍ଚିମବଙ୍ଗର ବୋଲି ସୁଚନା ମିଳିଛି ।

Leave a Reply

Your email address will not be published. Required fields are marked *