Pratidin TV

Odisha's Digital News Platform

(VIDEO)ବେଳାଭୂମିରୁ ଉଦ୍ଧାର ହେଲା ୧୩ ଫୁଟର ମଣିଷଖିଆ କୁମ୍ଭୀର…

ଜଳେଶ୍ୱର : ତାଳସରୀ ବେଳାଭୂମିରେ ୧୩ ଫୁଟ୍ ର ମଣିଷ ଖିଆ କୁମ୍ଭୀର । କୁମ୍ଭୀର ଦେଖି ଆତଙ୍କିତ ଲୋକେ। ସୂଚନା ଅନୁଯାୟୀ ଭୋଗରାଇ ବ୍ଲକ୍ ତାଳସରୀ ବେଳାଭୂମିରେ ସକାଳୁ ମାଛ ଧରିବା ପାଇଁ ମସ୍ୟାଜୀବୀ ସମୁଦ୍ରକୁ କୁ ଯିବା ବେଳେ ୧୩ ଫୁଟର ଏକ ବିଶାଳକାୟ କୁମ୍ଭୀରକୁ ଦେଖିବାକୁ ପାଇ ଥିଲେ । ବିଶାଳକାୟ କୁମ୍ଭୀରକୁ ଦେଖି ଭୟଭୀତ ହେବା ସହିତ ଉଦୟପୁର ବନ ବିଭାଗକୁ ଖବର ଦେଇଥିଲେ ।

ବନବିଭାଗର ୧୩ ଜଣିଆ କର୍ମଚାରୀ ପହଞ୍ଚି ବୋଟ ଯୋଗେ ସମୁଦ୍ର ଭିତର କୁ ଯାଇ କୁମ୍ଭୀରକୁ ଉଦ୍ଧାର କରିଛନ୍ତି । ତାଳସରୀ ଏବଂ ଉଦୟ ପୁର ବେଳାଭୂମିରେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଗାଧାଉ ଥିବା ବେଳେ ପ୍ରଥମ ଥର ପାଇଁ ବେଳା ଭୂମିରେ କୁମ୍ଭୀର କୁ ଦେଖି ଲୋକ ମାନଙ୍କ ମଧ୍ୟରେ କକୁଆ ଭୟ ସୃଷ୍ଟି ହୋଇଛି।

Leave a Reply

Your email address will not be published. Required fields are marked *