Pratidin TV

Odisha's Digital News Platform

ବୁର୍ଲାବାସୀଙ୍କୁ ମିଳିନାହିଁ ସ୍ଥାୟୀପଟ୍ଟା,ବନ୍ଦ ଡାକରା ଦେଲେ ସହରବାସୀ…

ସମ୍ବଲପୁର: ଦୀର୍ଘଦିନରୁ ବୁର୍ଲା ସହର ବାସୀଙ୍କୁ ମିଳିନାହିଁ ସ୍ଥାୟୀଜମି ପଟ୍ଟା । ସହରବାସୀଙ୍କୁ ସ୍ଥାୟୀପଟ୍ଟା ପ୍ରଦାନ ଦାବୀରେ ଆଜି ବୁର୍ଲା ବନ୍ଦ ଡାକରା ଦିଆଯାଇଛି । ବୁର୍ଲା ସହରବାସୀ ବହୁଦିନରୁ ସ୍ଥାୟୀପଟ୍ଟା ଦାବୀ କରି ଆସୁଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ତାହା ସେମାନଙ୍କୁ ପ୍ରଦାନ କରାଯାଇନାହିଁ । ଯେଉଁଥିପାଇଁ ସହରରବାସୀ ଏକତ୍ର ହୋଇ ଆଜି ବନ୍ଦ ଡାକରା ଦେଇଛନ୍ତି । ଅନ୍ୟପକ୍ଷରେ ବିକାଶ ନାମରେ ବୁର୍ଲା ସହରରେ ଦୋକାନ ଓ ଘର କରି ସତାଧିକ ବର୍ଷ ହେବ ରହି ଆସିଥିବା ଲୋକଙ୍କୁ ଉଚ୍ଛେଦ କରାଯାଇଛି । ଏହାକୁ ବିରୋଧ କରି ବୁର୍ଲା ନାଗରିକ କମିଟି ଆହ୍ୱାନ କ୍ରମେ ଆଜି ୧୨ ଘଣ୍ଟିଆ ବୁର୍ଲା ବନ୍ଦ ଡାକରା ଦିଆଯାଇଛି । ଆଜିର ବନ୍ଦ ଡାକରାକୁ ବୁର୍ଲା ସହରର ବିଭିନ୍ନ ରାଜନୈତିକ ଦଳ, ସାମାଜିକ ଅନୁଷ୍ଠାନ ସହିତ ଜନସାଧାରଣଙ୍କ ସମର୍ଥନ ରହିଥିବା ନେଇ ବୁର୍ଲା ନାଗରିକ କମିଟି ପକ୍ଷରୁ କୁହାଯାଇଛି । ଆଜିର ବନ୍ଦ ଡାକରା ପାଇଁ ବୁର୍ଲା ସହରର ସମସ୍ତ ଦୋକାନ ବଜାର , ବସ ଚଳାଚଳ ବନ୍ଦ ରହିଥିଲା । ତେବେ ବୁର୍ଲା ସହରବାସୀଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ ଦିଗରେ ଆଗକୁ ମଧ୍ୟ ଲଡେଇ ଯାରି ରହିବ ବୋଳି ଚେତାବନୀ ଆନ୍ଦୋଳନକାରୀ । ସେପଟେ ବୁର୍ଲା ବନ୍ଦ ପାଇଁ ସହରର ବିଭିନ୍ନ ପ୍ରମୁଖ ଛକ ମାନଙ୍କରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରାଯାଇଛି ।

Leave a Reply

Your email address will not be published. Required fields are marked *