Pratidin TV

Odisha's Digital News Platform

World Cup 2023 ; ଆଜି ଭାରତ -ପାକିସ୍ତାନ ମହାମୁକ୍କାବିଲା , କମ୍ପିପ ଅହମ୍ମଦାବାଦ୍ ଷ୍ଟାଡିୟମ୍ …..

1 min read

ନୂଆଦିଲ୍ଲୀ ; ଆଜି ଅହମ୍ମଦାବାଦ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ହେବ ମହାଲଢେଇ । ଆମ୍ନା ସାମ୍ନି ହେବେ ଭାରତ-ପାକିସ୍ତାନ। ଏହି ଚତ୍ମକାର ମୁକାବିଲା ପାଇଁ ଷ୍ଟାଡିୟମରୁ ହୋଟେଲ ଯାଏଁ ପୁରା ହାଉସ୍‌ଫୁଲ୍ । ଆଉ ଦୁନିଆର ସବୁଠୁ ବଡ ଷ୍ଟାଡିୟମରେ ଏକ ଲକ୍ଷରୁ ଅଧିକ ଫ୍ୟାନ୍ସ ଏକଜୁଟ୍ ହେବେ । ଆଜି ପ୍ରଶଂସକଙ୍କ ଭାରତ ମାତା ଧ୍ୱନିର କମ୍ପିଯିବ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ । ସମସ୍ତଙ୍କ ଅପେକ୍ଷା ଅପରାହ୍ନ ୩ କୁ । ଦୀର୍ଘ ୪ ବର୍ଷ ହେଲା ଉଭୟ ଦେଶର କ୍ରିକେଟ୍ ପ୍ରେମୀ ଏହି ମ୍ୟାଚ୍‌କୁ ଅପେକ୍ଷା କରି ରହିଛନ୍ତି । ଆଜି ଦର୍ଶକଙ୍କଠାରୁ ଆରମ୍ଭ କ୍ରିକେଟ୍ ଖେଳାଳି ପର୍ଯ୍ୟନ୍ତ ସମସ୍ତେ ଭିନ୍ନ ଅନୁଭୂତି ନେଇ ଘରକୁ ଫେରିବେ ।

ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ମଧ୍ୟରେ ଆଜି କଡା ମୁକାବିଲାକୁ ନେଇ ଦର୍ଶକ ବେଶ୍ ଉତ୍କଣ୍ଠିତ । ୱାନ୍ ଡେ ବିଶ୍ୱକପର ସବୁ ମ୍ୟାଚରେ ପାକିସ୍ତାନକୁ ହରାଇଛି ଭାରତ। ରେକର୍ଡ ଏବେ ରହିଛି ୭-୦ । ସେହି ରେକର୍ଡକୁ ଅକ୍ଷୁଣ୍ଣ ରଖିବାକୁ ଟାର୍ଗେଟ କରିଛି ଭାରତ। ସେପଟେ ପାକିସ୍ତାନର ବାବର ଆଜମ ଆଣ୍ଡ କୋ ଏହି କଳଙ୍କକୁ ଲିଭାଇବାକୁ ଚେଷ୍ଟା କରିବେ। ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

Advertisement

ଏସିଆ କପରେ ପାକିସ୍ତାନକୁ ଭାରତୀୟ ଟିମ ପରାଜିତ କରିଥିବାରୁ ଖେଳାଳିଙ୍କ ମନୋବଳ ସୁଦୃଢ ରହିଛି। ଚଳିତ ବିଶ୍ୱକପରେ ଭାରତୀୟ ଟିମ୍ ନମ୍ବର ୱାନ୍ ଟିମ୍ ହୋଇଥିବା ବେଳେ ପ୍ରଦର୍ଶନ ମଧ୍ୟ ଦମଦାର ରହିଛି । କପ୍ତାନ ହିଟମ୍ୟାନ ବି ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ଫ୍ଲପ ହେଲା ପରେ ବି ଜବରଦସ୍ତ କମବ୍ୟାକ କରି ଆଫଗାନିସ୍ତାନ ମ୍ୟାଚରେ ସେ ନିଜ କମାଲ ଦେଖାଇ ଦେଇଛନ୍ତି । ଏହାବାଦ ବିରାଟ କୋହଲି , ଇଶାନ କିଷନ ଓ ଶ୍ରେୟାସ ଆୟାର ବି ଜବରଦସ୍ତ ଫର୍ମରେ ଅଛନ୍ତି । ଅପରପକ୍ଷେ, ପାକିସ୍ତାନ ବି ଶ୍ରୀଲଙ୍କା ବିପକ୍ଷ ମ୍ୟାଚକୁ ଛଡାଇ ଆଣିବା ପରେ ସେ ବି ବିଶ୍ୱକପ ଜିତିବାର ବଡ ଦାବିଦାର ବୋଲି ଦେଖାଇଦେଇଛି । ତେଣୁ ପାକିସ୍ତାନକୁ ଭାରତ କେବେ ବି ସହଜରେ ନେବ ନାହିଁ ।

Leave a Reply

Your email address will not be published. Required fields are marked *