Pratidin TV

Odisha's Digital News Platform

ଭିଟାମିନ ଅଭାବରୁ ହୁଏ ଏହି ସବୁ ରୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା

1 min read

ଆମ ଶରୀର ପାଇଁ ପ୍ରାୟ ସବୁ ପ୍ରକାର ଭିଟାମିନ ଦରକାର୍। କିନ୍ତୁ ଅନେକ ବ୍ୟକ୍ତି ଅଛନ୍ତି ଯିଏକି ପ୍ରାୟ ସବୁ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ। ଏହି ଖାଦ୍ୟକୁ ସେମାନେ ଅନ୍ତର୍ଭୁକ୍ତ କରିବାକୁ ଭୁଲିଯାଆନ୍ତି ନିଜ ଖାଦ୍ୟରେ। ଯାହା ପାଇଁ ସେମାନଙ୍କ ଶରୀରରେ ଭିଟାମିନ ଅଭାବ ପାଇଁ ଦୁର୍ବଳତା ସୃଷ୍ଟି ହୋଇଥାଏ। ଏହି ଭିଟାମିନ୍ ର ଅଭାବ ହେତୁ କିଛି ଲୋକ ମଧ୍ୟ ଦୁର୍ବଳ ଅନୁଭବ କରିବା ଆରମ୍ଭ କରନ୍ତି। ହୁଏତ ଏହା ଆପଣଙ୍କ କ୍ଷେତ୍ରରେ ମଧ୍ୟ ହେଉଥିବ। ଏପରି ପରିସ୍ଥିତିରେ, ଆପଣ ଜାଣିବା ଆବଶ୍ୟକ ଯେ ଆପଣଙ୍କୁ ମଧ୍ୟ ଏହି ଭିଟାମିନ୍ ଦରକାର। ଯାହା ସମସ୍ତ ଲୋକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ତେବେ ଆସନ୍ତୁ ଜାଣିବା ଏହି ସବୁ ଭିଟାମିନ ବିଷୟରେ ଯାହା ସମସ୍ତଙ୍କ ପାଇଁ ଆବଶ୍ୟକ।

Advertisement

ଭିଟାମିନ୍ ଡି:
ଭିଟାମିନ୍ ଡି କିମ୍ବା ‘ସନସାଇନ୍ ଭିଟାମିନ୍’ ଏପରି ଏକ ପୁଷ୍ଟିକର ତତ୍ତ୍ଵ ଯାହା ଆମେ ସମସ୍ତେ ନିଶ୍ଚୟ ଶୁଣିଛେ। ଶୀତଦିନେ, ଆମେ ଖରାରେ ବସି ଏହି ଭିଟାମିନ୍ ଡି ନେଇଥାଉ। କିନ୍ତୁ ଖରା ଦିନରେ କିଛି ଲୋକମାନେ ଏହି ଭିଟାମିନକୁ ଅଧିକ ଗୁରୁତ୍ୱ ଦିଅନ୍ତି ନାହିଁ। ଗ୍ରୀଷ୍ମ ଋତୁରେ, ଆପଣ ଭିଟାମିନ୍ D ରେ ଭରପୂର ଖାଦ୍ୟର ସାହାଯ୍ୟ ନେଇପାରିବେ। ଯେଉଁଥିରେ ସାଲମନ ଫିସ, କ୍ଷୀର, କମଳା ରସ, ସାର୍ଡିନ୍ ମାଛ, ଅଣ୍ଡାର ହଳଦିଆ ଜିନିଷ ବା ଜର୍ଦି ଅନ୍ତର୍ଭୁକ୍ତ।

ଭିଟାମିନ୍ କେ: ଭିଟାମିନ୍ କେ ଏକ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱ ଯାହା ଶରୀରରେ କୌଣସି କ୍ଷତକୁ ଠିକ୍ କରିବାରେ ଓ ରୋଗୀକୁ ସୁସ୍ଥ କରିବାରେ ସାହାଯ୍ୟ କରେ। ଏହା ଛଡ଼ା ହାଡକୁ ମଧ୍ୟ ଷ୍ଟ୍ରଙ୍ଗ କରେ। ଭିଟାମିନ୍ କେ ଖାସକରି ବ୍ରୋକୋଲି,

ପାଳଙ୍ଗ, କେଲ୍, ଲିଟସ୍, ଅଣ୍ଡା, ଫୁଲକୋବି ଏବଂ ମାଛରେ ରହିଛି। ତେଣୁ ଏ ସବୁ ଖାଦ୍ୟ ଖାଇବା ନିହାତି ଦରକାର।

ଭିଟାମିନ୍ B12:
ଭିଟାମିନ୍ B12 ଶରୀର ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ । ଏହା ଆପଣଙ୍କ ଶରୀରର ସ୍ନାୟୁ ଏବଂ ରକ୍ତ କଣିକାକୁ ସୁସ୍ଥ କରିଥାଏ। ଶରୀରରୁ ଦୁର୍ବଳତା ଦୂର କରି ଆପଣଙ୍କୁ ସକ୍ରିୟ କରିଥାଏ। ଭିଟାମିନ୍ B12 ର ଅଭାବକୁ ପୂରଣ କରିବା ପାଇଁ ଆପଣ ଖାଦ୍ୟରେ କ୍ଷୀର, ଅଣ୍ଡା, ଦହି, ଚର୍ବିଯୁକ୍ତ ମାଛ, ଲାଲ ମାଂସ ସହିତ ପତ୍ର ଥିବା ଶାଗ ଓ ଖାଦ୍ୟ ଶସ୍ୟ ଅନ୍ତର୍ଭୁକ୍ତ କରିପାରିବେ।

ମ୍ୟାଗ୍ନେସିୟମ୍ :
ମ୍ୟାଗ୍ନେସିୟମ୍ ହେଉଛି ଏକ ଜରୁରୀ ମିନେରାଲ୍ ଯାହା ହାଡର ଶକ୍ତି ବଢ଼ାଇବାରେ ସାହାଯ୍ୟ କରେ, ହୃଦରୋଗକୁ ମଧ୍ୟ ଠିକ୍ କରିଦିଏ ଏବଂ ଉଚ୍ଚ ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରେ ଏହି ଭିଟାମିନ। ମ୍ୟାଗ୍ନେସିୟମ ଆଭାକାଡୋ, ବାଦାମ ଏବଂ କୋଳି, ଲେମ୍ବୁ, ସବୁଜ ଶସ୍ୟ, ପତ୍ରଯୁକ୍ତ ସବୁଜ ଶାଗ ଏବଂ କିଛି ଚର୍ବିଯୁକ୍ତ ମାଛରେ ରହିଛି। ତେଣୁ ଏହି ସବୁ ଖାଦ୍ୟ ଆପଣଙ୍କୁ ଖାଇବା ଆବଶ୍ୟକ।

ଓମେଗା -3 ଫ୍ୟାଟି ଏସିଡ୍:

ଏହା ପରେ ଆସୁଛି ଓମେଗା -3 ଫ୍ୟାଟି ଏସିଡ୍, ଏହା ଆମ ଶରୀର ପାଇଁ ନିହାତି ଦରକର। ଯାହା ଶରୀରକୁ ଅନେକ ଲାଭ ଦେଇଥାଏ। ଏହା କେବଳ ନିମ୍ନ ରକ୍ତ ଶର୍କରାକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ ନାହିଁ ବରଂ ଏହା ଶରୀର କଷ୍ଟ ଅନୁଭବ ହେବାକୁ ଦିଏ ନାହିଁ। ଖାଦ୍ୟରେ ଓମେଗା -3 ଫ୍ୟାଟି ଏସିଡ୍ ଅନ୍ତର୍ଭୂକ୍ତ କରିବା ପାଇଁ, ଆପଣଙ୍କୁ ଫ୍ୟାଟି ମାଛ (ସଲମାନ, ଟୁନା, ସାର୍ଡିନ୍), ବାଦାମ ମଞ୍ଜି ଭଳି ଜିନିଷ ଅନ୍ତର୍ଭୂକ୍ତ କରିବା ଜରୁରୀ। ଏହି ସବୁ ଖାଦ୍ୟ ନିହାତି ଖାଇବା ଦରକାର ସବୁ ଭିଟାମିନ ପାଇଁ।

Leave a Reply

Your email address will not be published. Required fields are marked *