ଘରେ ଏହି ସବୁ କାରଣରୁ ରହେ ବାସ୍ତୁଦୋଷ, ଯେଉଁଥିପାଇଁ ଦେଖାଦିଏ ଦାରିଦ୍ରତା…
1 min read
ଜୀବନରେ ଅନେକ ଥର ଏପରି ପରିସ୍ଥିତି ଉପୁଜେ ଯେତେବେଳେ ଜଣେ ବ୍ୟକ୍ତିର ଯେତେ ରୋଜଗାର କଲେବି ଟଙ୍କା ପଇସାର ଅଭାଗ ହୁଏ । ସମସ୍ତ ଚେଷ୍ଟା କଲେ ମଧ୍ୟ ପାଖରେ ଗୋଟିଏ ପଇସା ମଧ୍ୟ ନଥାଏ । ଯାହା ରୋଜଗାର କରେ, ତାହା ସବୁ ଆଖି ପିଛୁଳାକେ ଖର୍ଚ୍ଚ ହୋଇଯାଇଥାଏ । ତେବେ ସେଠାରେ ବାସ୍ତୁଦୋଷ ରହିଥାଏ । ହିନ୍ଦୁ ଧର୍ମରେ ସୁଖ, ସମୃଦ୍ଧତା ଏବଂ ଭାଗ୍ୟ ହାସଲ କରିବା ପାଇଁ ହେଲେ ବାସ୍ତୁ ନିୟମ ପାଳନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଯେଉଁମାନେ ବାସ୍ତୁଶାସ୍ତ୍ର ଅନୁଯାୟୀ ସମସ୍ତ କାର୍ଯ୍ୟ କରିଥାନ୍ତି ସେମାନେ ସଫଳତା ପାଇଥାନ୍ତି । ଗୃହ ନିର୍ମାଣ କ୍ଷେତ୍ରରେ ହେଉ କିମଗବା ଯାନବାହନ କିଣିବା ବା ଜମି କିଣିବା ବେଳେ ବାସ୍ତୁବିତ ମନଙ୍କର ପରାମର୍ଶ ଲୋଡିଥାନ୍ତି । ଫଳରେ ଆପଣଙ୍କ ଆଗକୁ କିଛି ଅସୁବିଧା ହୋଇନଥାଏ । ଯେଉଁ ଘରେ ଏହି ନିୟମକୁ ଅଣଦେଖା କରାଯାଏ, ସେଠାରେ ରହୁଥିବା ଲୋକମାନେ ସବୁବେଳେ କିଛି ଅସୁବିଧାର ସମ୍ମୁଖୀନ ହୁଅନ୍ତି ଏବଂ ସେମାନଙ୍କ ଘରେ ଟଙ୍କା ଏବଂ ଖାଦ୍ୟର ଅଭାବ ରହିଥାଏ । ଏଥିସହ ମାନସିକ ଓ ଶାରୀରିକ ଯନ୍ତ୍ରଣା ଲାଗି ରହିଥାଏ । ଯଦି ଅନେକ ଚେଷ୍ଟା ସ୍ୱତ୍ତେ ଘରେ ଟଙ୍କା ରହୁ ନାହିଁ, ତେବେ ନିଶ୍ଚିତ ଭାବରେ ଘରର ବାସ୍ତୁଦୋଷ ରହିଥାଏ । ଏଥିପାଇଁ ବାସ୍ତୁବିତଙ୍କ ପରାମର୍ଶ ନେବା ଉଚିତ । ତେବେ ଆସନ୍ତୁ ଜାଣିବା ବାସ୍ତୁଦୋଷ କ’ଣ? ଏବଂ ଏହାଦ୍ୱାରା ଘରର କଣ କ୍ଷତି ହୋଇଥାଏ…
ତେବେ ବାସ୍ତୁଶାସ୍ତ୍ର ଅନୁଯାୟୀ, ଯେଉଁମାନଙ୍କର ବହୁ ରୋଜଗାର କରିବା ପରେ ମଧ୍ୟ ସେମାନଙ୍କର ଅର୍ଥ ଅଭାବ ରହିଥାଏ । ତେବେ ସେହି ଘରର ଦକ୍ଷିଣ-ପଶ୍ଚିମ ଦିଗରେ କୈାଣସି ବାସ୍ତୁଦୋଷ ରହିଛି । ଅର୍ଥାତ ଘରର ଦକ୍ଷିଣ-ପଶ୍ଚିମ ଦିଗରେ ଯଦି ଝରକା ଥାଏ, ସେମାନଙ୍କ ଘରେ ଅର୍ଥାଭାବ ଦେଖାଯାଇଥାଏ । ତେଣୁ ଘରର ଦକ୍ଷିଣ ପଶ୍ଚିମ ଦିଗରେ ଝରକା ରଖନ୍ତୁ ନାହିଁ ।
ଟଙ୍କା ପାଣି ପରି ଖର୍ଚ୍ଚ ହୁଏ
ବାସ୍ତୁଶାସ୍ତ୍ର ଅନୁସାରେ ଜଳ ଧନର ଏକ ରୂପ ଭାବରେ ବିବେଚନା କରାଯାଏ । ଯେଉଁମାନଙ୍କ ଘରେ ଟଙ୍କା ଅଭାବରୁ ରହିଛି, ସେମାନେ ପ୍ରଥମେ ନିଜ ଘରେ ପାଣି ଲିକ ହେବା ପ୍ରତି ଧ୍ୟାନ ଦେବା ଉଚିତ୍ । କାରଣ ପାଣି ଟ୍ୟାପ କିମ୍ବା ପାଇପରୁ ପାଣି ପଡୁଥିଲେ ଅନାବଶ୍ୟକ ଜିନିଷରେ ଆପଣଙ୍କର ଟଙ୍କା ଖର୍ଚ୍ଚ ହୁଏ ।
ଦାରିଦ୍ରତା ଆସେ
ବାସ୍ତୁଶାସ୍ତ୍ରୀ ଅନୁଯାୟୀ, ଯଦି ଆପଣ ବିଛଣାରେ ବସି ଖାଦ୍ୟ ଖାଅନ୍ତି କି ଜୋତା ଚପଲ ପିନ୍ଧି ଖାଦ୍ୟ ଖାଅନ୍ତି ତେବେ ଘରେ ସବୁବେଳେ ଟଙ୍କା ଏବଂ ଖାଦ୍ୟର ଅଭାବ ରହିଥାଏ । ଯେଉଁମାନଙ୍କର ବାଥରୁମ ଏବଂ ଶୈାଚାଳୟର କବାଟ ଖୋଲା ଥାଏ କିମ୍ବା ଯାହାର କାନ୍ଥ ଆର୍ଦ୍ର କିମ୍ବା ଭାଙ୍ଗାଥାଏ, ତେବେ ସେମାନେ ସର୍ବଦା ଆର୍ଥିକ ସଙ୍କଟରେ ରୁହନ୍ତି । ଏହିପରି ଘରେ ରହୁଥିବା ଲୋକମାନଙ୍କର ଅର୍ଥର ଅଭାଗ ରହିଥାଏ । ଏବଂ ପରିବାରରେ ଅଶାନ୍ତି ଲାଗିରହିଥାଏ ।